ପ୍ରଥମ ସିନେମାରେ ମୁସଲ୍‌ମାନ୍‌ ଯୁବତୀ ଭୂମିକା ନିଭାଇଛନ୍ତି ଏହି ଓଲିଉଡ୍‍ ନାୟିକା

Advertisment
ପ୍ରଥମ ସିନେମାରେ ମୁସଲ୍‌ମାନ୍‌ ଯୁବତୀ ଭୂମିକା ନିଭାଇଛନ୍ତି ଏହି ଓଲିଉଡ୍‍ ନାୟିକା

ବଲିଉଡ଼୍‍ରେ ଏମିତି ଅନେକ ଅଭିନେତ୍ରୀ ଅଛନ୍ତି ,ଯେଉଁମାନଙ୍କୁ ପ୍ରଥମ ସିନେମାରେ ହିଁ ମୁସଲମାନ୍‌ ଯୁବତୀ ବା ମହିଳା ଭୂମିକାରେ ଦେଖିବାକୁ ପାଇଛନ୍ତି ଦର୍ଶକ।ଏହି କ୍ରମରେ ଆମ ଆଗରେ ନାଚି ଉଠନ୍ତି ବଲିଉଡ଼୍‍ର ବେବୋ ଓରଫ କରୀନା କପୁର୍‌ ଖାନ୍‌। ସେ ତାଙ୍କ ଅଭିନୀତ ପ୍ରଥମ ସିନେମା ‘ରିଫ୍ୟୁଜି’ରେ ଜଣେ ପାକିସ୍ତାନୀ ଯୁବତୀ ଭୂମିକା ନିଭାଇଥିଲେ।ଏଥିରେ ତାଙ୍କ ବିପକ୍ଷରେ ନଜର ଆସିଥିଲେ ଅଭିଷେକ ବଚ୍ଚନ।

ଓଲିଉଡ଼୍‍ରେ ଏଭଳି ଘଟିଥିଲା ଏବେକାର ଜଣେ ନାମକରା ନାୟିକାଙ୍କ କ୍ଷେତ୍ରରେ । ସେ ହେଲେ ଏଲିନା ସାମନ୍ତରାୟ। ଏକ ରିଅଲିଟି ସୋ’‘କିଏ ହେବ ମୋ ହିରୋଇନ୍‌’ର ବିଜୟିନୀ ହେବାପରେ ଏଲିନାଙ୍କୁ ଚୁକ୍ତିବଦ୍ଧ କରାଯାଇଥିଲା ତରଙ୍ଗ ସିନେ ପ୍ରଡ଼କସନ୍‌ସର ଓଡ଼ିଆ ଛବି ‘ଇଶ୍କ୍‌ ତୁ ହିଁ ତୁ’ରେ ନାୟିକା ଭୂମିକାରେ। ଆଉ ଏହି ସିନେମାରେ ତାଙ୍କ ବିପକ୍ଷରେ ନାୟକ ବନିଥିଲେ ଅରିନ୍ଦମ୍‌। ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ଏହି ସିନେମା ଜରିଆରେ ଓଲିଉଡ଼୍‍ର ଡ଼େବ୍ୟୁ କରିଥିଲେ ଏଲିନା। ଆଉ ‘ଇଶ୍କ୍‌ ତୁ ହିଁ ତୁ’ର ନାୟିକା ଜଣେ ମୁସଲମାନ ଯୁବତୀ ଭୂମିକାରେ ନଜର ଆସିଥିଲେ। କାହାଣୀ ଅନୁଯାୟୀ ଜଣେ ହିନ୍ଦୁ ପୁଅକୁ ସେ ଭଲ ପାଉଛନ୍ତି। ପରିବାରର ବିରୋଧ ସତ୍ତ୍ୱେ ସେ ପ୍ରେମ କରୁଛନ୍ତି।ଏକ ହିନ୍ଦୁ-ମୁସଲମାନ ପ୍ରେମକାହାଣୀ ଉପରେ ଆଧାରିତ ଏହି ସିନେମାରେ ଏଲିନା ବେଶ୍‌ ପ୍ରଭାବଶାଳୀ ଅଭିନୟ ମଧ୍ୟ କରିଥିଲେ।

publive-image

ଠିକ୍‌ ସେହିପରି ଶିଶୁ କଳାକାରରୁ ନାୟିକା ସାଜିଥିବା ସନ୍‌ମୀରା ନାଗେଶ ମଧ୍ୟ ତାଙ୍କର ହିରୋଇନ୍‌ ଭାବେ ଡ଼େବ୍ୟୁ କରିଥିବା ଓଡ଼ିଆ ସିନେମା ‘ସପନର ପଥେ ପଥେ’ରେ ଏକ ମୁସ୍‌ଲିମ୍‌ ଯୁବତୀ ଚରିତ୍ରରେ ନଜର ଆସିଥିଲେ। ଏହା ମଧ୍ୟ ହିନ୍ଦୁ ପୁଅ ଓ ମୁସଲମାନ ଝିଅର ପ୍ରେମକାହାଣୀ ଆଧାରିତ ସିନେମା ଥିଲା। ସୁଶାନ୍ତ ମଣି ‘ସପନର ପଥେ ପଥେ’ର ନିର୍ଦ୍ଦେଶନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe