ଦର୍ଶକଙ୍କ ମନ ମୋହୁଛି ଓଡ଼ିଆ ସିନେମା ’ଲଭ୍ ଏଟିଏମ୍‌’

Advertisment
ଦର୍ଶକଙ୍କ ମନ ମୋହୁଛି ଓଡ଼ିଆ ସିନେମା ’ଲଭ୍ ଏଟିଏମ୍‌’

ପ୍ରେକ୍ଷାଳୟରେ ଏବେ ଖୋ‌ଲିଛି ‘ଲଭ୍ ଏଟିମ୍’। ମୁକ୍ତିଲାଭ କରିଛି ଓଡ଼ିଆ ସିନେମା ‘ପ୍ରେମ ଏଟିଏମ୍‌’। ଏହାର ପ୍ରଯୋଜନା କରିଛି ତରଙ୍ଗ ସିନେ ପ୍ରଡକ୍ସନ୍‌। ଏହି ସିନେମାରେ ସୁନ୍ଦରଗଡ଼ ପୁଅ ପ୍ରଦୀପ ଦତ୍ତ ଚମତ୍କାର ଅଭିନୟ କରିଛନ୍ତି। ତାଙ୍କ ସହ ଦିବ୍ୟାଦିଶା ମହାନ୍ତି ଓ ଲିପିକା ସେନାପତି ମଧ୍ୟ ନିପୁଣ ଅଭିନୟ କରିଛନ୍ତି।

ମାରୁତି ମୁଭି ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି ସୁରେନ୍ଦ୍ର ନାରାୟଣ (ପୁଲିଆ) ଓ ନବନୀତା ମିଶ୍ର। ଅଭିଜିତ ମଜୁମଦାରଙ୍କ ସଂଗୀତ ନିର୍ଦ୍ଦେଶନାରେ ଏଇ ଚଳଚ୍ଚିତ୍ରରେ ଥିବା ଗୀତଗୁଡ଼ିକରେ କଣ୍ଠଦାନ କରିଛନ୍ତି ମଣ୍ଟୁ ଛୁରିଆ, ହ୍ୟୁମାନ ସାଗର, ସ୍ୱୟମ୍ ପାଢ଼ୀ, ତାରିକ୍ ଅଜିଜ୍‌, ଦିପ୍ତୀରେଖା ଓ ଅମ୍ରିତା ନାୟକ। ସୁଧାଂଶୁ ସାହୁଙ୍କ ନିର୍ଦ୍ଦେଶିତ ‘ଲଭ୍ ଏଟିଏମ୍’ ଫିଲ୍ମଟି ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରୁଛି। ପ୍ରେକ୍ଷାଳୟର ଅଭ‌ାବ ଥିଲେ ମଧ୍ୟ ଚଳଚ୍ଚିତ୍ର ‘ଲଭ୍ ଏଟିଏମ୍’ ଏବେ ଅଳ୍ପସଂଖ୍ୟକ ହଲ୍‌ରେ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏପରିକି ଦୁଇ ପ୍ରେମୀଯୋଡ଼ିଙ୍କ ଉପରେ ନଜର ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe