Advertisment

୨୦୧୭ରେ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହୋଇଛି ?

Advertisment
୨୦୧୭ରେ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହୋଇଛି ?

ଭୁବନେଶ୍ୱର: ୨୦୧୭ ଜାନୁଆରି ମାସରେ ଚତୁର୍ଭୁଜ ଫିଲ୍ମସର ‘ ଗଡ୍‌ଫାଦର’, ଏସ୍‌ .କେ. ମୁଭିଜ୍‌ର ‘ନିଝୁମ ରାତିର ସାଥୀ’, ସାର୍ଥକ ମ୍ୟୁଜିକର ଦିଲ୍‌ ଦିଓ୍ଵାନା ହୋଇଗଲା, ଶ୍ରୀ ମୁଭିଜ୍‌ର ‘ତୁମକୁ ଦେଖିଲାପରେ’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ଫେବୃଆରିରେ ପରଦାକୁ ଆସିଲା ମାତ୍ର ଦୁଇଟି ଓଡ଼ିଆ ଛବି ରବୀନ୍ଦ୍ର ପଣ୍ଡାଙ୍କ ପ୍ରଯୋଜିତ ଦିଲ୍‌କା ରାଜା ଓ ଶ୍ରୀଧର ମାର୍ଥାଙ୍କ କଥା ଦେଲି ମଥା ଛୁଇଁ । ଠିକ୍‌ ସେହିପରି ମାର୍ଚ୍ଚରେ ରିଲିଜ୍‌ ହୋଇଥିଲା ତିନିଟି ଓଡ଼ିଆ ସିନେମା ସତ୍ୟକାନ୍ତ ସାହୁଙ୍କ ଦି ଏଣ୍ଡ୍‌, ସଞ୍ଜୟ କୁମାର ଚୌଧୁରୀଙ୍କ ଆଖି ଖୋଲିଲେ ତୁ ହି ତୁ ଏବଂ ଜି.ଏନ୍‌.ଏସ୍‌.ପ୍ରସାଦଙ୍କ ନିର୍ଦ୍ଦେଶିତ ‘ ସୀତାରାମଙ୍କ ବାହାଘର କଳିଯୁଗରେ ।

publive-image

ଏପ୍ରିଲ୍‌ରେ ମୁକ୍ତିଲାଭ କରିଥିଲା ତିନିଟି ଓଡ଼ିଆ ସିନେମା ଡି.କେ ମୁଭିଜ୍‌ର ତୁ ମୋ’ ଲଭ ଷ୍ଟୋରି, ଆଦିକନ୍ଦ ସାହୁଙ୍କ ପ୍ରଯୋଜିତ ଟପୋରି ଓ ଅୟସକାନ୍ତ ମହାନ୍ତିଙ୍କ ଦ୍ୱାରା ନିର୍ମିତ ‘ ଟିକେ ଖରା ଟିକେ ଛାଇ’ ।ମଇ ମାସରେ ବି ନୂଆ ରିଲିଜ୍‌ ସଂଖ୍ୟା ତିନିରେ ସୀମିତ ଥିଲା । ଏଗୁଡିକ ହେଲା ଅମୀୟ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ତୁଳସୀ ଅପା, ନାରାୟଣ ଘଡ଼େଇଙ୍କ ନିର୍ଦ୍ଦେଶିତ ଭକ୍ତ ଓ ଭଗବାନ ଏବଂ ଶ୍ରୀକାନ୍ତ ଗୌତମଙ୍କ ନିର୍ଦ୍ଦେଶିତ ମିଠା ମିଠା । ଜୁନ୍‌ ମାସରେ ପରଦାକୁ ଆସିଥିଲା ମାତ୍ର ପରଦାକୁ ଆସିଥିଲା ଦୁଇଟି ଓଡ଼ିଆ ଛବି । ଏଥି ମଧ୍ୟରେ ଥିଲା ଅଶୋକ ପତିଙ୍କ ନିର୍ଦ୍ଦେଶିତ‘ ସିଷ୍ଟର ଶ୍ରୀଦେବୀ’ ଓ କେ. ମୁରଲୀକ୍ରିଷ୍ଣାଙ୍କ ନିର୍ଦ୍ଦେଶିତ ଅଭୟ। ତେବେ ଜୂୁଲାଇ ମାସରେ ମାତ୍ର ଗୋଟିଏ ଓଡ଼ିଆ ସିନେମା ରୋମିଓ -ଜୁଲିଅଟ୍‌ ରିଲିଜ୍‌ ହୋଇଥିଲା। ରମେଶ ବାରିକ ଓ ଜୟନ୍ତ ରାଉତଙ୍କ ପ୍ରଯୋଜିତ ଏହି ସିନେମାର ନିର୍ଦ୍ଦେଶକ ହେଲେ ସୁଧାକର ବସନ୍ତ ।

publive-image

ଅପର ପକ୍ଷରେ ଅଗଷ୍ଟରେ ରିଲିଜ୍‌ ହୋଇଛି ବାବୁସାନ,ଶୀତଲଙ୍କ ଅଭିନୀତ‘ସୁନାପିଲା ଟିକେ ସ୍କ୍ରୁ ଢ଼ିଲା’,ଅମ୍ଳାନ-ସନମୀରା ଅଭିନୀତ ‘ସପନର ପଥେ ପଥେ’, ଆକାଶ –ଅର୍ଚ୍ଚିତାଙ୍କ ଅଭିନୀତ‘ଜଷ୍ଟ ମୋହବତ୍‌’ ଏବଂ ସନ୍ତୋଷ-ସୋନାଲି ଅଭିନୀତ ‘କଥା ନୁହେଁ ଏକଥା’। ଗତ ସେପ୍ଟେମ୍ବର ମାସରେ ‘ମୁଁ ଖାଣ୍ଟି ଓଡ଼ିଆ ଝିଅ’, ‘ଭୈରବ’, ‘ବଦମାସ ଟୋକା’ , ‘ଏମିତି ବି ହୋଇପାରେ’, ‘ହିରୋ ନଂ ୧’, ଶିବା ନଟ୍‌ ଆଉଟ୍‌’ ଏବଂ ‘କାବୁଲା ବାରବୁଲା’ ଆଦି ଓଡ଼ିଆ ସିନେମା ପରଦାକୁ ଆସିଥିଲା। ଠିକ ସେହିପରି ଅକ୍ଟୋବର ମାସରେ କେବଳ ଗୋଟିଏ ଓଡ଼ିଆ ଛବି ‘ତୁ ମୋ’ ହିରୋ’ ରିଲିଜ୍‌ ହୋଇଥିଲାଏହାର ପ୍ରଯୋଜନା କରିଥିଲେ ନବାଗତ ଚାମର୍ତ୍ତୀ ଶ୍ରୀନିବାସ ରାଓ ଏବଂ ନିର୍ଦ୍ଦେଶନା ଦେଇଥିଲେ ଏସ୍‌ ଦିଲୀପ ପଣ୍ଡା। ଏଥିରେ ଜ୍ୟୋତି ଏବଂ ଝିଲିକ ଯୋଡିଙ୍କୁ ଦେଖିବାକୁ ପାଇଥିଲେ ଦଶକ।

publive-image
ନଭେମ୍ବର ମାସରେ ରିଲିଜ୍‌ ହୋଇଛି ମୋଟ ୪ଟି ଓଡ଼ିଆ ଛବି। ଏଥିମଧ୍ୟରୁ ୩ ତାରିଖରେ ପରଦାକୁ ଆସିଥିଲା ବିନି ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘ବଜରଙ୍ଗୀ’। ତାପରେ ଅଶୋକ କୁମାରଙ୍କ ନିର୍ଦ୍ଦେଶିତ ‘ମୁଁ ଗୋଟିଏ ଦୁଷ୍ଟ ପିଲା’ ରିଲିଜ୍‌ ହୋଇଛି ନଭେମ୍ବର ୧୦ରେ। ଠିକ୍‌ ସେହିପରି ୧୭ ତାରିଖରେ ପରଦାକୁ ଆସିଥିଲା ଲୋକନାଥଙ୍କ ନିର୍ଦ୍ଦେଶିତ‘ଖିକେ ଅନାଡି ପୁରା ଖିଲାଡି’ ଏବଂ ୨୪ରେ ରିଲିଜ୍‌ ହୋଇଥିଲା ସରୋଜକାନ୍ତଙ୍କ ନିର୍ଦ୍ଦେଶିତ ‘ତୋ’ ପ୍ରେମରେ ପଡ଼ିଲାପରେ’। ଠିକ୍‌ ସେହିପରି ଡିସେମ୍ବର ମାସରେ ଦୁଇଟି ଓଡ଼ିଆ ଛବି ‘ଜଗନ୍ନାଥ ଧାମ ପୁରୀ’ ଏବଂ ‘ ଲୈଲା ଓ ଲୈଲା’ ରିଲିଜ୍‌ ହୋଇଛି।ଏଭଳି ଭାବେ ୨୦୧୭ରେ ମୋଟ୍‌ ୩୬ଟି ଓଡ଼ିଆ ସିନେମା ପ୍ରେକ୍ଷାଳୟକୁ ଆସିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe