ଗୋଟିଏ ଓଡ଼ିଆ ସିନେମାରେ ଏହି ତିନି ନୂଆ କଳାକାର

Advertisment
ଗୋଟିଏ ଓଡ଼ିଆ ସିନେମାରେ ଏହି ତିନି ନୂଆ କଳାକାର

ଭୁବନେଶ୍ୱର: ତରଙ୍ଗ ସିନେ ପ୍ରଡକସନ୍‌ସ ଆଗରୁ କେତେକ ନୂଆ ନାୟକ ନାୟିକାଙ୍କୁ ଲଞ୍ଚ କରିଛି। ଏବେ ଏହି ପ୍ରଯୋଜନା ସଂସ୍ଥା ପୁଣି ତିନିଜଣଙ୍କୁ ଏକାସାଙ୍ଗେ ନେଇଛି ଏକ ସିନେମାରେ। ଏହି ସିନେମାର ଟାଇଟଲ୍‌ ହେଲା ‘ଚାଲ୍‌ ଟିକେ ଦୁଷ୍ଟ ହେବା’। ଏଥିରେ ତିନି ଜଣ ନୂଆ ପ୍ରତିଭାଙ୍କୁ ନାୟକ ,ନାୟିକା ଭୂମିକାରେ ନିଆଯାଇଛି। ଏମାନେ ହେଲେ ରୁୁସାନ୍‌ ,ସିଆଲି ଓ ମହିମା। ଏହା ପ୍ରଯୋଜନା ସଂସ୍ଥାର ଅଶୀଦଶ ସିନେମା।‘ଚାଲ୍‌ ଟିକେ ଦୁଷ୍ଟ ହେବା’ର ନିର୍ଦ୍ଦେଶନା ଦେଉଛନ୍ତି ତାପସ ସରଘରିଆ। ତରଙ୍ଗ ବ୍ୟାନରରେ ଏହା ହେଉଛି ତାପସଙ୍କର ପଞ୍ଚମ ସିନେମା । ଆଗରୁ ସେ ଏହି ପ୍ରଯୋଜନା ସଂସ୍ଥା ଦ୍ୱାରା ପ୍ରଯୋଜିତ ‘ଇଶ୍କ ତୁ ହି ତୁ’,ତୁ ମୋ ଲଭ୍‌ ଷ୍ଟୋରି ,‘ହିରୋ ନମ୍ବର ଓ୍ଵାନ୍‌ ’ଓ ‘ପ୍ରେମ୍‌ କୁମାର’ ଆଦି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି।

‘ଚାଲ୍‌ ଟିକେ ଦୁଷ୍ଟ ହେବା’ର ସଂଳାପ ରଚନା କରିଛନ୍ତି ସଂଜୟ ମହାକୁଳ। ଦେବୀଦତ୍ତ ମହାନ୍ତି ଏହାର ଗୀତିକାର ଓ ସଙ୍ଗୀତ ନିର୍ଦ୍ଦେଶକ ହେଲେ ବିଭୂତି ଭୂଷଣ ଗଡ଼ନାୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe