‘ହେରାଫେରି’ ନୁହେଁ; ନିଜର ଏହି ୨ ଫିଲ୍ମରେ ଏକତ୍ର ନଜର ଆସିବେ ଅକ୍ଷୟ-ପରେଶ-ସୁନୀଲ

‘ହେରାଫେରି’ ନୁହେଁ; ନିଜର ଏହି ୨ ଫିଲ୍ମରେ ଏକତ୍ର ନଜର ଆସିବେ ଅକ୍ଷୟ-ପରେଶ-ସୁନୀଲ

www.aajtak.in

ମୁମ୍ବାଇ: ‘ହେରାଫେରି’ ଫିଲ୍ମରେ ଅଭିନୟ କରିଥିବା ଅକ୍ଷୟ କୁମାର, ପରେଶ ରାୱଲ୍‌ ଓ ସୁନୀଲ ସେଟ୍ଟୀଙ୍କୁ ଏକତ୍ର ଭାବି ଦେଲେ ବି ଦର୍ଶକଙ୍କ ମୁହଁରେ ହସ ଫୁଟିଯାଏ। ଏହି ୩ ଜଣଙ୍କ କେମେଷ୍ଟ୍ରି ସେ ସମୟରେ ଫିଲ୍ମଟିକୁ ପ୍ରତ୍ୟେକଙ୍କ ପ୍ରିୟ ବନାଇବାରେ ସମର୍ଥ ହୋଇଥିଲା। ଦର୍ଶକଙ୍କର ଆଶା ଥିଲା ଯେ ପୁଣି ଥରେ ‘ହେରାଫେରି-୩’ ଜରିଆରେ ଏହି ତିନିହେଁଙ୍କୁ ଏକତ୍ର ଦେଖିବାକୁ ମିଳିବ। ମାତ୍ର ପରେ ଖବର ଆସିଥିଲା ଯେ ଅକ୍ଷୟ ‘ହେରାଫେରି-୩’ରେ କାମ କରିବେ ନାହିଁ।

ଏହି ଖବର ମିଳିବା ମାତ୍ରେ ପ୍ରଶଂସକମାନେ ‘ଅକ୍ଷୟ ନାହାନ୍ତି ତ ହେରାଫେରି ନାହିଁ’ ବୋଲି ଲେଖିବା ଆରମ୍ଭ କରିଥିଲେ। ଏହି କଥାଟି ସୋସିଆଲ୍‌ ମିଡିଆରେ ଟ୍ରେଣ୍ଡ୍‌ କରିବାରେ ଲାଗିଥିଲା। ଅକ୍ଷୟ ନିଜେ ଏକ ଇଭେଣ୍ଟ୍‌ରେ କହିଥିଲେ ଯେ ସେ ଏବେ ‘ହେରାଫେରି’ ପ୍ରାଞ୍ଚାଇଜ୍‌ରୁ ଅଲଗା ହୋଇ ଯାଇଛନ୍ତି। ତା’ପରେ ଅକ୍ଷୟଙ୍କ ପ୍ରଶଂସକମାନେ ଖୁବ୍‌ ନିରାଶ ‌ହୋଇଥିଲେ।

ହେଲେ ଏହା ମଧ୍ୟରେ ଏକ ସକାରାତ୍ମକ ଖବର ବି ହସ୍ତଗତ ହୋଇଛି। ‌‘ହେରାଫେରି’ ଫ୍ରାଞ୍ଚାଇଜ୍‌ର ପ୍ରଯୋଜକ ଫିରୋଜଙ୍କ ସହ ଅକ୍ଷୟଙ୍କର ପୁଣି ସାକ୍ଷାତ୍‌ ହୋଇଛି। ସଦ୍ୟ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଆଗାମୀ ଦିନରେ ପ୍ରଶଂସକଙ୍କୁ ଏକ ବଡ଼ ଉପହାର ମିଳିପାରେ।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଅକ୍ଷୟ କୁମାର, ପରେଶ ରାୱଲ୍‌ ଓ ସୁନୀଲ ସେଟ୍ଟୀ ‘ହେରାଫେରି’ରେ ନୁହେଁ, ବରଂ ‌ସେମାନଙ୍କର ୨ ଭିନ୍ନ ଫିଲ୍ମର ସି‌କ୍ୟୁ‌ଏଲ୍‌‌ରେ ନଜର ଆସିବାକୁ ଯାଉଛନ୍ତି। ସେହି ଦୁଇ ଫିଲ୍ମ ‘ଆୱାରା ପଗଲା ଦିୱ‌ାନା’ ଓ ‘ୱେଲ୍‌କମ୍‌’ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe