HuffPost India
ମୁମ୍ବାଇ: କର୍କଟ ପିଡ଼ୀତ ଅଭିନେତା ଋଷି କପୁର ବର୍ଷେ ହେବ ନ୍ୟୁୟର୍କରେ ଚିକିତ୍ସିତ ହେଉଛନ୍ତିି। ତାଙ୍କ ସ୍ୱାସ୍ଥାବସ୍ଥା ସୁଧୁରିବାକୁ ଲାଗିଛି ଓ ସେ ଖୁବ୍ ଶୀଘ୍ର ନିଜ ଦେଶ ଭାରତକୁ ଫେରିବେ ବୋଲି ନିକଟରେ ଏକ ଖବର ପ୍ରକାଶ ପାଇଥିଲା। ଏ ଖବର ଶୁଣିବା ପରେ ଋଷିଙ୍କ ପ୍ରଶଂସକଙ୍କ ଖୁସିର ସୀମା ନଥିଲା।
ମାତ୍ର ପ୍ରଶଂସକମାନଙ୍କର ଏହି ଖୁସିରେ ପୂର୍ଣ୍ଣଛେଦ ପକାଇଛନ୍ତି ନିଜେ ଋଷି। ସେ ନିକଟରେ ଏକ ଟ୍ଵିଟ୍ କରି ବର୍ତ୍ତମାନ ଭାରତ ଆସିବା ନେଇ ତାଙ୍କର କୌଣସି ଯୋଜନା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।
www.deccanchronicle.comଉଲ୍ଲେଖଯୋଗ୍ୟ, ନିକଟରେ ପତ୍ନୀ ନିତୁ କପୁର ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଛି ବୋଲି ଲେଖି ଏକ ଫଟୋ ସେୟାର୍ କରିବା ପରେ ଆସନ୍ତା ସେପ୍ଟେମ୍ବର ମାସରେ ଋଷି ଭାରତ ଫେରୁଛନ୍ତି ବୋଲି କିଛି ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା।
ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ, ନିକଟରେ ଋଷିଙ୍କୁ ତାଙ୍କ ଖରାପ ସମୟରେ ଦେଖା କରିବାକୁ ଯାଇ ବଲିଉଡ୍ ତାରକା ଶାହାରୁଖ ଖାନ, ଆଲିଆ ଭଟ୍ଟ, ଆମୀର ଖାନ, ଦୀପିକା ପାଦୁକୋନ, ଭିକି କୌଶାଲ, କରିସ୍ମା କପୁର ଓ କରଣ ଜୋହର ପ୍ରମୁଖ ସାହସ ଦେଇଥିଲେ।
Follow Us