ପ୍ରଥମ ଦୁଇମାସରେ ରିଲିଜ୍‌ ହେଲା ଏହିସବୁ ଓଡ଼ିଆ ସିନେମା

ପ୍ରଥମ ଦୁଇମାସରେ ରିଲିଜ୍‌ ହେଲା ଏହିସବୁ ଓଡ଼ିଆ ସିନେମା

ଭୁବନେଶ୍ୱର: ୨୦୧୯ର ପ୍ରଥମ ଦୁଇମାସ ଭିତରେ ମୋଟ୍‌ ନଅଟି ଓଡିଆ ସିନେମା ମୁକ୍ତିଲାଭ କରିଥିବା ଜଣାଯାଇଛି। ଏଥିମଧ୍ୟରୁ ଜାନୁଆରି ମାସରେ ଛଅଟି ଓଡିଆ ସିନେମା ରିଲିଜ୍‌ ହୋଇଥିଲା। ଏହି ସିନେମାଗୁଡିକ ହେଲା ଏ ଦିଲ୍‌ ତତେ ଦେଲି,ଚାଲ ଟିକେ ଦୁଷ୍ଟ ହବା,ବାପା ତମେ ଭାରି ଦୁଷ୍ଟ,ଅଜବ ସଂଜୁର ଗଜବ ଲଭ,ନିମକି ଓ ‘ତୁ ମୋ’ ସୁନା ଚଢେଇ’।

ଅପରପକ୍ଷରେ ଗତ ଫେବୃଆରି ମାସରେ ତିନିଟି ଓଡିଆ ସିନେମା ମୁକ୍ତିଲାଭ କରିଛି। ଏହି ସିନେମାଗୁଡିକ ମଧ୍ୟରୁ ପ୍ରଥମଟି ହେଲା ‘ପ୍ରେମ ପାଇଁ ମହାଭାରତ’। ପ୍ରଦୀପ୍ତ କିଶୋର ଆଚାର୍ଯ୍ୟଙ୍କ ପ୍ରଯୋଜିତ ତଥା ନିଂରଜନ ବେହେରାଙ୍କ ନିର୍ଦ୍ଦେଶିତ ଏହି ସିନେମା ଫେବୃଆରି ୮ ତାରିଖରେ ରିଲିଜ୍‌ ହୋଇ ହୋଇଥିଲା।ଏହି ଫିଲ୍ମରେ ସମ୍ବିତ୍‌,ରୀୟା,ମିହିର ଦାସ,ବବି ମିଶ୍ର,ପିଣ୍ଟୁ ନନ୍ଦ,ସମରେଶ,ଶ୍ରୀତମ ଦାସ ଓ ପୁପିନ୍ଦର ପ୍ରମୁଖ ଅଭିନୟ କରିଥିଲେ। ଅଭିଜିତ୍‌ ମଜୁମଦାର ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ।

publive-image

ଏହାପରେ ଫେବୃଆରି ୧୦ ତାରିଖରେ ରିଲିଜ୍‌ ହୋଇଥିଲା ‘ପ୍ରେମରେ ରଖିଚି ୧୦୦ ରୁ ୧୦୦’। ଦିଲୀପ ଦାଶ ଓ ବିରଞ୍ଚି ନାରାୟଣ ପଣ୍ଡାଙ୍କ ପ୍ରଯୋଜିତ ଏହି ଓଡ଼ିଆ ଫିଲ୍ମରେ ନିର୍ଦ୍ଦେଶକ ହେଲେ ସଂଜୟ ନାୟକ। ମଳୟ ମିଶ୍ର ଏହାର ସଂଗୀତ ନିର୍ଦ୍ଦେଶକ। ଏହାପରେ ପରଦାକୁ ଆସିଥିଲା ଏସ ପିକଚର୍ସ ‘ବୋବାଲ୍‌ ଟୋକା’। ସୁଧାକର ବସନ୍ତଙ୍କ ନିର୍ଦ୍ଦେଶିତ ଏହି ଓଡ଼ିଆ ସିନେମାରେ ପ୍ରଦୀପ,ତପସ୍ୱିନୀ,ସୁଧାକର ବସନ୍ତ ,ଜୀବନ ପଣ୍ଡା,ପ୍ରଜ୍ଞା,ମଧୁ,ପପି ସନ୍ତୁକା ଓ ପ୍ରତିଭା ପଣ୍ଡା ପ୍ରମୁଖ ଅଭିନୟ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe