Incredible Orissa
ଭୁବନେଶ୍ୱର : ଓଲିଉଡ଼୍ରେ କେଉଁ ନାୟିକା ଧଡ଼ାଧଡ଼୍ ଫିଲ୍ମ ସାଇନ୍ କରିଥାନ୍ତି ତ ଆଉ କେତେକ ନାୟିକା ଆସ୍ତେ ଆସ୍ତେ ଆଗେଇ ଥାଆନ୍ତି। ତେବେ ଧୀରେ ଧୀରେ ସଫଳତା ପାଇବା ଲକ୍ଷ୍ୟରେ ଅଛନ୍ତି ଓଲିଉଡ଼୍ ବିୟୁଟି ସୂରମୟୀ। ତାଙ୍କୁ ଓଲିଉଡ଼୍ରେ ‘ଲଭ୍ ଅନ୍ ଏୟାର୍’ ଚଳଚ୍ଚିତ୍ର ମାଧ୍ୟମରେ ପ୍ରଥମେ ବ୍ରେକ୍ ମିଳିଥିଲା । ଏଥିରେ ସୂରମୟୀଙ୍କ ବିପକ୍ଷରେ ନଜର ଆସିଥାନ୍ତେ ପ୍ରଖ୍ୟାତ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀ।ଏହି ସିନେମାର ମହୁରତ୍ ବି ହୋଇ ସାରିଥିଲା।କିନ୍ତୁ ପରେ କିଛି କାରଣ ବଶତଃ ଏହା ରିଲିଜ ହୋଇ ପାରିନଥିଲା।
New Odishaସୂରମୟୀଙ୍କୁ ପୁଣି ଓଲିଉଡ଼୍ ଟିକେଟ୍ ପାଇବା ଲାଗି ଖୁବ୍ ପରିଶ୍ରମ କରିବାକୁ ପଡ଼ିଥିଲା। ସେ ଏକ ରିଆଲିଟି ସୋ’ରେ ପ୍ରତିଯୋଗୀ ଭାବେ ଅଂଶଗ୍ରହଣ କରିଥିଲେ।ସାର୍ଥକ ଟିଭିରେ ପ୍ରସାରିତ ‘ମୁଁ ବି ହିରୋଇନ୍ ହେବି’ର ବିଜୟନୀ ହୋଇଥିଲେ ସୂରମୟୀ ଏବଂ ତାଙ୍କୁ ‘ଭଲ ପାଏ ତତେ ୧୦୦ ରୁ ୧୦୦’ ଚଳଚ୍ଚିତ୍ରରେ ଅଭିନୟ କରିବା ପାଇଁ ସୁଯୋଗ ମିଳିଥିଲା । ଏହି ଚଳଚ୍ଚିତ୍ର ମାଧ୍ୟମରେ ସୂରମୟୀଙ୍କର ଓଲିଉଡ଼୍ରେ ଡ଼େବ୍ୟୁ କରିଥିଲେ ।୨୦୧୫ରେ ଏହି ଫିଲ୍ମଟି ରିଲିଜ୍ ହୋଇଥିଲା।ଏହାପରେ ସଙ୍ଗେ ସଙ୍ଗେ ସୂରମୟୀଙ୍କୁ କିନ୍ତୁ ମିଳିନଥିଲା ନୂଆ ସିନେମା।ସୂରମୟୀଙ୍କ ଦ୍ୱିତୀୟ ସିନେମା ଥିଲା ‘ଆଖି ଖୋଲିଲେ ତୁ ହିଁ ତୁ’।ଏହା ଗତବର୍ଷ ରିଲିଜ୍ ହୋଇଥିଲା।
ସୂରମୟୀ ଏବେ ଓଲିଉଡ଼୍ରେ ହାଟ୍ରିକ୍ କରିବାକୁ ଯାଉଛନ୍ତି । ତାଙ୍କ ଅଭିନୀତ ତୃତୀୟ ଓଡ଼ିଆ ସିନେମା ‘ଶକ୍ତି’ ବର୍ତ୍ତମାନ ରିଲିଜ୍ ହୋଇଛି।ଏହି ସିନେମା ଜରିଆରେ ସେ ଓଲିଉଡ଼୍ରେ ହାଟ୍ରିକ୍ କରିଛନ୍ତି। କୁହାଯାଇପାରେ ଯେ,ସୂରମୟୀଙ୍କ ଅଭିନୀତ ତିନିଟି ଯାକ ସିନେମା ପ୍ରେମକାହାଣୀ ଉପରେ ଆଧାରିତ।
Follow Us