ପ୍ରଥମେ ପ୍ରେମ ପରେ ଆୟୋଜନ

Advertisment
ପ୍ରଥମେ ପ୍ରେମ ପରେ ଆୟୋଜନ

ଓମ୍ ଫିଲ୍ମସ୍‌ର ତୃତୀୟ ଅବଦାନ ଚଳଚ୍ଚିତ୍ର ‘ଓମ୍‌ଶ୍ରୀ ପ୍ରଜାପତୟେ ନମଃ’। ଏହାର ପ୍ରଯୋଜନା କରିଛନ୍ତି ଶୁଭଲକ୍ଷ୍ମୀ ପଟ୍ଟନାୟକ। ଏଥିରେ ଚିତ୍ରନାଟ୍ୟ ରଚନା ସହ ନିର୍ଦ୍ଦେଶନା ଦେଇଛନ୍ତି ସଞ୍ଜୀବ ଦ୍ବିବେଦୀ। ଏହାର କାହାଣୀ ପ୍ରେମ ଓ ସ୍ଥିରୀକୃତ ବିବାହ ଉପରେ ପର୍ଯ୍ୟବସିତ। ଏଥିରେ କମେଡି, ଟ୍ରାଜେଡି ବ୍ୟତୀତ ଫ୍ୟାମିଲି ଡ୍ରାମା ମଧ୍ୟ ଭରପୂର ରହିଛି। ସଞ୍ଜୀବ ୨୦ଟିରୁ ଅଧିକ ସାନ୍ତାଳୀ ଫିଲ୍ମର ନିର୍ଦ୍ଦେଶନା ଦେବା ସହିତ ୨୦ଟିରୁ ଅଧିକ ଭୋଜପୁରୀ ଫିଲ୍ମରେ ମଧ୍ୟ ନିର୍ଦ୍ଦେଶନା ଦେଇଛନ୍ତି। ଏହା ବ୍ୟତୀତ ଓଡ଼ିଆ ଫିଲ୍ମ ‘ସାଥୀ ତୁ ସାତ ଜନ୍ମର’ରେ ମଧ୍ୟ ସେ ନିର୍ଦ୍ଦେଶନା ଦେଇଛନ୍ତି। ଏହାର କାହାଣୀ ଉମେଶ ପଟ୍ଟନାୟକ ଲେଖିଥିବା ବେଳେ ସଂଳାପ ଲେଖିଛନ୍ତି ସୁନୀଲ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାଶ।

ଏବେ ଓଲିଉଡ୍‌ରେ ଆଗଧାଡ଼ିରେ ସମ୍ବିତ। ଚଳଚ୍ଚିତ୍ର ‘ଓମ୍‌ଶ୍ରୀ ପ୍ରଜାପତୟେ ନମଃ’ରେ ଅଭିନେତା ସମ୍ବିତ ପ୍ରମୁଖ ଭୂମିକାରେ ଥିବାବେଳେ ତାଙ୍କ ବିପକ୍ଷର ନାୟିକା ସାଜିଛନ୍ତି କୁକିଜ୍। କିଛି ହିଟ୍ ମ୍ୟୁଜିକ୍ ଭିଡିଓର ନାୟିକା କୁକିଜ୍‌ଙ୍କ ପ୍ରଥମ ଚଳଚ୍ଚିତ୍ର ଥିଲା ‘ଆସ୍ତିକ ନାସ୍ତିକ’। ଏ ଦୁହିଙ୍କ ବ୍ୟତୀତ ଉକ୍ତ ଚଳଚ୍ଚିତ୍ରରେ ଅସିତ ପତି, ପିଣ୍ଟୁ ନନ୍ଦ, ଚୌଧୁରୀ ଜୟପ୍ରକାଶ ଦାସ, ରାଜୀବ ମହାନ୍ତି, ତୃପ୍ତି ସିହ୍ନା, ଲୋପାମୁଦ୍ରା, ତାପସ ପାଢ଼ୀ, ରାହୁଲ ଓ ଶ୍ରୀରାମଙ୍କୁ ମଧ୍ୟ ଭିନ୍ନ ଭୂମିକାରେ ଦେଖିବାକୁ ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe