ଶୀତଲ୍‌ଙ୍କ ହାତ ଖାଲି!

ଶୀତଲ୍‌ଙ୍କ ହାତ ଖାଲି!

ଓଲିଉଡ୍‍ର ଚୁଲୁବୁଲି ନାୟିକା ଶୀତଲ୍‌ଙ୍କ ବୟସ ତ ବେଶୀ ନୁହେଁ,ତାଙ୍କର ଇଣ୍ଡଷ୍ଟ୍ରିରେ କାମ କରିବା ବି ଅଧିକ ଦିନର ନୁହେଁ। ହେଲେ ଅଳ୍ପ ସମୟ ଭିତରେ ଖୁବ୍‌ ନାଆଁ କରିଛନ୍ତି ଶୀତଲ୍‌। ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ ଛବି ‘ଯିଏ ଯାହା କହୁ ମୋ’ର ଢ଼ୋ’ ରିଲିଜ୍‌ ହୋଇଥିଲା ୨୦୧୫ରେ। ସେହି ବର୍ଷ ତାଙ୍କର ଅନ୍ୟ ଏକ ଫିଲ୍ମ ‘ଭଲପାଏ ତତେ ୧୦୦ ରୁ ୧୦୦’ମଧ୍ୟ ରିଳିଜ୍‌ ହୋଇଥିଲା।

publive-image

ଇତି ମଧ୍ୟରେ ଶୀତଲ୍‌ଙ୍କୁ ୭ଟି ଓଡ଼ିଆ ସିନେମାରେ ଦେଖିବାକୁ ପାଇଛନ୍ତି ଦର୍ଶକ। ତାଙ୍କ ଅଭିନୀତ ଶେଷ ସିନେମା ହେଲା‘ସୁନା ପିଲା ଟିକେ ସ୍କ୍ରୁ ଢ଼ିଲା’।ଏହା ଗତବର୍ଷ ମୁକ୍ତିଲାଭ କରିଥିଲା। ହେଲେ ଶୀତଲ୍‌ ଏବେ ଫାଙ୍କାରେ ଅଛନ୍ତି। ସେ ପ୍ରାୟ ୭ ମାସ ହେବ ପରଦାରେ ନଜର ଆସିନାହାନ୍ତି। ଏପରିକି ଶୀତଲ୍‌ ନିକଟରେ କୌଣସି ନୂଆ ଓଡ଼ିଆ ଛବି ପାଇଁ ଚୁକ୍ତିବଦ୍ଧ ମଧ୍ୟ ହୋଇନାହାନ୍ତି।

ଆଗରୁ ଏଭଳି ସ୍ଥିତି କେବେ ବି ନ ଥିଲା ଶୀତଲଙ୍କର। ଗୋଟିଏ ଫିଲ୍ମର ସୁଟିଂ ସରୁ ସରୁ ତାଙ୍କୁ ମିଳିଯାଉଥିଲା ଆଉ ଗୋଟେ ଅଫର୍‌। ହେଲେ ଏବେ ତାଙ୍କର ହାତ ଖାଲି! ଶୀତଲ୍‌ ବାବୁସାନ୍‌ ଓ ଅରିନ୍ଦମ୍‌ଙ୍କ ବିପକ୍ଷରେ କେବଳ ନାୟିକା ସାଜି ପରଦାକୁ ଆସିଛନ୍ତି। ଏବେ ଓଲିଉଡ୍‍କୁ ନୂଆ ନୂଆ ନାୟିକାମାନଙ୍କର ଏଣ୍ଟ୍ରି ଫଳରେ ଶୀତଲ୍‌ଙ୍କୁ କମ୍‌ ଲୋଡ଼ୁଛନ୍ତି ପ୍ରଯୋଜକ ବୋଲି ମଧ୍ୟ କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe