୨୦୨୦ରେ ଓଲିଉଡର ଏହି ଲୋକପ୍ରିୟ ଯୋଡ଼ିମାନଙ୍କୁ ପୁଣି ଥରେ ଦେଖିବାକୁ ମିଳିବ

Advertisment

ବିଶେଷ: ଶିବଶଙ୍କର ଓଝା

ବିଶେଷ: ଶିବଶଙ୍କର ଓଝା

୨୦୨୦ରେ ଓଲିଉଡର ଏହି ଲୋକପ୍ରିୟ ଯୋଡ଼ିମାନଙ୍କୁ ପୁଣି ଥରେ ଦେଖିବାକୁ ମିଳିବ

ଓଲିଉଡରେ ଏମିତି କିଛି ଯୋଡ଼ି ଅଛନ୍ତି ଯେଉଁମାନଙ୍କୁ ସିନେପ୍ରେମୀ ପରଦା ଉପରେ ପସନ୍ଦ କରିଛନ୍ତି। ସେମାନଙ୍କ ମଧ୍ୟରୁ କେତେକଙ୍କୁ୨୦୨୦ରେ ପୁଣି ଥରେ ଦର୍ଶକ ଦେଖିବାକୁ ପାଇପାରନ୍ତି। ଆସନ୍ତୁ ଜାଣିବା ସେହି ଯୋଡ଼ିମାନଙ୍କ ସଂପର୍କରେ।

ଅମ୍ଳାନ-ଝିଲିକ୍: ନିରଞ୍ଜନ ରଣାଙ୍କ ପ୍ରଯୋଜିତ ତଥା ଏସ୍.କେ.ମୁରଲୀଧରନଙ୍କ ନିର୍ଦେଶିତ ଫିଲ୍ମ ‘ଟାର୍ଗେଟ୍’ରୁ କ୍ୟାରିଅର୍ ଆରମ୍ଭ କରିଥିବା ଅମ୍ଳାନ-ଝିଲିକ୍ ଯୋଡ଼ି ପ୍ରାୟ ୭ ବର୍ଷ ପରେ ପୁଣି ଥରେ ୨୦୨୦ରେ ବଡ଼ ପରଦାକୁ ଆସିବେ। ହଁ, ଆଶୁତୋଷ ମହାପାତ୍ରଙ୍କ ନିର୍ଦେଶିତ ‘ବାଜିବ ଲୋ ସାହାନାଇ’ରେ ଏହି ଯୋଡ଼ିଙ୍କୁ ଦେଖିବାକୁ ମିଳିବ।
ଅମ୍ଳାନ-ଅନୁଭା: ବିନି ପଟ୍ଟନାୟକଙ୍କ ନିର୍ଦେଶିତ ‘ବଜରଙ୍ଗୀ’ରେ ପ୍ରଥମ ଥର ଅମ୍ଳାନ ଓ ଅନୁଭା ଏକାଠି କାମ କରିଥିଲେ। ହେଲେ ୨୦୨୦ରେ ପୁଣି ଏହି ଯୋଡ଼ି ପରଦାକୁ ଫେରୁଛନ୍ତି। ଅମ୍ଳାନ-ଅନୁଭା ଯୋଡ଼ିକୁ ଦର୍ଶକ ପୁଣି ଏକ ସିନେମାରେ ଏକାଠି ଦେଖିବାକୁ ପାଇବେ। ଏହି ସିନେମାର ଟାଇଟଲ ହେଲା ‘କୁହ, ମୁଁ ତୁମରି ପାଇଁ’। ଚିତ୍ତରଞ୍ଜନ ତ୍ରିପାଠୀ ଏହାର ନିର୍ଦେଶକ।
ଜ୍ୟୋତି-ତମନ୍ନା: ଆଗରୁ ସଞ୍ଜୟ ନାୟକଙ୍କ ନିର୍ଦେଶିତ ‘ନିଝୁମ୍ ରାତିର ସାଥୀ’ରେ ନଜର ଆସିଥିଲେ ଜ୍ୟୋତି-ତମନ୍ନାଙ୍କ ଯୋଡ଼ି। ଏ ବର୍ଷ ଏହି ଯୋଡ଼ି ପୁଣି ‘ସୁପରବୟ’ରେ ଦେଖା ଦେଇପାରନ୍ତି। ଏହି ପିଲ୍ମର ନିର୍ଦେଶନା ଦେଇଛନ୍ତି ନବାଗତ କେ.ଅନୀଶ୍‌। ଏହାର ପ୍ରଯୋଜନା ଦାୟିତ୍ୱ ବହନ କରିଛନ୍ତି ରବୀନ୍ଦ୍ର ନାଥ ପଣ୍ଡା ଓ ସି କେ.ଅନୀଶ।
ସମ୍ବିତ–ରୀୟା: ୨୦୧୯ରେ ସମ୍ବିତ ଓଲିଉଡର ହଟ୍ ହିରୋଇନ୍ ରୀୟା ଦେ’ଙ୍କ ବିପକ୍ଷରେ ପ୍ରଥମ ଥର ପାଇଁ ସମ୍ବିତ ‘ପ୍ରେମ ପାଇଁ ମହାଭାରତ’ରେ ନଜର ଆସିଥିଲେ। ଏବର୍ଷ ପୁଣି ‘ଯୋଉଠି ଥିଲେ ବି ତୁ ମୋ’ର ’ରେ ‘ସମ୍ବିତ–ରୀୟା’ ଯୋଡ଼ି ନଜର ଆସିପାରନ୍ତି। ଶ୍ରୀକାନ୍ତ ଗୌତମ ଏହାର ନିର୍ଦେଶକ।

publive-image
ସମ୍ବିତ- ଝିଲିକ୍ : ଏ ବର୍ଷ ସମ୍ବିତ- ଝିଲିକ୍ ଯୋଡ଼ିକୁ ଦର୍ଶକ ‘ବାଜିବ ଲୋ ସାହାନାଇ’ରେ ଦେଖିବାକୁ ପାଇବେ। ସମ୍ବିତ- ଝିଲିକ୍ ଯୋଡ଼ିଙ୍କୁ ଦର୍ଶକ ଆଗରୁ ‘ତୁମକୁ ଦେଖିଲା ପରେ’ ସିନେମାରେ ଦେଖିବାକୁ ପାଇଥିଲେ।
ଅମ୍ଳାନ- ଶ୍ରଦ୍ଧା : ଗତ ବର୍ଷ ଦର୍ଶକ ଅମ୍ଳାନ ଓ ଶ୍ରଦ୍ଧାଙ୍କୁ ‘ଫ୍ରମ୍ ମି ଟୁ ୟୁ’ରେ ଦେଖିବାକୁ ପାଇଥିଲେ । ଏ ବର୍ଷ ଅମ୍ଳାନ- ଶ୍ରଦ୍ଧା ଯୋଡ଼ିଙ୍କର ଦ୍ବିତୀୟ ଓଡ଼ିଆ ସିନେମା ରିଲିଜ୍ ହେବ। ଏହାର ଟାଇଟଲ୍ ହେଲା ‘ରାଜା ସାହିବା’। ରାଜା ଡି ଏହାର ନିର୍ଦେଶକ।

publive-image
ଦେବରାଜ-ଚିନ୍ମୟୀ : ଓଲିଉଡର ଜଣାଶୁଣା ଯୋଡ଼ି ଦେବରାଜ-ଚିନ୍ମୟୀଙ୍କର ଏକ ଓଡ଼ିଆ ସିନେମା ଏବେ ରିଲିଜ୍ ଅପେକ୍ଷାରେ ରହିଛି। ଏହା ହେଲା ‘ତୁ ଲୈଲା ମୁଁ ମଜନୁ’। ଏହାର ନିର୍ଦେଶନା ଦାୟିତ୍ୱ ବହନ କରିଛନ୍ତି ଦିଲୀପ ପଣ୍ଡା।ଏହା ପୂର୍ବରୁ ଦେବରାଜ-ଚିନ୍ମୟୀ ଯୋଡିଙ୍କୁ ଦର୍ଶକ ‘ତୋ’ପ୍ରେମରେ ପଡ଼ିଲା ପରେ’ରେ ଦେଖିବାକୁ ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe