୧ହଜାର ଏକର ଜମିରେ ନିର୍ମାଣ ହେବ ନୋଏଡା ଫିଲ୍ମ ସିଟି, ୨୦୨୩ ସୁଦ୍ଧା ହେବ କାର୍ଯ୍ୟକ୍ଷମ

Advertisment
୧ହଜାର ଏକର ଜମିରେ ନିର୍ମାଣ ହେବ ନୋଏଡା ଫିଲ୍ମ ସିଟି, ୨୦୨୩ ସୁଦ୍ଧା ହେବ କାର୍ଯ୍ୟକ୍ଷମ

Photo-newstree

ନୋଏଡା: ଉତ୍ତରପ୍ରଦେଶର ନୋଏଡାଠାରେ ଏକ ଚଳଚ୍ଚିତ୍ର ସହର ବା ଫିଲ୍ମ ସିଟି ନିର୍ମାଣର ସମ୍ପୂର୍ଣ୍ଣ ଯୋଜନା ବାବଦରେ ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି | ସେ ସୂଚନା ଦେଇଛନ୍ତି ଯେ ଗୌତମ ବୁଦ୍ଧ ନଗରରେ ୧୦୦୦ ଏକର ଜମି ଯମୁନା ଏକ୍ସପ୍ରେସୱେ ଇଣ୍ଡଷ୍ଟ୍ରିଆଲ୍ ଡେଭଲପମେଣ୍ଟ ଅଥରିଟି ଦ୍ୱାରା ଚିହ୍ନଟ କରାଯାଇଛି, ଯେଉଁଥିରେ ଇନଫୋଟେନ୍ମେଣ୍ଟ ଜୋନ୍ ପ୍ରସ୍ତୁତ ହେବ। ଉତ୍ତରପ୍ରଦେଶ ଚଳଚ୍ଚିତ୍ର ନୀତି ୨୦୧୮ ଅନୁଯାୟୀ ସରକାର ଜମି ଯୋଗାଇବା ସହ ଫିଲ୍ମ ସିଟି ପ୍ରତିଷ୍ଠା କରିବାରେ ସହାୟତା କରିବେ।

ସେହିପରି ଫିଲ୍ମ ସିଟିରେ ସ୍ୱତନ୍ତ୍ର ପୁଲିସ ଷ୍ଟେସନ ଓ ଅଗ୍ନିଶମ କେନ୍ଦ୍ର ର ମଧ୍ୟ ନିର୍ମାଣ କରାଯିବ | ଯାହା ଫିଲ୍ମ ସିଟିର ସୁରକ୍ଷା ଦିଗରେ ଧ୍ୟାନ ଦେବ | ୨୦୨୩ ସୁଦ୍ଧା ଫିଲ୍ମ ସିଟି ପ୍ରସ୍ତୁତ ହୋଇଯିବ | ଫିଲ୍ମ ସୁଟିଂ ପାଇଁ ଷ୍ଟୁଡିଓ ଏବଂ ସେଟ୍ ୭୮୦ ଏକର ଉପରେ ନିର୍ମାଣ ହେବାକୁ ଥିବାବେଳେ ଅବଶିଷ୍ଟ ୨୨୦ ଏକର ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହୃତ ହେବ |

publive-image

ଏହି ଅବସରରେ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ଭାରତୀୟ ସଂସ୍କୃତି ଦୃଷ୍ଟିରୁ ଉତ୍ତରପ୍ରଦେଶ ମଧ୍ୟବିନ୍ଦୁ ହୋଇଥିବାବେଳେ ଖୁବ୍ ଶୀଘ୍ର ଯେବରରେ ୫୦୦୦ ଏକର ଜମିରେ ବିମାନବନ୍ଦର ନିର୍ମାଣ ହେବ | ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ଏହା କେବଳ ଏକ ଚଳଚ୍ଚିତ୍ର ସହର ନୁହେଁ, ସେଠାରେ ଏକ ବିଶ୍ୱ ସ୍ତରୀୟ ଇଲେକ୍ଟ୍ରୋନିକ୍ ସହର ମଧ୍ୟ ନିର୍ମାଣ ହେବ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe