କଙ୍ଗନାଙ୍କ କଥା ଶୁଣିବ ନାହିଁ, ସେ କିଛି ଜାଣନ୍ତିନି; ‘ଲକ୍ ଅପ-୨’ ପ୍ରତିଯୋଗୀଙ୍କୁ ଜିଶାନଙ୍କ ପରାମର୍ଶ

Advertisment
କଙ୍ଗନାଙ୍କ କଥା ଶୁଣିବ ନାହିଁ, ସେ କିଛି ଜାଣନ୍ତିନି; ‘ଲକ୍ ଅପ-୨’ ପ୍ରତିଯୋଗୀଙ୍କୁ ଜିଶାନଙ୍କ ପରାମର୍ଶ

ମୁମ୍ବାଇ: ରିୟାଲିଟି ସୋ’ ‘ଲକ୍ ଅପ୍’ର ପ୍ରଥମ ସିଜିନ ସଫଳ ହେବା ପରେ ଏବେ ଏହାର ଦ୍ବିତୀୟ ସିଜିନ ଆରମ୍ଭ ହେବାକୁ ଯାଉଛି। ଏହାକୁ କଲର୍ସର ରିୟାଲିଟି ସୋ’ ବିଗ୍ ବସ୍ ସହ ତୁଳନା କରାଯାଇଥିଲେ ବି ଏହି ସୋ’କୁ ମଧ୍ୟ ଦର୍ଶକଙ୍କ ଭଲପାଇବା ମିଳିଥିଲା। ଏହାର ହୋଷ୍ଟ ଭାବେ ନଜର ଆସିଥିଲେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ୍। ବିଗ୍ ବସରେ ସଲମାନ ଖାନଙ୍କ ଭଳି ଲକ୍ ଅପରେ ପ୍ରତିଯୋଗୀଙ୍କୁ ତାଗିଦ କରୁଥିଲେ କଙ୍ଗନା।

ତେବେ ପ୍ରଥମ ସିଜିନ୍ ସଫଳ ହେବା ପରେ ଏବେ ଏହାର ପ୍ରତିଯୋଗୀ ଜିଶାନ ଖାନ୍ ଦ୍ବିତୀୟ ସିଜିନର ପ୍ରତିଯୋଗୀଙ୍କୁ ବଡ଼ ପରାମର୍ଶ ଦେଇଥିବା ଦେଖାଯାଇଛି। ପରାମର୍ଶ ଦେଇ ସେ ସୋ’ର କୁଇନ୍ ତଥା କଙ୍ଗନାଙ୍କ କଥା ନଶୁଣିବାକୁ ଉପଦେଶ ଦେଇଛନ୍ତି। ସେ କହିଛନ୍ତି ଯେ, “ସିଜିନ-୨ ପ୍ରତିଯୋଗୀଙ୍କୁ ମୋର ପରାମର୍ଶ ଯେ, ଅସଲ ଜୀବନରେ ତୁମେମାନେ ଯେମିତି, ସେମିତି ରହିବାକୁ ଚେଷ୍ଟା କରିବ। ଏହା ଏକ ଜେଲ୍-ଥିମ୍ ସୋ’। ସୋ’ର ତଥାକଥିତ ‘ରାଣୀ’ (କଙ୍ଗନା ରାଣାୱତ୍) ସୋ’ରେ କ’ଣ ଘଟେ ସେ ବିଷୟରେ କିଛି ଜାଣନ୍ତି ନାହିଁ। ତାଙ୍କର ମତାମତ ପକ୍ଷପାତୀ  ରହିବ। ଠିକ ଥିଲେ ତୁମେ ତୁମ କଥାରେ ଅଟଳ ରହିବ। ମୋତେ ବିଶ୍ବାସ କର, ରାଣୀଙ୍କ ପରାମର୍ଶକୁ କେବେ ବି ଗ୍ରହଣ କରିବ ନାହିଁ। କଙ୍ଗନାକୁ କେହି ଗମ୍ଭୀରତାର ସହ ନେବା ଉଚିତ୍ ନୁହେଁ। ମୁଁ କୌଣସି ଖରାପ ଉଦ୍ଦେଶ୍ୟରେ ଏହା କହୁ ନାହିଁ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe