ଲଭ୍ ୟୁ ଜାନୁ

Advertisment
ଲଭ୍ ୟୁ ଜାନୁ

ଏଥର ନବାଗତ କିଶୋରଙ୍କ ସହ ରିଲରେ ରୋମାନ୍ସ କରିବେ ଅଭିଜ୍ଞ ଅଭିନେତ୍ରୀ ପୁନମ ମିଶ୍ର। ତନ୍ମୟ ପ୍ରଡକ୍ସନ୍‌ର ପ୍ରଥମ ସିନେମା ଯାହାର ଶୀର୍ଷକ ରହିଛି ‘ଲଭ୍ ୟୁ ଜାନୁ’। ପ୍ରେମ କାହାଣୀ ହେଇଥିଲେ ବି ଏଥିରେ କିଛି ରହସ୍ୟ ରୋମାଞ୍ଚ ଓ ପ୍ରତିଶୋଧମୂଳକ ଘଟଣା ଦେଖିବାକୁ ମିଳିବ। ଜିତେନ୍ଦ୍ର ଓଝାଙ୍କ ପ୍ରଯୋଜନାରେ ନିର୍ମାଣ ହେବାକୁ ଯାଉଥିବା ଏଇ ଚଳଚ୍ଚିତ୍ର ପାଇଁ ସଂଳାପ ଲେଖିଛନ୍ତି ବୈଜୟନ୍ତୀ ମିଶ୍ର। ଅଭିଜିତ୍ ମଜୁମଦାର ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଉଥିବା ବେଳେ ନିର୍ଦ୍ଦେଶନାର ମଙ୍ଗ ଧରିଛନ୍ତି ଦେବଜ୍ୟୋତି ପାତ୍ର।

କାହାଣୀର ମୁଖ୍ୟ ନାୟକ ଭୂମିକାରେ କିଶୋର କୁମାର ଏବଂ ନାୟିକା ଭାବେ ଅବତୀର୍ଣ୍ଣ ହେବେ ପୁନମ ମିଶ୍ର। ଏମାନଙ୍କ ବ୍ୟତୀତ ପ୍ରଦ୍ୟୁମ୍ନ ଲେଙ୍କା, ପ୍ରିୟଙ୍କା ମହାପାତ୍ର, ମନୀଷା ମିଶ୍ର, ଜୟପ୍ରକାଶ ଦାସ, ଜିତୁ, ଭକ୍ତି, ଲିପୁନ, ଅରବିନ୍ଦ, ସୀମା, ଜ୍ଞାନ, ମୋନାଲିସା, ମହିମା, ସୁରଭାଇ, ଗୁଡ୍ଡୁ ଓ ସୁହାନାଙ୍କୁ ‌ଭିନ୍ନ ଭୂମିକାରେ ଦେଖିବାକୁ ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe