ଏହି ସିନେମାରେ ଦୁଇଜଣ ନାୟିକାଙ୍କ ସହ ରୋମାନ୍ସ କରିବେ ସମ୍ଭିତ୍‌

Advertisment
ଏହି ସିନେମାରେ ଦୁଇଜଣ ନାୟିକାଙ୍କ ସହ ରୋମାନ୍ସ କରିବେ ସମ୍ଭିତ୍‌

ଓଡ଼ିଆ ଅଭିନେତା ସମ୍ବିତ ଏକ ତେଲୁଗୁ ଫିଲ୍ମରେ ଅଭିନୟ କରିବାର ଖବର ଆମେ ଆପଣଙ୍କୁ ଦେଇଥିଲୁ। ସମ୍ବିତଙ୍କ କାମରେ ଖୁସିହୋଇ ତାଙ୍କୁ ନେଇ ସେଇ ହାଇଦ୍ରାବାଦର ଏକ ବଡ଼ ପ୍ରଯୋଜନା ସଂସ୍ଥା ଏକ ଓଡ଼ିଆ ଫିଲ୍ମ ତିଆରି କରିବାଲାଗି ଆଗେଇ ଆସିଛି। ନିକଟରେ ମହୂରତ ହୋଇଥିବା ଏ ଫିଲ୍ମର ଶୀର୍ଷକ ରଖା ଯାଇଛି ‘ବିଶ୍ୱନାଥ’। ଏ ଫିଲ୍ମର ପ୍ରଯୋଜକ ହେଉଛନ୍ତି ଜାଭିରୁଦ୍ଦିନ୍‌, ସହ-ପ୍ରଯୋଜକ ଅଛନ୍ତି ବିନ୍ଦୁ ଶଙ୍କର ଗୌଡ଼। ଫିଲ୍ମର ନିର୍ଦ୍ଦେଶନାର ଭାର ରହିଛି କିରନ୍‌ଙ୍କ ଉପରେ। ‘ବିଶ୍ୱନାଥ’ରେ ସଙ୍ଗୀତ ନିର୍ଦ୍ଦେଶକ ଓ ସଂଳାପ ଲେଖକ ଅଛନ୍ତି ଯଥାକ୍ରମେ ଅଭିଜିତ ମଜୁମଦାର ଓ ଡକ୍ଟର ରଜନୀ ରଞ୍ଜନ।

publive-image

ଫିଲ୍ମରେ ସମ୍ବିତଙ୍କର ଏକ ଭିନ୍ନ ଧରଣର ଗେଟ୍‌ଅପ୍‌ ଅଛି, ଅଛି ମଧ୍ୟ ବେଶ୍‌ କିଛି ଆଖିଝଲସା ଷ୍ଟଣ୍ଟ୍‌। ‘ବିଶ୍ୱନାଥ’ରେ ତାଙ୍କର ଅଛନ୍ତି ଦୁଇଜଣ ନାୟିକା- ସମ୍ଭାବନା ଓ ସଙ୍ଗୀତା। ସମ୍ଭାବନା ପୂର୍ବରୁ ଗୋଟିଏ ଓଡ଼ିଆ ଫିଲ୍ମରେ ଅଭିନୟ କରି ସାରିଥିବା ଆପଣ ଜାଣିଥିବେ; ଅନ୍ୟପକ୍ଷରେ ହାଇଦ୍ରାବାଦରେ ରହୁଥିବା ଓଡ଼ିଆ ଝିଅ ସଙ୍ଗୀତା ମଧ୍ୟ ଦୁଇଟି ତେଲୁଗୁ ଫିଲ୍ମରେ ଅଭିନୟ କରିଛନ୍ତି। ଏମାନଙ୍କ ସହିତ ‘ବିଶ୍ୱନାଥ’ରେ ଆହୁରି ଅଛନ୍ତି ମିହିର ଦାସ, ପୃଥ୍ଵୀରାଜ, ସଲିଲ୍‌ ମିତ୍ର, ପ୍ରତିଭା ପଣ୍ଡା, ବିକାଶ ଦାସ ଓ ରାଜମୋହନ ପରିଡ଼ା ପ୍ରମୁଖ। ଫିଲ୍ମଟିକୁ ଆଗାମୀ ଗଣେଶ ପୂଜାରେ ରିଲିଜ୍‌ କରିବାର ଯୋଜନା ରଖା ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe