ଲୋକପ୍ରିୟ ପିତାମାତାଙ୍କ ନାଆଁ ରଖିଛନ୍ତି ଏହି ପାଞ୍ଚ ଓଲିଉଡ ନାୟିକା

Advertisment

ବିଶେଷ: ଶିବଶଙ୍କର ଓଝା

ବିଶେଷ: ଶିବଶଙ୍କର ଓଝା

ଲୋକପ୍ରିୟ ପିତାମାତାଙ୍କ ନାଆଁ ରଖିଛନ୍ତି ଏହି ପାଞ୍ଚ ଓଲିଉଡ ନାୟିକା

ଭୁବନେଶ୍ୱର: ଆଜି ହେଉଛି କନ୍ୟା ଦିବସ। ଏହି ଅବସରରେ ଓଲିଉଡର ପାଞ୍ଚ ପ୍ରଖ୍ୟାତ ଅଭିନେତ୍ରୀଙ୍କ ସଂପର୍କରେ ଜାଣିବା ଯେଉଁମାନଙ୍କ ପିତା/ମାତା ବି ବେଶ୍ ଲୋକପ୍ରିୟ।

publive-image
ମହାଶ୍ୱେତା: ଓଲିଉଡର ଜଣେ ଲୋକପ୍ରିୟ ନାୟିକା ଭାବେ ସତୁରି ଓ ଅଶି ଦଶକର ସର୍ବାଧିକ ଚର୍ଚ୍ଚିତା ଥିଲେ ମହାଶ୍ୱେତା ରାୟ। ସେ ନାୟିକା ଭାବେ ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ ଛବି ‘ଶେଷ ଶ୍ରାବଣ’ ଜରିଆରେ ଏଣ୍ଟ୍ରି ନେଇଥିଲେ ଓଲିଉଡରେ । ଏହାପରେ ତାଙ୍କୁ ୪୦ରୁ ଅଧିକ ଓଡ଼ିଆ ସିନେମାରେ ନାୟିକା ଏବଂ ଚରିତ୍ର ଅଭିନେତ୍ରୀଭାବେ ଦେଖିବାକୁ ପାଇଛନ୍ତି ଦର୍ଶକ। ଏହାଭିତରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ସର୍ବୋଚ୍ଚ ଚଳଚ୍ଚିତ୍ର ପୁରସ୍କାର‘ଜୟଦେବ’ପୁରସ୍କାରର ବିଜୟିନୀ ବି ହୋଇଛନ୍ତି ମହାଶ୍ୱେତା । ମହାଶ୍ୱେତା ହେଉଛନ୍ତି ଓଡ଼ିଶାର ପ୍ରଖ୍ୟାତ ସାହିତ୍ୟିକ ରାଜ କିଶୋର ରାୟଙ୍କ ସୁପୁତ୍ରୀ।

publive-image
ଅନୁ ଚୌଧୁରୀ: ଓଲିଉଡର ଲୋକପ୍ରିୟ ନାୟିକା ଅନୁ ଚୌଧୁରୀ ହେଉଛନ୍ତି ଜଣାଶୁଣା ଫିଲ୍ମ ଏଡିଟର୍ ରବି ଚୌଧୁରୀଙ୍କ ସୁକନ୍ୟା। ଅନୁଙ୍କ ଅଭିନୀତ ପ୍ରଥମ ଓଡ଼ିଆ ସିନେମା ହେଲା ‘ମା’ ଗୋଜବାୟାଣୀ’ । ଏହି ଫିଲ୍ମର ନିର୍ମାତା ସନକ ଦେବତା। ‘ମା’ ଗୋଜବାୟାଣୀ’ର ନିର୍ଦ୍ଦେଶନା ଦେଇଥିଲେ ବସନ୍ତ ସାହୁ। ଏହାପରେ ସେ ୩୦ରୁ ଅଧିକ ଓଡ଼ିଆ ସିନେମାରେ ନଜର ଆସିଛନ୍ତି। ସେ ଜଣେ ସଫଳ ନାୟିକା।

publive-image
ବର୍ଷା ପ୍ରିୟଦର୍ଶିନୀ: ଓଲିଉଡର ଜଣାଶୁଣା ଅଭିନେତ୍ରୀ ଦୀପା ସାହୁଙ୍କ ସୁକନ୍ୟା ବର୍ଷା ପ୍ରିୟଦର୍ଶିନୀ ବ୍ରଜରାଜ ମୁଭିଜ୍‌ର ସୁପରହିଟ୍‌ ସିନେମା ‘ଏ ଯୁଗର କୃଷ୍ଣ ସୁଦାମା’ରୁ କ୍ୟାରିଅର୍‌ ଆରମ୍ଭ କରିଥିଲେ। ଏହାର ପ୍ରଯୋଜନା କରିଥିଲେ ବିନୟ କୁମାର ନାୟକ ଏବଂ ନିର୍ଦ୍ଦେଶନା ଦେଇଥିଲେ ହର ପଟ୍ଟନାୟକ। ‘ଏ ଯୁଗର କୃଷ୍ଣ ସୁଦାମା’୨୦୦୩ରେ ରିଲିଜ୍ ହୋଇଥିଲା। ଏହାପରେ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି। ତାପରେ ବର୍ଷା ପ୍ରିୟଦର୍ଶିନୀ ସାବତ ମା’, ସୁନାଶଙ୍ଖାଳି,ଏମନ ମାନେନା, ଟୋପାଏ ସିନ୍ଦୂର ଦି ଟୋପା ଲୁହ, ତତେ ମୋ’ ରାଣ ,ପ୍ରେମରୋଗୀ ଏବଂ ଥ୍ୟାଙ୍କ ୟୁ ଭଗବାନଠାରୁ ନେଇ କୁଇନ୍ ଯାଏଁ ୩୦ ପାଖାପାଖି ଓଡ଼ିଆ ସିନେମାରେ ଅଭିନୟ କରିଛନ୍ତି। ଏହାଛଡ଼ା ସେ ବଙ୍ଗଳା ସିନେଜଗତରେ ବି କିଛି ବର୍ଷ ସକ୍ରିୟ ହୋଇଥିଲେ।

publive-image
ଅନୁଭା: ଲୋକପ୍ରିୟ ଅଭିନେତ୍ରୀ ପୁଷ୍ପା ପଣ୍ଡାଙ୍କ ସୁପୁତ୍ରୀ ହେଲେ ଅନୁଭା ତାଙ୍କୁ ଦର୍ଶକ ପ୍ରଥମେ ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶିତ ‘ମୁଁ ପ୍ରେମୀ ମୁଁ ପାଗଳ’ସିନେମାରେ ନାୟିକା ଭୂମିକାରେ ଦେଖିବାକୁ ପାଇଥିଲେ। ତା’ପରେ ଅନୁଭା ସମୟ ବଡ଼ ବଳବାନ୍‌,ରିଭେଂଜ୍‌,ବଜରଙ୍ଗୀ, ସାଥୀ ତୁ ଫେରିଆ ଓ ମୁଁ ପରଦେଶୀ ଚଢେଇ ଆଦି ଓଡ଼ିଆ ସିନେମାରେ ନଜର ଆସିଛନ୍ତି।

publive-image
ପ୍ରକୃତି ମିଶ୍ର : ଓଡ଼ିଶାର ସ୍ବନାମଧନ୍ୟ ସଙ୍ଗୀତକାର, ଗୀତିକାର, ଗାୟକ ତଥା ମନ୍ମଥ ମିଶ୍ରଙ୍କ ସୁକନ୍ୟା ହେଲେ ଓଲିଉଡର ଲୋକପ୍ରିୟ ନାୟିକା ପ୍ରକୃତି ମିଶ୍ର । ଶିଶୁ କଳାକାରରୁ ପ୍ରକୃତି ମିଶ୍ର ନାୟିକା ସାଜିଥିଲେ ପ୍ରଥମେ ଫିଲ୍ମ ‘ଥୁକୁଲ୍‌’ରେ,ଯାହା ୨୦୧୨ରେ ପରଦାକୁ ଆସିଥିଲା। ଏହାପରେ ସେ ବେଶ କେତୋଟି ଓଡ଼ିଆ ଛବିରେ ନଜର ଆସିଛନ୍ତି। ଖାଲିସେତିକି ନୁହେଁ ଫିଲ୍ମ ‘ହ୍ୟାଲୋ ଆରସୀ’ରେ ଉଚ୍ଚକୋଟିର ଅଭିନୟ କରି ରାଷ୍ଟ୍ରୀୟ ପୁରସ୍କାର ହାସଲ କରି ନିଜ ପିତାମାତାଙ୍କ ଗୌରବ ବୃଦ୍ଧି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe