ଅର୍ଜୁନ କପୁର ଓ ନାୟିକା ପରିଣୀତି ଚୋପ୍ରାଙ୍କ ଭିତରେ କଥାବାର୍ତ୍ତା ନାହିଁ

Advertisment
ଅର୍ଜୁନ କପୁର ଓ ନାୟିକା ପରିଣୀତି ଚୋପ୍ରାଙ୍କ ଭିତରେ କଥାବାର୍ତ୍ତା ନାହିଁ

photo-the-indian express

ମୁମ୍ବାଇ:ପ୍ରଖ୍ୟାତ ନିର୍ଦ୍ଦେଶକ ଦିବାକର ବାନାର୍ଜୀ ଏବେ ଆଉ ଏକ ଫିଲ୍ମ ତିଆରି କରୁଛନ୍ତି ଯେଉଁଥିରେ ବଲିଉଡର ଲୋକପ୍ରିୟ ନାୟକ ଅର୍ଜୁନ କପୁର ଓ ନାୟିକା ପରିଣୀତି ଚୋପ୍ରା ଦ୍ୱିତୀୟ ଥର ଲାଗି ଏକାଠି ହେଉଛନ୍ତି । ଏ ଦୁହେଁ ପୁଣି ଥରେ ଏକ ନୂଆ ସିନେମାରେ କାମ କରିବାକୁ ଯାଉଛନ୍ତି । ଏହି ଫିଲ୍ମର ଟାଇଟଲ୍‌ ରହିଛି ‘ ସନ୍ଦୀପ୍‌ ପିଙ୍କି ଫରାର୍‌’ । ଅର୍ଜୁନ ଓ ପରିଣୀତି କିନ୍ତୁ ଏବେ କେହି କାହା ସହ କଥା ହେଉ ନାହାନ୍ତି। ବଡ଼ ଆଶ୍ଚର୍ଯ୍ୟର କଥା ଯେ ଦୁର୍ଡେ ଏକାଠି ଏକ ସିନେମାରେ କାମ କରିବେ ଅଥଚ କଥା ହେବେନି ! ପୁଣି ଆଗରୁ ଦୁହେଁ ଏକାଠି କାମ କରିଛନ୍ତି ଏବଂ ଉଭୟଙ୍କ ଭିତରେ ଭଲ ସଂପର୍କ ଥିବା କୁହାଯାଏ। ତେବେ ଏମିତି କାହିଁକି ହେଲା ବୋଲି ଯଦି ମନରେ ପ୍ରଶ୍ନ ଉଠୁଥାଏ ତେବେ ପ୍ରକୃତ କଥାଟି ଜାଣନ୍ତୁ। ଅସଲ କଥା ହେଲା ନିର୍ଦ୍ଦେଶକ ଦିବାକର ବାନାର୍ଜୀ ଉଭୟଙ୍କୁ ସାମାଜିକଭାବେ ମିଳାମିଶା ନକରିବାକୁ ପରାମର୍ଶ ଦେଇଛନ୍ତି । ଏହି କାରଣରୁ ସେ ଦୁହେଁ ଫୋନରେ ବି କଥା ହେଉ ନାହାନ୍ତି।

ପ୍ରାପ୍ତ ସୂଚନା ଅନୁଯାୟୀ ‘ ସନ୍ଦୀପ ଔର ପିଙ୍କି ଫରାର୍‌ ’ ହେଉଛି ଏକ ଡ୍ରାମା ଥ୍ରିଲର୍‌ । ଏଥିରେ ଅର୍ଜୁନ କପୁର ଏହି ସିନେମାରେ ସନ୍ଦୀପ ଏବଂ ପରିଣୀତି ପିଙ୍କି ଚରିତ୍ର ନିଭାଉଛନ୍ତି । ଉଭୟଙ୍କ ଚରିତ୍ର ଏକଦମ୍‌ ଅଲଗା । କିନ୍ତୁ ଘଟଣାକ୍ରମେ ସେ ଦୁହେଁ ଫେରାର୍‌ ହୋଇଯାଉଛନ୍ତି । ତା’ପରେ କ’ଣ ଘଟୁଛି, ତାହା ହେଉଛି ଏହି ସିନେମାର କଥାବସ୍ତୁ । ଏହାର ପ୍ରଯୋଜନା କରୁଛନ୍ତି ୟଶରାଜ୍‌ ଫିଲ୍ମସ୍‌ ।

publive-image photo-comfort-big

ଦିବାକର ବାନାର୍ଜୀଙ୍କ ସହିତ ଉଭୟ ଅର୍ଜୁନ ଓ ପରିଣୀତି ପ୍ରଥମ ଥର ଲାଗି କାମ କରୁଥିବାରୁ ଉତ୍ସାହିତ ଅଛନ୍ତି । ଏ ଦୁହେଁ ଆଶାବାଦୀ ଯେ ତାଙ୍କର ଯୋଡ଼ିକୁ ଦର୍ଶକ ଯେପରି ପୂର୍ବରୁ ‘ ଇଶକ୍‌ଜାଦେ’ରେ ପସନ୍ଦ କରିଥିଲେ, ଠିକ୍‌ ସେହିପରି‘ସନ୍ଦୀପ ଔର ପିଙ୍କି ଫରାର’ରେ ମଧ୍ୟ ଭଲ ପାଇବା ଦେବେ । ଏହା ଦିବାକର ବାନାର୍ଜୀଙ୍କର ୟଶରାଜ ବ୍ୟାନରରେ ହେବ ତୃତୀୟ ସିନେମା । ଅର୍ଜୁନ ଓ ପରିଣୀତି କେବଳ କେବଳ ଏହି ଗୋଟିଏ ସିନେମା ଏକାଠି ଆସିବେ ନାହିଁ ବରଂ ଅନ୍ୟ ଏକ ଫିଲ୍ମରେ ବି ଦେଖା ଦେବେ। ଅର୍ଜୁନ କପୁର ତାଙ୍କର ଆଗାମୀ ଦୁଇଟି ସିନେମାରେ ଅଭିନେତ୍ରୀ ପରିଣିତୀ ଚୋପ୍ରାଙ୍କ ସହ ଅଭିନୟ କରିବେ । ସିନେମା ଦୁଇଟି ହେଲା ‘ସନ୍ଦୀପ ଔର ପିଙ୍କି ଫରାର’ ଓ ‘ନମସ୍ତେ କାନାଡା’ । ଅପରପକ୍ଷରେ ପରିଣୀତି ଚୋପ୍ରା ଏବେ ବଲିଉଡର ଭଲ ଡିମାଣ୍ଡରେ ଥିବା ନାୟିକା ବନିଯାଇଛନ୍ତି। କାରଣ ତାଙ୍କ ହାତରେ କିଛି ମାସତଳେ ଗୋଟିଏ ବି ସିନେମା ନଥିଲା। ସେ ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶିତ ‘ଗୋଲମାଲ୍‌ ଏଗେନ୍‌’ ସାଇନ୍‌ କରିବାପରେ ତାଙ୍କର ସୁଦିନ ଫେରିଛି ବୋଲି କୁହାଯାଇପାରେ। ଦେଖିିବା କଥା ଉଭୟେ ସୁଟିଂ ସେଟରେ କ’ଣ କରୁଛନ୍ତି!ସେମାନେ କଥା ହେଉଛନ୍ତି କି ଦୂରେଇ ରହୁଛନ୍ତି!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe