ଥଲପତି ବିଜୟ ନୁହନ୍ତି 'ଗୋଟ୍' ଫିଲ୍ମ ପାଇଁ ଏହି ଅଭିନେତା ଥିଲେ ପ୍ରଥମ ପସନ୍ଦ

Advertisment

ଥଲପତି ବିଜୟ ନୁହନ୍ତି 'ଗୋଟ୍' ଫିଲ୍ମ ପାଇଁ ଏହି ଅଭିନେତା ଥିଲେ ପ୍ରଥମ ପସନ୍ଦ। କିଏ ଥିଲେ ସେହି ଅଭିନେତା? କାହାକୁ ନେବାକୁ ଚାହୁଥିଲେ ନିର୍ମାତା? ଏହି ଚଳଚ୍ଚିତ୍ରରେ ବିଜୟଙ୍କୁ ଦୁଇଟି ଚରିତ୍ରରେ ଦେଖିବାକୁ ମିଳିବ।

ଥଲପତି ବିଜୟ ନୁହନ୍ତି 'ଗୋଟ୍' ଫିଲ୍ମ ପାଇଁ ଏହି ଅଭିନେତା ଥିଲେ ପ୍ରଥମ ପସନ୍ଦ। କିଏ ଥିଲେ ସେହି ଅଭିନେତା? କାହାକୁ ନେବାକୁ ଚାହୁଥିଲେ ନିର୍ମାତା? ଏହି ଚଳଚ୍ଚିତ୍ରରେ ବିଜୟଙ୍କୁ ଦୁଇଟି ଚରିତ୍ରରେ ଦେଖିବାକୁ ମିଳିବ।

Thalapathy Vijay

ନୂଆଦିଲ୍ଲୀ: ଲୋକପ୍ରିୟ ଅଭିନେତା ଥଲପତି ବିଜୟ ନିଜର ଆଗାମୀ ଫିଲ୍ମ 'ଗୋଟ: ଗ୍ରେଟେଷ୍ଟ ଅଫ୍ ଅଲ ଟାଇମ'କୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେପ୍ଟେମ୍ବର ୫ରେ ଫିଲ୍ମଟି ପ୍ରେକ୍ଷାଳୟରେ ରିଲିଜ୍ ହେବାକୁ ଯାଉଥିବାରୁ ପ୍ରଶଂସକମାନେ ଉତ୍ସାହର ସହିତ ଏହାକୁ ଅପେକ୍ଷା କରିଛନ୍ତି । ରିଲିଜ୍ ପୂର୍ବରୁ ଏବେ କଳାକାର ଫିଲ୍ମର ପ୍ରଚାରରେ ବ୍ୟସ୍ତ ଥିବା ଦେଖାଯାଇଛି।

ତେବେ ଆପଣ ଜାଣନ୍ତି କି ଏହି ଫିଲ୍ମ ପାଇଁ ବିଜୟ ନିର୍ମାତାଙ୍କ ପ୍ରଥମ ପସନ୍ଦ ନଥିଲେ। ନିର୍ମାତା ସୁପରଷ୍ଟାର ରଜନୀକାନ୍ତ ଓ ଧନୁଷଙ୍କୁ ନେଇ ଫିଲ୍ମ କରିବାକୁ ଚାହୁଥିଲେ। ରଜନୀକାନ୍ତ ବାପାଙ୍କ ଚରିତ୍ରରେ ନଜର ଆସିବା ସହ ଧନୁଷ ପୁଅ ଚରିତ୍ରରେ ନଜର ଆସିଥାନ୍ତେ। ହେଲେ ପରେ ନିର୍ମାତା ନିଷ୍ପତ୍ତି ବଦଳାଇ ବିଜୟଙ୍କୁ କାଷ୍ଟ କରିବାକୁ ଚିନ୍ତା କରିଥିଲେ। 

ଫିଲ୍ମରେ ବିଜୟ ଉଭୟ ଗାନ୍ଧୀ ଓ ଗାନ୍ଧୀଙ୍କ ପୁଅ ଜୀବନଙ୍କ ଚରିତ୍ରରେ ନଜର ଆସିବେ। ଏହି ଫିଲ୍ମର ପ୍ରଥମ ସୋ’ କର୍ଣ୍ଣାଟକ ଏବଂ କେରଳରେ ଭୋର ୪ଟାରେ ରିଲିଜ୍ ହେବାକୁ ଯାଉଛି। ଏହା ସହ ତାମିଲନାଡୁରେ ଫିଲ୍ମର ପ୍ରଥମ ସୋ’ ସକାଳ ୯ଟାରେ ରିଲିଜ୍ ହେବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe