ଓଡ଼ିଆ ନୁହେଁ, ବରଂ ଏହି ଆଞ୍ଚଳିକ ଭାଷାର ସିନେମାକୁ ଅପେକ୍ଷା କରିଛନ୍ତି ଓଲିଉଡର ଲୋକପ୍ରିୟ ନାୟିକା ଭୂମିକା

Advertisment
ଓଡ଼ିଆ ନୁହେଁ, ବରଂ ଏହି ଆଞ୍ଚଳିକ ଭାଷାର ସିନେମାକୁ ଅପେକ୍ଷା କରିଛନ୍ତି ଓଲିଉଡର ଲୋକପ୍ରିୟ ନାୟିକା ଭୂମିକା

ଭୁବନେଶ୍ବର: ଓଲିଉଡର ଲୋକପ୍ରିୟ ନାୟିକା ଭୂମିକା ଶିଶୁ କଳାକାର ଭାବେ ଅଭିନୟ ଜଗତରେ ପାଦ ରଖିଥିଲେ। ପ୍ରଥମ ଥର ପାଇଁ ଫିଲ୍ମ ‘ତୁ ମୋ ଲଭଷ୍ଟୋରି’ରେ ନାୟିକା ଭାବରେ ନଜର ଆସିଥିବା ଭୂମିକାଙ୍କ ଅଭିନୟକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ ଦର୍ଶକ। ଏଥିରେ ସେ ନଜର ଆସିଥିଲେ ସ୍ବରାଜଙ୍କ ସହ ନଜର ଆସିଥିଲେ। ଏହାପରେ ସେ ବାବୁସାନଙ୍କ ସହ ହିରୋ ନଂ୧, ଶ୍ରୀମାନ ସୁରଦାସ, ସ୍ବରାଜଙ୍କ ସହ ‘ତୁ ମୋ ଲଭଷ୍ଟୋରି୨’, ରାକେଶଙ୍କ ସହ ମନ ମୋର କାଗଜଗୁଡ଼ି, ଅମ୍ଳାନଙ୍କ ବିପକ୍ଷରେ ମାୟାବୀ ଏବଂ ଜ୍ୟୋତିଙ୍କ ବିପକ୍ଷରେ ମନ ମୋ ନେଇଗଲୁରେ’ ଆଦି ସିନେମାରେ ଦର୍ଶକଙ୍କ ସାମ୍ନାକୁ ଆସିଛନ୍ତି।

ଭୂମିକା କିନ୍ତୁ କେବଳ ଓଡ଼ିଆ ସିନେମାରେ ନିଜକୁ ସୀମିତ ରଖିନାହାନ୍ତି। ଏବେ ଛତିଶଗଡ଼ି ସିନେମାରେ ବି କାମ କରିଛନ୍ତି। ଏହି ସିନେମା ଚଳିତ ମାସ ୩୦ ତାରିଖରେ ରିଲିଜ୍ ହେଉଥିବାର ଖବର ମିଳିଛି। ଏଠାରେ ଯେଉଁ ଛତିଶଗଡ଼ି ସିନେମା କଥା କୁହାଯାଉଛି, ତାର ଶୀର୍ଷକ ହେଲା ‘ଜିରୋ ବନହି ହିରୋ’। ଏହି ଫିଲ୍ମରେ ଭୂମିକାଙ୍କୁ ନାୟିକା ଭୂମିକାରେ ଦେଖିବାକୁ ମିଳିବ। ଏଥିରେ ତାଙ୍କ ବିପକ୍ଷରେ ମନ କୁରେସୀଙ୍କୁ ନାୟକ ଭୂମିକାରେ ଦେଖିବାକୁ ମିଳିବ। ମନ ଛଲିଉଡର ଜଣେ ବ୍ୟସ୍ତ ନାୟକ। ସେ ଅନେକ ଛତିଶଗଡ଼ି ସିନେମାରେ କାମ କରିଛନ୍ତି। ମନ ଓ ଭୂମିକାଙ୍କ ବ୍ୟତୀତ କିଷାନ ସେନ, ପୁନମ୍ ସାହୁ, ଆର ମାଷ୍ଟର ଓ ପୁରନ ପଟେଲ୍ ପ୍ରମୁଖ ବି ଅଭିନୟ କରିଛନ୍ତି। ଗୋଲଡେନ୍ ଡ୍ରିମ୍ସ ପ୍ରଡକସନ୍ସ ବ୍ୟାନରରେ ନିର୍ମିତ ‘ଜିରୋ ବନହି ହିରୋ’ର ପ୍ରଯୋଜନା ସାଙ୍ଗକୁ ନିର୍ଦେଶନା ଦାୟିତ୍ବରେ ଅଛନ୍ତି ଭାରତୀ ବର୍ମା। ଫିଲ୍ମର ସମସ୍ତ ସୁଟିଂ ରାୟପୁରରେ କରାଯାଇଛି। ଏହା ତାଙ୍କର ପ୍ରଥମ ଛତିଶଗଡ଼ି ସିନେମା। ଏହି ଛତିଶଗଡ଼ି ସିନେମାକୁ ନେଇ ଭୂମିକା ବେଶ୍ ଉତ୍ସାହିତ ଅଛନ୍ତି। ସେ ଏହାର ରିଲିଜକୁ ବି ଉତ୍କଣ୍ଠାର ସହ ଅପେକ୍ଷାରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe