ୟୁଟ୍ୟୁବ୍‌ ଟ୍ରେଣ୍ଡିଂ ଲିଷ୍ଟରେ ‘ଓଷଦ ନେଇ ଆ…’

Advertisment
ୟୁଟ୍ୟୁବ୍‌ ଟ୍ରେଣ୍ଡିଂ ଲିଷ୍ଟରେ ‘ଓଷଦ ନେଇ ଆ…’

Incredible Orissa

ଭୁବନେଶ୍ୱର: ଏଇ କିଛିଦିନ ତଳେ ‘ହାବି ଲକି’ ଚଳଚ୍ଚିତ୍ରର ଏକ ଗୀତ ‘ଓଷଦ ନେଇ ଆ’ର ଉଭୟ ଅଡିଓ ଏବଂ ଭିଡ଼ିଓ ୟୁଟ୍ୟୁବ୍‌ରେ ଅପଲୋଡ୍‌ ହୋଇଥିଲା ଏଇ ଗୀତ ଅପଲୋଡ ହେବାର ମାତ୍ର ୪ ଦିନ ମଧ୍ୟରେ ଏବେ ବେଶ୍‌ ଲୋକପ୍ରିୟ ହୋଇ ଯାଇଛି। ଯେଉଁଥିପାଇଁ ଏହା ଏବେ ୟ୍ୟୁଟୁବ୍‌ର ଟ୍ରେଣ୍ଡିଂ ଲିଷ୍ଟର ୧୪ ନମ୍ବରରେ ରହିଛି ।

ଗତ ଦୁଇ ଦିନର ୟୁଟ୍ୟୁବ୍‌ ଟ୍ରେଣ୍ଡିଂ ୪୫ରୁ ଏବେ ୧୪ରେ ପହଞ୍ଚିଛି ଏହି ଓଷଦ ନେଇ ଆ ଗୀତ । ୟୁଟ୍ୟୁବ୍‌ ବିଶେଷଜ୍ଞଙ୍କ କହିବା ଅନୁସାରେ, ସାଧାରଣତଃ ଗୁଗୁଲରେ ସର୍ଚ୍ଚ ହେଉ କି ୟୁଟ୍ୟୁବ୍‌ରେ ଯେଉଁ ଗୀତକୁ ଯେତେ ଅଧିକ ଭିଉ କରାଯିବ, ତାହା ୟୁଟ୍ୟୁବ୍‌ର ଟ୍ରେଣ୍ଡିଂ ଲିଷ୍ଟରେ ସ୍ଥାନ ପାଇଥାଏ । ତେଣୁ ପ୍ରଥମ ଓଡ଼ିଆ ଗୀତ ଭାବେ ଏହି ଗୀତ ୟ୍ୟୁଟୁବ୍‌ ଟ୍ରେଣ୍ଡିଂ ଲିଷ୍ଟରେ ସ୍ଥାନ ପାଇଛି । ରବିବାର ଏହି ଗୀତ ଲିଷ୍ଟର ୪୫ରେ ଥିଲା ବେଳେ ସୋମବାର ଏହା ୧୪ରେ ପହଞ୍ଚିଛି । ଯାହା ଏହି ଗୀତର ଲୋକପ୍ରିୟତାକୁ ପ୍ରମାଣିତ କରୁଛି ।

ଏ ସଂପର୍କରେ ଗୀତର ସ୍ୱରକାର ପ୍ରେମ୍‌ ଆନନ୍ଦ କହିଛନ୍ତି, ଏ ଗୀତ କମ୍ପୋଜ୍‌ ବେଳୁ ସୁପରହିଟ୍‌ ହେବ ବୋଲି ଜଣାପଡ଼ୁଥିଲା। ଏବେ ୟୁଟ୍ୟୁବ୍‌ର ଟ୍ରେଣ୍ଡିଂ ଲିଷ୍ଟରେ ସ୍ଥାନ ପାଇ ତାହା ପ୍ରମାଣିତ କରିଛି । ସାଧାରଣତଃ ଗୀତ କମ୍ପୋଜ୍‌ କଲା ବେଳେ ମୁଁ ସବୁବେଳେ ମୋର ସର୍ବୋତ୍କଷ୍ଟ ଦେଇଥାଏ । ଯାହାର ସୁଫଳ ବି ଏଇ ଗୀତରେ ମିଳିଛି ବୋଲି କହିଛନ୍ତି ପ୍ରେମ୍‌ ଆନନ୍ଦ । ସେହିପରି ଏହି ଗୀତର ଗାୟକ ଆଶୁତୋଷ ମଧ୍ୟ ଗୀତର ଲୋକପ୍ରିୟତାକୁ ନେଇ ବେଶ୍‌ ଖୁସୀ ଥିବା ବେଳେ ଗୀତିକାର ବସନ୍ତରାଜ୍‌ ସାମଲ ମଧ୍ୟ ପୂର୍ବର ‘ହଳଦୀ ଗୀନା’, ‘ରହିଯା ରଘୁଆ’ ଗୀତ ପରି ଏହି ଗୀତ ଲେଖି ଚର୍ଚ୍ଚା ସୃଷ୍ଟି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe