ପ୍ରଥମ ଥରଲାଗି ଏକାଠି ଆସିବେ ଏହି ଦୁଇ ଓଲିଉଡ ନାୟିକା

Advertisment
ପ୍ରଥମ ଥରଲାଗି ଏକାଠି ଆସିବେ ଏହି ଦୁଇ ଓଲିଉଡ ନାୟିକା

ଭୁବନେଶ୍ୱର: ରଚନା ବାନାର୍ଜୀ ଓଲିଉଡରେ ସାଗର ଗଙ୍ଗା , ଭାଇ ହେଲା ଭଗାରୀ , ଯଶୋଦା, ଲକ୍ଷେ ଶିବ ପୂଜି ପାଇଚି ପୁଅ, ଲକ୍ଷ୍ମଣ ରେଖା, ଲକ୍ଷ୍ମୀ ପ୍ରତିମା, ଗଙ୍ଗା ଯମୁନା, ସୁହାଗ ସିନ୍ଦୂର, କଳକୀ ଅବତାର, ପରଦେଶୀ ବାବୁ, କଣ୍ଢେଇ ଆଖିରେ ଲୁହ, ନାରୀ ବି ପିନ୍ଧିପାରେ ରକ୍ତ ସିନ୍ଦୂର, ସିନ୍ଦୂର ନୁହେଁ ଖେଳ ଘର, ପବିତ୍ର ବନ୍ଧନ, ଧର୍ମ ସହିଲେ ହେଲା ଓ ସନ୍ତାନ ଆଦି ସମେତ ଅନେକ ଓଡ଼ିଆ ଛବିରେ ୨୦୦୨ରେ ରିଲିଜ୍‌ ହୋଇଥିବା ‘ସନ୍ତାନ’ ପରେ ରଚନା ବାନାର୍ଜୀ ଅନ୍ୟ କୌଣସି ଓଡ଼ିଆ ସିନେମାରେ ଅଭିନୟ କରିନାହାନ୍ତି। କିନ୍ତୁ ପ୍ରାୟ ବର୍ଷେ ହେବ ଚର୍ଚ୍ଚା ହେଉଛି ଯେ ରଚନା ବାନାର୍ଜୀ ଓଲିଉଡକୁ ଫେରିବେ। ପୁଣି ଦର୍ଶକ ପରଦା ଉପରେ ସେମାନଙ୍କର ପ୍ରିୟ ଯୋଡ଼ି ସିଦ୍ଧାନ୍ତ-ରଚନାଙ୍କୁ ଦେଖିବାକୁ ପାଇବେ।

publive-image

ନିକଟରେ ଆଉ ଜଣେ ନିର୍ଦ୍ଦେଶକ ସେଭଳି ଯୋଜନାକୁ ସଫଳ ରୂପ ଦେବାକୁ ଯାଉଥିବାର ଖବର ମିଳିଥିଲା। ଏହି ନିର୍ଦ୍ଦେଶକ ହେଲେ ମାଧବ ପରିଡ଼ା। ସେ ଏକାସଙ୍ଗେ ଓଲିଉଡର ଦୁଇ ଟପ୍‌ ନାୟିକା ଅନୁ ଚୌଧୁରୀ ଏବଂ ରଚନାଙ୍କୁ ଏକାଠି ଆଣୁଛନ୍ତି। ମାଧବ ପରିଡ଼ା ଅନୁ ଚୌଧୁରୀ ଓ ରଚନାଙ୍କୁ ନେଇ ଯେଉଁ ଓଡ଼ିଆ ସିନେମାର ଯୋଜନା କରିଛନ୍ତି, ତା’ର ଟାଇଟଲ ହେଲା ‘ରକ୍ତ ଚିହ୍ନେ ରକ୍ତକୁ’। ମାଧବ ପରିଡ଼ା ଗେଷ୍ଟ ହାଉସ୍‌’ ଟାଇଟଲରେ ଏକ ଫିଲ୍ମ ନିର୍ମାଣ କରିଛନ୍ତି, ଯାହା ଏବେ ରିଲିଜ୍‌ ଅପେକ୍ଷାରେ ରହିଛି।

ଯଦି ଏହା ସଫଳ ହୁଏ ତେବେ ଦର୍ଶକ ଏକାସାଙ୍ଗେ ପରଦାରେ ସିଦ୍ଧାନ୍ତ ଓ ରଚନାଙ୍କ ସାଙ୍ଗକୁ ଅନୁ ଚୌଧୁରୀଙ୍କୁ ବି ଭେଟିବେ ଏଥର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe