ଓଡ଼ିଆ ଫିଲ୍ମ ଟାଇଟଲରେ ‘ରାଖୀ’: ଦର୍ଶକଙ୍କ ମନକୁ ଛୁଇଁଥିଲା ଭାଇଭଉଣୀ ସଂପର୍କ ପ୍ରସଙ୍ଗ

ଓଡ଼ିଆ ଫିଲ୍ମ ଟାଇଟଲରେ ‘ରାଖୀ’: ଦର୍ଶକଙ୍କ ମନକୁ ଛୁଇଁଥିଲା ଭାଇଭଉଣୀ ସଂପର୍କ ପ୍ରସଙ୍ଗ

ଭୁବନେଶ୍ୱର: ବିଭିନ୍ନ ପର୍ବପର୍ବାଣୀକୁ ଆଖି ଆଗରେ ରଖି ବେଶ କେତୋଟି ଓଡ଼ିଆ ଛବି ନିର୍ମିତ ହୋଇଛି। ଏହା ଅବଶ୍ୟ ଭିନ୍ନ କଥା ଯେ ସେହି ଫିଲ୍ମଗୁଡ଼ିକ ପର୍ବପର୍ବାଣୀ ଅବସରରେ ମୁକ୍ତିଲାଭ କରି ନଥିବାର ବି ନଜିର ରହିଛି। ରାଖୀ ପୂର୍ଣ୍ଣିମା ବି ଓଡ଼ିଶାର ଏକ ଗୁରୁତ୍ବପୂର୍ଣ୍ଣ ପର୍ବ। ଆସନ୍ତୁ ନଜର ପକାଇବା ରାଖୀ ଟାଇଟଲ୍ ଥିବା ଓଡ଼ିଆ ଫିଲ୍ମଗୁଡ଼ିକ ଉପରେ।

publive-image

‘ରାକ୍ଷୀ ଭିଜିଗଲା ଆଖି ଲୁହରେ’: ସୁବ୍ରତ ସାମନ୍ତରାୟଙ୍କ ପ୍ରଯୋଜିତ ତଥା ସଂଗ୍ରାମ ବିଶ୍ୱାଳଙ୍କ ନିର୍ଦ୍ଦେଶିତ ଏକ ସୁପରହିଟ୍‌ ଫିଲ୍ମ ହେଲା ‘ରାକ୍ଷୀ ଭିଜିଗଲା ଆଖି ଲୁହରେ’। ଏହି ଫିଲ୍ମରେ ଅଭିନେତା ବିଜୟ ମହାନ୍ତିଙ୍କ ଗେହ୍ଲୀ ଭଉଣୀ ଭୂମିକା ନିଭାଇଥିଲେ ରଚନା ବାନାର୍ଜୀ। ଏଥିରେ ସିଦ୍ଧାନ୍ତ ଓ ରାଇମୋହନ ପ୍ରମୁଖଙ୍କୁ ବି ଦେଖିବାକୁ ମିଳିଥିଲା। ଶୀର୍ଷାନନ୍ଦ ଦାସକାନୁନଗୋ ଏହାର ସଂଳାପ ଲେଖିଥିବା ବେଳେ ଅରୁଣ ମହାନ୍ତି ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ଭାଇଭଉଣୀ ସଂପର୍କକୁ ଅଧିକ ନିଖୁଣ ଭାବେ ଦର୍ଶାଇଥିଲା ଏହି ସିନେମାର ଗୀତ ସୁନାରୁପା ଗଉଣୀ...। ଏହା ୧୯୯୭ ମସିହାରେ ମୁକ୍ତିଲାଭ କରିଥିଲା। ଫିଲ୍ମଟି ଦର୍ଶକଙ୍କ ମନକୁ ଛୁଇଁଥିଲା।

‘ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ’: ୨୦୦୧ ମସିହାରେ ମୁକ୍ତିଲାଭ କରିଥିଲା ରତିକାନ୍ତ କାନୁନ୍‌ଗୋଙ୍କ ପ୍ରଯୋଜିତ ତଥା ସଂଜୟ ନାୟକଙ୍କ ନିର୍ଦ୍ଦେଶିତ ଏକ ସୁପରହିଟ୍‌ ଫିଲ୍ମ ଯାହାର ଟାଇଟଲ୍ ହେଲା ‘ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ’। ଏହି ଫିଲ୍ମରେ ଦର୍ଶକ ମହିର ଦାସ ଓ ଅନୁ ଚୌଧୁରୀଙ୍କୁ ଭାଇ ଭଉଣୀ ଭୂମିକାରେ ଦେଖିବାକୁ ପାଇଥିଲେ। ଏଥିରେ ସିଦ୍ଧାନ୍ତନାୟକ ଭୂମିକାରେ ଅଭିନୟ କରିଥିଲେ। ମଳୟ ମିଶ୍ର ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ‘ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ’ର ଟାଇଟଲ୍ ଗୀତ ଆଜି ବି ଭାଇଭାଉଣୀଙ୍କ ମଧ୍ୟରେ ଭାବାବେଗ ସୃଷ୍ଟି କରେ। ଏହି ଫିଲ୍ମଟି ବକ୍ସ ଅଫିସ୍‌ରେ ସୁପରହିଟ୍‌ ବି ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe