ନବମରେ ପଢୁଥିବା ବେଳେ ପୁଲିସ କନଷ୍ଟେବଲ୍ ଲେଖିଥିଲେ ‘କାଲା ଚଷମା’ ଗୀତ, ଏବେ ଗ୍ଲୋବୋଲ୍ ସୁପରହିଟ୍

ନବମରେ ପଢୁଥିବା ବେଳେ ପୁଲିସ କନଷ୍ଟେବଲ୍ ଲେଖିଥିଲେ ‘କାଲା ଚଷମା’ ଗୀତ, ଏବେ ଗ୍ଲୋବୋଲ୍ ସୁପରହିଟ୍

Bollywood Hungama

ନୂଆଦିଲ୍ଲୀ:  ଗୀତ ଗୋଟିଏ, ଯାହାକୁ ନେଇ ଏବେ ସାରା ପୃଥିବୀରେ ଅନେକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଏ ଭିତରେ ପପ୍‌ଷ୍ଟାର୍ ଡେମି ଲୋଭାଟୋଙ୍କ ଠାରୁ ଆରମ୍ଭ କରି ଲୋକପ୍ରିୟ ଟିଭି ଉପସ୍ଥାପକ ଜିମ୍ମି ଫାଲନ, ନରୱେର ଏକ ଡ୍ୟାନ୍‌ସ ଗ୍ରୁପ୍ ଓ ଭାରତୀୟ କ୍ରିକେଟ୍ ଟିମ୍ ପ୍ରମୁଖ ପର୍ଯ୍ୟନ୍ତ ସଭିଙ୍କୁ ଏ ଗୀତ ମତୁଆଲା କରିଦେଇଛି। ଚର୍ଚ୍ଚିତ ଗୀତଟି ହେଉଛି ‘କାଲା ଚଷମା’ ଶୀର୍ଷକ ଆଧୁନିକ ନୃତ୍ୟଗୀତ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ‘କାଲା ଚଷମା’ ଶୀର୍ଷକ ଗୀତଟି ନିକଟ ଅତୀତର ନୁହେଁ। ଏହା ହେଉଛି ଆଠ ବର୍ଷ ତଳେ ମୁକ୍ତିଲାଭ କରିଥିବା ବଲିଉଡ୍‌ ଚଳଚ୍ଚିତ୍ର ‘ବାର୍ ବାର୍ ଦେଖ’ରେ ସ୍ଥାନ ପାଇଥିବା ଏକ ଗୀତ ଯେଉଁଥିରେ କ୍ୟାଟ୍ରିନା କୈଫ୍ ଓ ସିଦ୍ଧାର୍ଥ ମଲ୍‌ହୋତ୍ରା ନୃତ୍ୟ କରିଛନ୍ତି।

ସଂଗୀତ ନିର୍ଦେଶକ ବାଦଶାହଙ୍କ ଦ୍ବାରା ଏହି ଆଧୁନିକ ଗୀତଟିକୁ ପ୍ରସ୍ତୁତ କରାଯାଇଥିଲେ ହେଁ ବାସ୍ତବରେ ଏହାର ମୂଳ ଗୀତଟି ଆହୁରି ପୁରୁଣା। ୧୯୯୧ରେ ଅମର ଅର୍ଶୀଙ୍କ କଣ୍ଠରେ ଏହି ଗୀତଟି ପ୍ରଥମ ଥର ମୁକ୍ତିଲାଭ କରିଥିଲା। ଏହାର ନିର୍ଦେଶନା ଦେଇଥିଲେ ପ୍ରେମ ହରଦୀପ ଓ କାମ ଢିଲୋଁ। ‘କାଲା ଚଷମା’ ଗୀତ ସମ୍ପର୍କରେ ଆଉ ଏକ ରୋଚକ କଥା ହେଲା ଏହାର ଗୀତିକାର ହେଉଛନ୍ତି ପଞ୍ଜାବର ଅମରୀକ ସିଂହ ଶେରା, ଯିଏ ମାତ୍ର ୧୫ ବର୍ଷ ବୟସରେ ଏହି ଗୀତଟି ଲେଖିଥିଲେ। ଏବେ ଜଣେ ପୁଲିସ କନଷ୍ଟେବଲ୍ ରୂପେ କାର୍ଯ୍ୟରତ ଅମରୀକ ନବମ ଶ୍ରେଣୀରେ ପଢୁଥିବା ସମୟରେ ଏହି ଗୀତଟିକୁ ଲେଖିଥିଲେ।

publive-image MissMalini

ସେବେ ସେ ଅନେକ ଗାୟକଙ୍କୁ ଏହି ଗୀତରେ କଣ୍ଠ ଦେବାକୁ ଅନୁରୋଧ କରିଥିଲେ। ଶେଷରେ କଣ୍ଠଶିଳ୍ପୀ ଅମର ଅର୍ଶୀ ଏହି ଗୀତ ଗାଇବାକୁ ରାଜି ହୋଇଥିଲେ ଏବଂ ପ୍ରଥମେ ଇଂଲଣ୍ଡର ଏକ କାର୍ଯ୍ୟକ୍ରମରେ ଏହାକୁ ଗାଇଥିଲେ। ଇଂଲଣ୍ଡର ଏକ ପ୍ରଯୋଜନା କମ୍ପାନି ଏହି ଗୀତଟିକୁ ପ୍ରକାଶ କରିବା ପରେ ସେଠାରେ ଏହା ହିଟ୍ ହୋଇଥିଲା। ପରେ ପଞ୍ଜାବରେ ଏହାର ମୁକ୍ତିଲାଭ କରାଯାଇଥିଲା ଏବଂ ସେଠାରେ ମଧ୍ୟ ଖୁବ୍ ଲୋକପ୍ରିୟ ହୋଇଥିଲା। ଏହି ଗୀତଟିକୁ ଏକ ବଲିଉଡ୍‌ ସିନେମାରେ ସ୍ଥାନିତ କରାଯିବ ବୋଲି ଏହାର ଗୀତିକାର ନ ଜାଣି ମାତ୍ର ୧୧ ହଜାର ଟଙ୍କାରେ ଏହାର ଚୁକ୍ତିପତ୍ରରେ ସ୍ବାକ୍ଷର କରିଦେଇଥିଲେ। ତେବେ ତାଙ୍କ ମୂଳ ଗୀତର ଆଧୁନିକ ସଂସ୍କରଣଟି ଆଜି ବିଶ୍ବପ୍ରସିଦ୍ଧ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe