ଆଇଟମ୍‌ ଗର୍ଲ ବନି ଚର୍ଚ୍ଚିତା ହୋଇଥିବା ଏହି ନାୟିକା ଏବେ ‘ପ୍ରେମ ବନ୍ଧନ’ରେ

ଅନୁ, ନମ୍ରତା, ଲଭଲି ଓ ଅନନ୍ୟାଙ୍କ ପରେ ଏବେ ଜୀନାଙ୍କ ପାଳି

ଭୁବନେଶ୍ୱର: ନାୟିକାଭାବେ ରମେଶ ରାଉତଙ୍କ ନିର୍ଦ୍ଦେଶିତ ତଥା ଯୁଗାଂଶୁ ଶେଖର ପଣ୍ଡାଙ୍କ ପ୍ରଯୋଜିତ ଫିଲ୍ମ ‘ଗଡ଼୍‍ଫାଦର୍‌’ହେଉଛି ଅନନ୍ୟା ମିଶ୍ରଙ୍କର ପ୍ରଥମ ଓଡ଼ିଆ ସିନେମା। ଏଥିରେ ଅନନ୍ୟାଙ୍କ ଅପୋଜିଟ୍‌ରେ ନଜର ଆସିଥିଲେ ନବାଗତ ସତ୍‌ଶ୍ରୀ। ଏବେ ଅନନ୍ୟାଙ୍କ ନାୟିକା ଭାବେ ଦ୍ୱିତୀୟ ସିନେମା ରିଲିଜ୍‌ ଅପେକ୍ଷାରେ ରହିଛି।ଏହି ସିନେମାର ଟାଇଟଲ୍‌ ହେଲା ‘ପ୍ରେମ ବନ୍ଧନ’।ଏଥିରେ ଅନନ୍ୟାଙ୍କ ବିପକ୍ଷରେ ନାୟକ ଭୂମିକାରେ ଅଛନ୍ତି ଚକ୍‌ଲେଟ୍‌ ହିରୋ ଅଭିଷେକ। କୁମାର ସରୋଜ ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି। ଏହା ପୂର୍ବରୁ କୁମାର ସରୋଜ ‘ରକଷ୍ଟାର୍‌’ଓ ‘ଟିକେ ଖରା ଟିକେ ଛାଇ’ ଭଳି ସିନେମା ନିର୍ମାଣ କରିଛନ୍ତି। ଦେବେନ୍ଦ୍ର ନାଥ ସାହୁ ଏହି ସିନେମାର ପ୍ରଯୋଜକ।

publive-image

ଅନନ୍ୟା ହିରୋଇନ୍‌ ଭାବେ ଓଡ଼ିଆ ଫିଲ୍ମରେ ଯେତିକି ଚର୍ଚ୍ଚାକୁ ଆସି ନଥିଲେ,ତା’ଠାରୁ ଅଧିକ ଲୋକପ୍ରିୟତା ଆଣିଦେଇଛି ଏହି ନାୟିକାଙ୍କୁ ସେହି ଆଇଟମ୍‌ ଗୀତ।

ଏଠାରେ ଯେଉଁ ଆଇଟମ୍‌ ନମ୍ବର କୁହାଯାଉଛି,ତାହା ହେଲା ଅମ୍ଳାନ-ଅନୁଭା ଷ୍ଟାରର୍‌ ମୁଭି ‘ବଜରଙ୍ଗୀ’ର ଏ ଫର୍‌ ଆପୁଲ୍‌ ଆପୁଲ୍‌ ବି ଫର୍‌ ବାନାନା....। ଆଉ ଏହି ଗୀତରେ ଆଇଟମ୍‌ ଗର୍ଲ ରୂପେ ପରଦାକୁ ଆସିଥିଲେ ଅନନ୍ୟା।

ଅନନ୍ୟାଙ୍କର ଏହା ପ୍ରଥମ ଆଇଟମ୍‌ ନମ୍ବର ହୋଇପାରେ,ମାତ୍ର ବଡ଼ ପରଦାରେ ସେ ନାୟିକା ଭୂମିକାରେ ତା’ ପୂର୍ବରୁ ଆସିଥିଲେ ବି ଅନନ୍ୟା ନାୟିକା ଭାବେ ଏଯାବତ୍‌ ସଫଳତା ହାସଲ କରିନାହାଁନ୍ତି। ଦେଖାଯାଉ ‘ପ୍ରେମ ବନ୍ଧନ’ତାଙ୍କୁ ସଫଳତା ଆଣି ଦେଉଛି କି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe