ଭୁବନେଶ୍ୱର : ଅକ୍ଷୟ ପରିଜା ପ୍ରଡକ୍ସନ୍, ଜି ସାର୍ଥକ ଏବଂ ପ୍ରକାଶ ଫିଲ୍ମସ୍ ପକ୍ଷରୁ ‘୪ ଇଡିୟଟ୍ସ’ ଚଳଚ୍ଚିତ୍ରର ଶୁଭ ମହୁରତ ଟଙ୍କପାଣି ରୋଡ୍ ସାଇ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି। ଚଳଚ୍ଚିତ୍ରର ନିର୍ଦେଶକ ବସନ୍ତ ସାହୁ ଅକ୍ଷୟ ତୃତୀୟାରେ କ୍ଲାପ୍ ଦେଇ ସୁଟିଂ ଆରମ୍ଭ କରିଥିଲେ। ସବ୍ୟସାଚୀ, ଆକାଶ, କୁନା ତ୍ରିପାଠୀ, ପୁନମ୍, ଲିପ୍ସା, ଗୁଡ଼ୁ ପ୍ରମୁଖ ଅଭିନେତା ଅଭିନେତ୍ରୀଙ୍କ ଉପସ୍ଥିତିରେ ଏହାର ଶୁଭାରମ୍ଭ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ପ୍ରଯୋଜକ ରାଜା ଆନନ୍ଦ, ସହକାରୀ ନିର୍ଦେଶକ ସଂଜୟ ମହଲା, ଶୁଭ୍ରାଂଶୁ ମହାପାତ୍ର ଉପସ୍ଥିତ ଥିଲେ। ଡ. ରଜନୀ ରଂଜନ ଚଳଚ୍ଚିତ୍ରର ସଂଳାପ ରଚନା କରିଥିବା ବେଳେ ସଂଗୀତ ନିର୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦ। ବିରାଜ କର କ୍ୟାମେରା ପରିଚାଳନା କରୁଛନ୍ତି। ରଜରେ ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବ ବୋଲି ସୂଚନା ଦିଆଯାଇଛି।
‘୪ ଇଡିୟଟ୍ସ’ର ଶୁଭ ମହୁରତ୍
Advertisment
Follow Us