ମୁକ୍ତିଲାଭ ଅପେକ୍ଷାରେ ଓଡ଼ିଆ ଚଳଚ୍ଚିତ୍ର ‘ପୁଷ୍କର’

Advertisment
ମୁକ୍ତିଲାଭ ଅପେକ୍ଷାରେ ଓଡ଼ିଆ ଚଳଚ୍ଚିତ୍ର ‘ପୁଷ୍କର’

Odia360.Com

ପଦ୍ମ, ଜଳ, ଆକାଶ; ଏହା କେଉଁ ଅର୍ଥକୁ ବୁଝାଉଛି ଅବଶ୍ୟ ଚଳଚ୍ଚିତ୍ରଟି ଦେଖିଲେ ଜଣାପଡ଼ିବ। ନିର୍ମାଣ ସରିଥିବା ଏଇ ଚିତ୍ରଟି ଖୁବଶୀଘ୍ର ମୁକ୍ତିଲାଭ କରିବ। ଓଡ଼ିଆ ଚଳଚ୍ଚିତ୍ରର ସୋବରବୟ ସବ୍ୟସାଚୀ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ପୁଷ୍କର’ର ନାୟକ ଏବଂ ତାଙ୍କ ବିପକ୍ଷର ନାୟିକା ସାଜିଛନ୍ତି ସୁପ୍ରିୟା। ଏଇ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଚିଣ୍ଟୁ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିଭୂତି ଗଡ଼ନାୟକ। ଏହାପରେ ଆର୍‌ଆର୍‌ ଇଭେଣ୍ଟ ପ୍ରଡକ୍ସନ୍‌ ହାଉସ୍ ନିର୍ମାଣ କରୁଛି ଆଉ ଏକ ଚଳଚ୍ଚିତ୍ର ‘ଗୋଟେ ଥିଲା ରାଜା’।

ଏଥିରେ ସ୍ଥିତପ୍ରଜ୍ଞା ନାୟିକା ଏବଂ ବାବୁସାନ୍ ନାୟକ ସାଜିଛନ୍ତି। ସଂଳାପ ଲେଖୁଛନ୍ତି ବାପୁ ଗୋସ୍ବାମୀ ଏବଂ ନିର୍ଦ୍ଦେଶନା ଦେବେ ସୁଶାନ୍ତ ମଣି। ଚଳିତ ମାସ ୨୫ ତାରିଖରେ ଉକ୍ତ ପ୍ରଡକ୍ସନ୍ ହାଉସ୍ ନିର୍ମାଣ କରିଥିବା ଚଳଚ୍ଚିତ୍ର ‘ମହାବାହୁ’ ମୁକ୍ତିଲାଭ କରିବାକୁଯାଉଛି। ୨୦ରୁ ଅଧିକ ଚଳଚ୍ଚିତ୍ର ନିର୍ମାଣ କରିଥିବା ପ୍ରଯୋଜକ ରମେଶ ବାରିକ ବ୍ୟାକ୍ ଟୁ ବ୍ୟାକ୍ ତିନି ତିନିଟି ସିନେମା ପ୍ରସ୍ତୁତ କରୁଥିବାରୁ ତାଙ୍କୁ ଇଣ୍ଡଷ୍ଟ୍ରିର କଳାକାର ଓ ଟେକନିସିଆନ୍ ସାବାସୀ ଦେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe