ନୂଆ ନାୟିକାଙ୍କ ସହ କାମ କରିବାରେ ଆପତ୍ତି ନାହିଁ : ସୁଶାନ୍ତ ସିଂହ ରାଜପୁତ

Advertisment
ନୂଆ ନାୟିକାଙ୍କ ସହ କାମ କରିବାରେ ଆପତ୍ତି ନାହିଁ : ସୁଶାନ୍ତ ସିଂହ ରାଜପୁତ

ଅଭିନେତା ସୁଶାନ୍ତ ସିଂହ ରାଜପୁତ ଏବେ ନବାଗତା ସାରା ଅଲ୍ଲୀ ଖାନଙ୍କ ସହ ‘କେଦାରନାଥ’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ସେ ଏହି ସିନେମାରୁ ସମୟ କାଢ଼ି ନିଜର ଅନ୍ୟ ଏକ ସିନେମାର ପ୍ରମୋସନ୍‌ ପାଇଁ ସମୟ ଦେବେ। ଏହି ସିନେମା ହେଲା‘ଡ୍ରାଇଭ୍‌’।
ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ କରଣ ଜୋହର୍‌ଙ୍କ ନୂଆ ସିନେମା‘ଡ୍ରାଇଭ୍‌’ର ରିଲିଜ୍‌ ତାରିଖ ଇତିମଧ୍ୟରେ ଘୋଷିତ ହୋଇଛି। ଏହା ଆଗାମୀ ନଭେମ୍ବର ୯ରେ ପରଦାକୁ ଆସିବ ବୋଲି ଜଣାଯାଇଛି। ଏଥିରେ ସୁଶାନ୍ତ ସିଂହ ରାଜପୁତ ଏବଂ ଜାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ଲିଡରୋଲରେ ଅଛନ୍ତି। ପ୍ରଥମଥର ଲାଗି ଏକାଠି ଆସୁଛନ୍ତି ଏହି ଯୋଡି।

ଏତଦବ୍ୟତୀତ ସପନା ପାବି,ବୋମନ୍‌ ଇରାନି ଏବଂମସ୍ତ ଅଲ୍ଲୀ ପ୍ରମୁଖ ଅଛନ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ।ଅମାଲ୍‌ ମଲିକ୍‌ ଏହାର ସଙ୍ଗୀତକାର। ତରୁଣ ମନସୁଖାନି‘ଡ୍ରାଇଭ୍‌’ର ନିର୍ଦ୍ଦେଶକ । ତାଙ୍କର ପୂର୍ବ ସିନେମା ‘ରାବତା’ ଫ୍ଲପ୍‌ ହୋଇଥିବା ହେତୁ‘ଡ୍ରାଇଭ୍‌’ର ସଫଳତା ଜରୁରୀ ବୋଲି ମନେ କରୁଛନ୍ତି ସୁଶାନ୍ତ । ସୁଶାନ୍ତ ଏଣେ କହିଛନ୍ତି ଯେ ତାଙ୍କୁ ନୂଆ ନାୟିକାଙ୍କ ସହ କାମ କରିବାରେ ଆପତ୍ତି ନାହିଁ,କି ସିନିଅର୍‌ ହିରୋଇନଙ୍କ ସହ ରୋମାନସ୍‌ କରିବାରେ କିଛି ଅସୁବିଧା ହୁଏନ ।।ଜାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌ଙ୍କ ସହ ପ୍ରଥମ ଥର କାମ କରି ଆନନ୍ଦ ପାଇଛନ୍ତି ବୋଲି କହିଛନ୍ତି ସୁଶାନ୍ତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe