ଏଲ୍‌ଜିବିଟିକ୍ୟୁଙ୍କୁ ନେଇ ଓଡ଼ିଆ ସିନେମା ‘ଟି’

Advertisment
ଏଲ୍‌ଜିବିଟିକ୍ୟୁଙ୍କୁ ନେଇ ଓଡ଼ିଆ ସିନେମା ‘ଟି’

‘ଟି’ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଜିତେଶ କୁମାର ପରିଡ଼ା କହନ୍ତି- ‘ମୁଁ ଏଥିପାଇଁ ଗର୍ବିତ ଯେ ମୋ ନିର୍ଦ୍ଦେଶନାରେ ତିଆରି ହେଇଥିବା ଏଇ ଫିଲ୍ମଟି ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍‌ରେ ପ୍ରଦର୍ଶିିତ ହେବାର ସୁଯୋଗ ପାଇଛି। ମେଘନାଙ୍କ ଜୀବନ କାହାଣୀ ବାସ୍ତବରେ ‌ଦର୍ଶକଙ୍କ ହୃଦୟକୁ ସ୍ପର୍ଶ କରିପାରିଛି। କେବଳ ଫେଷ୍ଟିଭାଲ୍ ନୁହେଁ ଏହା ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ପରେ ଆହୁରି ଅଧିକ ଦର୍ଶକଙ୍କୁ ପ୍ରଭାବିତ କରିବ। କାନ୍‌ରେ ଏହାର ଟ୍ରେଲର ଓ ପୋଷ୍ଟର ରିଲିଜ୍ ହେବାପରେ ଆମେରିକାରେ ଆୟୋଜିତ ବୋଷ୍ଟନ୍ ଫେଷ୍ଟିଭାଲ୍‌ରେ ସିନେମାଟି ସେପ୍ଟେମ୍ବର ୨୫ ତାରିଖରେ ପ୍ରଦର୍ଶିିତ ହୋଇଥିଲା।

ଫିଲ୍ମଟି ଉକ୍ତ ଫେଷ୍ଟିଭାଲରେ ମନୋନୀତ ହେବାପରେ ଶ୍ରେଷ୍ଠ ଚଳଚ୍ଚିତ୍ର ଏବଂ ଶ୍ରେଷ୍ଠ ନିର୍ଦ୍ଦେଶକ ଓ ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କୃତ ହୋଇଥିଲା। ସାରା ବିଶ୍ବରେ ଏହା ଶ୍ରେଷ୍ଠ ‘ଏଲ୍‌ଜିବିଟିକ୍ୟୁ’ ଫିଲ୍ମ ଭାବେ ଶ୍ରେଷ୍ଠ ମୁକୁଟ ପିନ୍ଧିଥିଲା। ଏଥିରେ ଦେବାଶିଷ ସାହୁଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କୃତ କରାଯାଇଥିଲା। ୨୦୨୩ରେ ଏହି ଫିଲ୍ମଟି ଜୟପୁରରେ ଆୟୋଜିତ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍‌ରେ ପ୍ରଦର୍ଶିତ ହେବାକୁ ମନୋନୀତ ହୋଇଛି। ମାତ୍ର ଚାରିମାସ ମଧ୍ୟରେ ଏଇ ଚଳଚ୍ଚିତ୍ରଟି ଆଇଆଇଏଫ୍ଏଫ୍‌ବି ବ୍ୟତୀତ ସ୍ବିଡେନ୍, ରୋମ୍, ଷ୍ଟକହମ୍‌ ଓ ପର୍ତ୍ତୁଗାଲ୍‌ ଫେଷ୍ଟିଭାଲରେ ପୁରସ୍କୃତ ହୋଇ ସାରିଲାଣି। ଜିତେଶ କୁମାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସହଯୋଗ କରିଛନ୍ତି ଆର୍‌ଆର୍‌ ‌େମାସନ ପିକ୍‌ଚର୍ସ(ୟୁକେ) ଏବଂ ବିଘ୍ନହର୍ତ୍ତା ମୁଭିଜର ମୋହିତ କୁମାର ପୁରୀ, ହିମାଦ୍ରୀ ତନୟା ଦାସ, ଥାମ୍ରିତା ମୋହନ ସମ୍ଭୁତି, ସୋମା କିରଣ ଜେନା ଏବଂ ରାଜଶ୍ରୀ ମହାପାତ୍ର। ଏଥିରେ ଦେବାଶିଷ ସାହୁ, ଉଷସୀ ମିଶ୍ର, ହର ରଥ, ରଣବୀର କାଳସୀ ଏବଂ ପ୍ରସନ୍ନଜିତ ମହାପାତ୍ରଙ୍କୁ ପ୍ରମୁଖ ଚରିତ୍ରରେ ଦେଖିବାକୁ ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe