‘ଛଲାଙ୍ଗ’ ପାଇଁ ହରିୟାଣା ଭାଷା ଶିଖିଲେ ନୁସରତ୍‌

Advertisment
‘ଛଲାଙ୍ଗ’ ପାଇଁ ହରିୟାଣା ଭାଷା ଶିଖିଲେ ନୁସରତ୍‌

palpalindia.com

ବଲିଉଡ୍‌ ଅଭିନେତ୍ରୀ ନୁସରତ୍‌ ଭରୁଚାଙ୍କ ଆଗାମୀ ଚଳଚ୍ଚିତ୍ର ‘ଛଲାଙ୍ଗ’ ନଭେମ୍ବର ୧୩ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ହାସ୍ୟରସାତ୍ମକ ଚଳଚ୍ଚିତ୍ରରେ ତାଙ୍କ ବିପକ୍ଷରେ ଅଭିନୟ କରିବେ ଅଭିନେତା ରାଜକୁମାର ରାଓ। ଚଳଚ୍ଚିତ୍ର‌ରେ ନୁସରତ୍‌ଙ୍କୁ ହରିୟା‌ଣାର ଜଣେ ଶିକ୍ଷୟିତ୍ରୀଙ୍କ ଭୂମିକାରେ ଦେଖିବାକୁ ମିଳିବ।

ଏକ ସାକ୍ଷାତକାରରେ ନୁସରତ୍‌ କହିଛନ୍ତି, ‘ଚଳଚ୍ଚିତ୍ରର ସବୁ କଳାକାର ଆଗରୁ ହରିୟାଣାର ଭାଷା ଜାଣିଥିଲେ। ମୁଁ ମୁମ୍ବାଇର ବାସିନ୍ଦା ହୋଇଥିବାରୁ ବିଲକୁଲ୍‌ ସେ ବିଷୟରେ ଅବଗତ ନଥିଲି। ଏଭଳି ସ୍ଥିତିରେ ମୋର ସହାୟତା ପାଇଁ ଆଗେଇ ଆସିଥିଲେ ରାଜକୁମାର ରାଓ। ସେ ମୋତେ କିଭଳି ଏହି ଭାଷା ଉଚ୍ଚାରଣ କରିବାକୁ ପଡ଼ିବ, ତାହା ଶିଖାଇଥିଲେ। ହାବଭାବର ସଠିକ୍‌ ପ୍ରଦର୍ଶନ ସଂପର୍କରେ ମଧ୍ୟ ତାଲିମ ଦେଇଥିଲେ। ପରେ ଜଣେ ଶିକ୍ଷକ ମୋତେ ଏ ସଂପର୍କରେ କିଛିଟା ସହାୟତା କରିଥିଲେ। ଆଶା କରୁଛି, ମୋର ଭୂମିକାକୁ ଦର୍ଶକେ ପସନ୍ଦ କରିବେ। ହଂସଲ ମେହତା ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe