Advertisment

ଏକମାତ୍ର ଭାରତୀୟ ଚଳଚ୍ଚିତ୍ର ଭାବେ ମନୋନୀତ : ହଙ୍ଗେରିରେ ପ୍ରଦର୍ଶିତ ହେବ ‘କ୍ଷଣିକା’

Advertisment
ଏକମାତ୍ର ଭାରତୀୟ ଚଳଚ୍ଚିତ୍ର ଭାବେ ମନୋନୀତ : ହଙ୍ଗେରିରେ ପ୍ରଦର୍ଶିତ ହେବ ‘କ୍ଷଣିକା’

ଭୁବନେଶ୍ୱର : ଓଡ଼ିଆ ଫିଲ୍ମ ‘କ୍ଷଣିକା ଦି ଲଷ୍ଟ୍‍ ଆଇଡିଆ’କୁ ମିଳିଛି ଆଉ ଏକ ଅପୂର୍ବ ସଫଳତା। ହଙ୍ଗେରିର ସେଜ୍‌ଡରେ ଆୟୋଜିତ ହେବାକୁ ଯାଉଥିବା ‘ସିଗ୍‌ମଣ୍ଡ୍‌ ଭିଲ୍‌ମସ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ’ରେ ଏହା ପ୍ରଦର୍ଶିତ ହେବ। ସବୁଠୁ ବଡ଼ କଥା ହେଉଛି ଏକମାତ୍ର ଭାରତୀୟ ଚଳଚ୍ଚିତ୍ର ଭାବେ ଏହି ଓଡ଼ିଆ ଚଳଚ୍ଚିତ୍ରଟି ସେଠାରେ ପ୍ରଦର୍ଶିତ ହେବାର ଗୌରବ ଅର୍ଜନ କରିଛି।

୮୯ ମିନିଟ୍‌ର ଏହି ଚଳଚ୍ଚିତ୍ରରେ ଦୁଇ ସୃଜନକର୍ତାଙ୍କ ମଧ୍ୟରେ ତାଙ୍କ ସୃଜନୀ ଚେତନାର ପ୍ରତିଫଳନ ଦେଖିବାକୁ ମିଳିଛି। ସୃଜନୀର ପ୍ରାମାଣିକ ପ୍ରସ୍ତୁତିର କପି ରାଇଟ୍‌ ଥାଇପାରେ, କିନ୍ତୁ ଏହି ଚଳଚ୍ଚିତ୍ରରେ କବି ଓ ଚିତ୍ରଶିଳ୍ପୀ କିଭଳି ଏକ ପ୍ରକାର ଚିନ୍ତନକୁ ନିଜର ବୋଲି ଦାବି କରୁଛନ୍ତି, ଏହା ଚଳଚ୍ଚିତ୍ରରେ ବେଶ୍‌ ଚତୁରାତାର ସହ ଦେଖାଇଛନ୍ତି ନିର୍ଦେଶକ ଅମର୍ତ୍ୟ ଭଟ୍ଟାଚାର୍ଯ୍ୟ। ସ୍ୱସ୍ତିକ ଆର୍ଟ ହାଉସ୍‌ ବ୍ୟାନର୍‌ରେ ପ୍ରସ୍ତୁତ ଏହି ଚଳଚ୍ଚିତ୍ରରେ ସୁଶାନ୍ତ ମିଶ୍ର ଚିତ୍ରଶିଳ୍ପୀ ଓ ସ୍ୱସ୍ତିକ ଚୌଧୁରୀ କବି ଚରିତ୍ରରେ ଅଭିନୟ କରିଥିବା ବେଳେ ଚୌଧୁରୀ ବିକାଶ ଦାସ ଜଣେ ପାଗଳ ଭୂମିକାରେ ଅଭିନୟ କରିଛନ୍ତି। ସେହିଭଳି ଧନୁଯାତ୍ରାରେ ଦୀର୍ଘବର୍ଷ ଧରି କଂସ ଭୂମିକାରେ ମନ ଜିଣିଥିବା ହୃଷିକେଶ ଭୋଇ ଏକ ବିଶେଷ ଭୂମିକାରେ ଅଭିନୟ କରିଥିବା ବେଳେ ଅଭିନେତ୍ରୀ ଅନୁ ଚୌଧୁରୀ ଅତିଥି କଳାକାର ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। କୌଣସି ଆଧୁନିକ ଉପକରଣର ବିନା ଚଳଚ୍ଚିତ୍ରଟି ପ୍ରସ୍ତୁତ ହୋଇଥିବାବେଳେ ଭୁବନେଶ୍ୱର ଓ ପୁରୀର ବିଭିନ୍ନ ସ୍ଥାନରେ ଏହା ସୁଟିଂ ହୋଇଛି। ପୂର୍ବରୁ ଏହି ଚଳଚ୍ଚିତ୍ରଟି ଗୋଆରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇଥିବା ବେଳେ ପଞ୍ଚମ ନୋଇଡା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ମଧ୍ୟ ପୁରସ୍କୃତ ହୋଇଛି। ସେହିଭଳି କାନାଡ଼ା, ୟୁକେ, ରୁଷିଆ ଏବଂ ଅନ୍ୟ ଦେଶରେ ଚଳଚ୍ଚିତ୍ରଟି ପ୍ରଦର୍ଶିତ ହୋଇ ଉଚ୍ଚ ପ୍ରଶଂସିତ ହୋଇପାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe