ଏହି ଓଲିଉଡ ନାୟିକାଙ୍କ ତିନିଟି ସିନେମା ଅଟକିଛି !

Advertisment
ଏହି ଓଲିଉଡ ନାୟିକାଙ୍କ ତିନିଟି ସିନେମା ଅଟକିଛି !

ଭୁବନେଶ୍ୱର: ଏବେ ଏକ ଓଡିଆ ସିନେମାର ସୁଟିଂ ଚାଲିଛି ି,ଯାହାର ଶୀର୍ଷକ ହେଲା ‘ରଙ୍ଗ ବରଷିବ ଟୁପୁରୁ ଟାପୁରୁ’।ଏଥିରେ ନାୟିକା ଭୂମିକାରେ ସୁଶ୍ରୀ ଅଛନ୍ତି ଆଉ ଜଣେ ନବାଗତ ତାପସଙ୍କ ବିପକ୍ଷରେ ନଜର ଆସିବେ ସେ ।ଏଥିରେ ମିହିର ଦାସ ଓ ଅପରାଜିତା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ଜିତେନ୍ଦ୍ର ମହାପାତ୍ର ‘ରଙ୍ଗ ବରଷିବ ଟୁପୁରୁ ଟାପୁରୁ’ଜରିଆରେ ଓଲିଉଡକୁ ଫେରିଛନ୍ତି। ଆଗରୁ ଜିତେନ୍ଦ୍ର ସାବିତ୍ରୀ,କାଶିଆକପିଳା ଏବଂ ସମୟ ଚକରେ ସଂସାର ରଥ ଭଳି ସିନମା ତିଆରି କରିଥିଲେ।

publive-image

ଓଲିଉଡରେ ଓଡ଼ିଆ ନାୟିକା ହେଲେ ସୁଶ୍ରୀ ପ୍ରାୟ ତିନି ବର୍ଷ ହେଲା ବେଶ୍‌ ସକ୍ରିୟ ଅଛନ୍ତି। କିନ୍ତୁ ତାଙ୍କର ମାତ୍ର ଗୋଟିଏ ଓଡିଆ ସିନେମା ଏଯାଏଁ ରିଲିଜ୍‌ ହୋଇଛି। ତେବେ ସେ ବିଗତ ଦିନ ମାନଙ୍କରେ ତିନିଟି ଓଡିଆ ସିନେମାରେ ନାୟିକା ଭୂମିିକାରେ ଅଭିନୟ କରିଲେଣି। କିନ୍ତୁ ସେହି ଫିଲ୍ମ ଗୁଡ଼ିକ କୌଣସି କାରଣରୁ ମୁକ୍ତିଲାଭ କରିପାରି ନାହିଁ।

ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ହେଲୋ’ରୁ କ୍ୟାରିଅର୍‌ ଆରମ୍ଭ କରିଥିଲେ ସୁଶ୍ରୀ। ୨୦୧୬ରେ ରିଲିଜ୍‌ ହୋଇଥିବା ଏହି ସିନେମାରେ ସୁଶ୍ରୀଙ୍କ ନାୟକ ବନିଥିଲେ ନବାଗତ ଶାନୁ। ଫିଲ୍ମଟି ଖାସ୍‌ କମାଲ୍‌ ଦେଖାଇ ନ ଥିଲା। କିନ୍ତୁ ସୁଶ୍ରୀଙ୍କୁ ପରେ ଅଫର୍‌ ମଧ୍ୟ ମିଳିଥିଲା।

‘ହେଲୋ’ପରେ ସୁଶ୍ରୀ ‘ବେଷ୍ଟ ଅଫ୍‌ ଲକ୍‌’ସିନେମାରେ ନବାଗତ ନାୟକ ବିରଜା ପ୍ରସନ୍ନଙ୍କ ସହ କାମ କରିଥିଲେ। ଏହାର ନିର୍ଦ୍ଦେଶନା ଦେଇଛନ୍ତି ମନୋରଂଜନ ପାଲ୍‌।ଏହି ସିନେମା ପରେ ସୁଶ୍ରୀଙ୍କୁ ମିଳିଥିଲା ଅନ୍ୟ ଏକ ଓଡ଼ିଆ ସିନେମା,ଯାହାର ଶୀର୍ଷକ ହେଲା ‘ଚାହିଁଥିବି ତତେ ହଜାରେ ବରଷ’।ଏହି ଫିଲ୍ମରେ ଶୁଭମଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ସୁଶ୍ରୀ। ଏ ତିନିଟି ଫିଲ୍ମର କେବେ ରିଲିଜହେଉଛି ଏବଂ ସୁଶ୍ରୀ ସେଥିରେ କି କମାଲ୍‌ ଦେଖାଉଛନ୍ତି ତାହା ଦେଖିବା କଥା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe