photo-amarujala
ମୁମ୍ବାଇ: ବେଶ୍ କିଛି ଦିନ ବ୍ୟବଧାନରେ ଅଭିନେତା ବବି ଦେଓଲ୍ଏକ ସିନେମାରେ ଅଭିନୟ କରିବାର ସୁଯୋଗ ପାଇଛନ୍ତି। ଏହା ହେଲା ସଲମାନ୍ ଖାନ୍ ଷ୍ଟାରର୍ ‘ରେସ୍-୩’।ଏଥିରେ ବବିଙ୍କର ଦମଦାର ଅଭିନୟ ଦେଖିବାକୁ ମିଳିବ। ତେବେ ଆପଣ ଜାଣନ୍ତି କି ଏବେ ବବିଙ୍କ ଶରୀର ଆଉ ପୂର୍ବଭଳି ନାହିଁ। କହିବାର ତାତ୍ପର୍ଯ୍ୟ ହେଲା ସେ ସଲମାନ୍ ଖାନଙ୍କ ପରି ବଡି ବନାଇବାକୁ ଯାଇ ନିଜର କ୍ଷତି କରିଛନ୍ତି। ସେ ଏତେ ପତଳା ହୋଇ ଯାଇଛନ୍ତି ଯେ ତାଙ୍କୁ ଦେଖି କେହି ଚିହ୍ନି ପାରୁ ନାହାନ୍ତି। ନିକଟରେ ଏଭଳି ଅବସ୍ଥାରେ ତାଙ୍କୁ ଅଭିନେତା ବରୁଣ ଶର୍ମାଙ୍କ ବାର୍ଥ ଡେ ପାର୍ଟିରେ ଦେଖିବାକୁ ମିଳିଥିଲା।
photo--dnaindiaଏଠାରେ ସୂଚନାଯୋଗ୍ୟ ଯେ ‘ବରସାତ୍’ ଫିଲ୍ମରୁ ବବି ଦେଓଲ୍ କ୍ୟାରିଅର୍ ଆରମ୍ଭ କରିଥିଲେ ଏବଂ ପରେ ପରେ ସୋଲଜର୍, ବାଦଲ୍, ଗୁପ୍ତ, ଅଜନବୀ, ହମ୍ରାଜ୍ ଭଳି କେତୋଟି ହିଟ୍ ଫିଲ୍ମ ଦେଇଥିଲେ । କିନ୍ତୁ ତା’ପରେ ତାଙ୍କର କ୍ୟାରିଅର୍ ଧିମେଇ ଯାଇଥିଲା । ତାଙ୍କର ଶେଷ ମୁକ୍ତିପ୍ରାପ୍ତ ସିନେମା ହେଲା ଶ୍ରେୟସ୍ ତଲପଡେଙ୍କ ନିର୍ଦ୍ଦେଶିତ ‘ପୋଷ୍ଟର୍ ବଏଜ୍’।
Follow Us