ଏହି ଅନ୍ତର୍ଜାତୀୟ ସଂଗଠନର ଗୁଡଓ୍ବିଲ ଆମ୍ବାସାଡର ହେଲେ ଓଡ଼ିଆ ଯୁବକ

ଏହି ଅନ୍ତର୍ଜାତୀୟ ସଂଗଠନର ଗୁଡଓ୍ବିଲ ଆମ୍ବାସାଡର ହେଲେ ଓଡ଼ିଆ ଯୁବକ

ଭୁବନେଶ୍ବର : ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଚଳଚ୍ଚିତ୍ର ନିର୍ମାତା ତଥା ପ୍ରଯୋଜକ, ପ୍ରମୋଟର ଓ କ୍ୟୁରେଟର ଜିତେନ୍ଦ୍ର ମିଶ୍ରଙ୍କୁ 'ସିଫେଜର ସଦିଚ୍ଛା ଦୂତ  ବା ଗୁଡ୍ଓ୍ବିଲ ଆମ୍ବାସାଡର୍' ଭାବେ ମନୋନୀତ କରାଯାଇଛି।

ସୂଚନାଯୋଗ୍ୟ, ଫ୍ରେଞ୍ଚ ଭାଷାରେ ସିଫେଜର ପୂର୍ଣ୍ଣ ରୂପ ହେଉଛି 'ସେଣ୍ଟର ଇଣ୍ଟରନ୍ୟାସନାଲ୍ ଡି ଫିଲ୍ମ ପୋର୍ ଲ'ଏନଫେନ୍ସ ଏଟ୍ ଲା ଜେଉନେସେ' ବା ଇଂରାଜୀରେ 'ଇଣ୍ଟରନ୍ୟାସନାଲ୍ ସେଣ୍ଟର ଅଫ୍ ଫିଲ୍ମସ୍ ଫର୍ ଚିଲ୍ଡ୍ରେନ୍ ଆଣ୍ଡ ୟୁଥ୍'। ଏହି ସଂଗଠନ ୧୯୫୫ ମସିହାରେ ବ୍ରସେଲ୍ସରେ ୟୁନେସ୍କୋ ତତ୍ତ୍ୱାବଧାନରେ ଗଠିତ ହୋଇଥିଲା ଓ ଏହା ଶିଶୁ ଓ ଯୁବବର୍ଗଙ୍କ ପାଇଁ କାର୍ଯ୍ୟ କରୁଥିବା ଅଡିଓ-ଭିଜୁଆଲ୍ ମିଡିଆ ପ୍ରଫେସନାଲମାନଙ୍କର ଏକମାତ୍ର ବିଶ୍ୱସ୍ତରୀୟ ନେଟୱାର୍କ ।

ଉଲ୍ଲେଖଯୋଗ୍ୟ, ଜିତେନ୍ଦ୍ର ମିଶ୍ର ଭାରତର କଳା, ସଂସ୍କୃତି, ହସ୍ତତନ୍ତ ଓ ସିନେମାକୁ ବିଶ୍ୱସ୍ତରରେ ପ୍ରୋତ୍ସାହନ ଦେଉଛନ୍ତି। ସେ କେବଳ ନ୍ୟୁୟର୍କ (ଆମେରିକା)ର ଟାଇମ୍ସ ସ୍କୋୟାରରେ ଆମର ଆଇକନିକ୍ 'କୋଣାର୍କ ଚକ୍ର'ର ପ୍ରଦର୍ଶନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିନାହାଁନ୍ତି, ବରଂ ଗତ ୧୦ ବର୍ଷ ଧରି ସେ କାନ୍ସରେ ସମ୍ବଲପୁରୀ ହସ୍ତତନ୍ତର ପ୍ରଚାର ପ୍ରସାର କରି ଆସୁଛନ୍ତି । ସେ କିଛି ଦିନ ହେବ କାନ୍ସ ପ୍ରଯୋଜକ ନେଟୱାର୍କର ଜଣେ ସକ୍ରିୟ ସଦସ୍ୟ ଅଛନ୍ତି ।

ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଏହି ଚଳଚ୍ଚିତ୍ର ନିର୍ମାତା ଭାରତର ଆଞ୍ଚଳିକ ଚଳଚ୍ଚିତ୍ର ଏବଂ ଚଳଚ୍ଚିତ୍ର ନିର୍ମାତାଙ୍କୁ ସିନେମାଫରଗୁଡ ଓ ସିନେଓଡିଶା ମାଧ୍ୟମରେ ସମର୍ଥନ ଏବଂ ପ୍ରୋତ୍ସାହନ ମଧ୍ୟ କରୁଛନ୍ତି ଯାହା ଦ୍ୱାରା ସେମାନେ ବିଶ୍ୱ ବଜାରରେ ପହଞ୍ଚିପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe