ଓଲିଉଡ ସୁପରଷ୍ଟାର ଅନୁଭବଙ୍କ ପ୍ରଥମ ସିନେମା ‘ଆଇ ଲଭ ୟୁ’ର ପ୍ରଥମେ ଟାଇଟଲ ଥିଲା ଭିନ୍ନ, ଡାଇନିଂ ଟେବୁଲରେ ଆସିଥିଲା ‘ଆଇ ଲଭ ୟୁ’ ରଖିବାର ପ୍ରସ୍ତାବ  

Advertisment

ବିଶେଷ : ଶିବଶଙ୍କର ଓଝା

ବିଶେଷ : ଶିବଶଙ୍କର ଓଝା

ଓଲିଉଡ ସୁପରଷ୍ଟାର ଅନୁଭବଙ୍କ ପ୍ରଥମ ସିନେମା ‘ଆଇ ଲଭ ୟୁ’ର ପ୍ରଥମେ ଟାଇଟଲ ଥିଲା ଭିନ୍ନ, ଡାଇନିଂ ଟେବୁଲରେ ଆସିଥିଲା ‘ଆଇ ଲଭ ୟୁ’ ରଖିବାର ପ୍ରସ୍ତାବ  

ଭୁବନେଶ୍ବର: ଓଲିଉଡର ସୁପରଷ୍ଟାର ଅନୁଭବଙ୍କ ପ୍ରଥମ ସିନେମା ହେଲା ‘ଆଇ ଲଭ ୟୁ’। ୨୦୦୪ ଜାନୁଆରି ୧୧ ତାରିଖରେ ମୁକ୍ତିଲାଭ କରିଥିଲା ଏହି ଯୁଗାନ୍ତକାରୀ ସିନେମା। ଏହା ବ୍ଲକବଷ୍ଟର ଫିଲ୍ମର ମାନ୍ୟତା ଲାଭ କରିଥିଲା। ପ୍ରଥମ ସିନେମା ‘ଆଇ ଲଭ ୟୁ’ରେ ହିଁ  ଅନୁଭବ ରାତାରାତି ଷ୍ଟାରଡମ୍‌ ପାଇଥିଲେ।

publive-image

ବସନ୍ତ ନାୟକ

ହେଲେ ଆପଣ କ’ଣ ଜାଣନ୍ତି ଯେ ପ୍ରଥମେ ‘ଆଇ ଲଭ ୟୁ’ ଟାଇଟଲ୍‌ ନ ଥିଲା ଏହି ସିନେମାର। ତେବେ କ’ଣ ଥିଲା ଏହାର ପ୍ରଥମ ଟାଇଟଲ୍‌ ଓ କିପରି ତାକୁ ବଦଳାଯାଇଥିଲା,ସେ ସବୁର  ପୁରା କାହାଣୀ ଥିଲା ଏପରି.....

publive-image

ସଂଜୟ ନାୟକ

୨୦୦୨ ଜୁନ୍‌ ୧୪ ତାରିଖରେ ଏକ ବଙ୍ଗଳା ସିନେମା ‘ସାଥୀ’ ରିଲିଜ୍‌ ହୁଏ। ସେହି ଫିଲ୍ମରୁ ଟଲିଉଡର ସୁପରଷ୍ଟାର ଜିତ୍‌ ନାୟକ ଭାବେ କ୍ୟାରିଅର୍‌ ଆରମ୍ଭ କରନ୍ତି। ‘ସାଥୀ’ ସୁପରଡୁପରହିଟ୍‌ ହୁଏ ଏବଂ ତା’କୁ ନେଇ ଜୋର ଚର୍ଚ୍ଚା ହୁଏ। ‘ସାଥୀ’ର ରିମେକ୍‌ କରିବା ଲାଗି ଓଲିଉଡର ସୋ’ମ୍ୟାନ୍‌ ବସନ୍ତ ନାୟକଙ୍କୁ ପ୍ରସ୍ତାବ ଦିଅନ୍ତି ଜଣାଶୁଣା ସିନେମାଟୋଗ୍ରାଫର୍‌ ତଥା ନିର୍ଦ୍ଦେଶକ ପ୍ରଭାକର। ବସନ୍ତ ନାୟକ ସଂପୂର୍ଣ୍ଣ ତଥ୍ୟ ହାସଲ କରିବାକୁ ‘ସାଥୀ’ ଫିଲ୍ମ ଦେଖିବା ଲାଗି ତାଙ୍କ ଦୁଇ ପୁଅ ପ୍ରଯୋଜକ ବିଜୟ ନାୟକ(ମଣ୍ଟୁ), ସଂଜୟ ନାୟକ(ଟୁଟୁ),ନିର୍ଦ୍ଦେଶକ ହର ପଟ୍ଟନାୟକ ଓ ସଂଳାପ ଲେଖକ ଡ଼ ସୁବୋଧ ପଟ୍ଟନାୟକଙ୍କୁ କୋଲକାତା ପଠାନ୍ତି। ସେମାନେ ସେଠାରେ ‘ସାଥୀ’ ଦେଖିବା ପରେ ‘ସାଥୀ’ର କାହାଣୀ ଆଧାରରେ ଏକ ସିନେମା କଲେ ଖୁବ୍‌ ଭଲ ହେବ ବୋଲି ମତ ଦିଅନ୍ତି।

publive-image

ହର ପଟ୍ଟନାୟକ

ତା’ପରେ ନିର୍ଦ୍ଦେଶକ ହର ପଟ୍ଟନାୟକ ଓ ସଂଳାପକାର ଡ଼ ସୁବୋଧ ପଟ୍ଟନାୟକ ଫିଲ୍ମର ସ୍କ୍ରିପ୍ଟ୍‌ ପ୍ରସ୍ତୁତ କରନ୍ତି। ଏହାପରେ ଏହାର ଟାଇଟଲ୍‌ କ’ଣ କରାଯିବ,ସେଥିନେଇ ଚିନ୍ତା ଓ ଦ୍ୱନ୍ଦ୍ୱରେ ପଡ଼ିଥିଲେ ପ୍ରଯୋଜକ ସଂଜୟ ନାୟକ। ଏହି ସିନେମାର ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱ ବହନ କରିଥିଲେ ବ୍ରଜରାଜ ମୁଭିଜ୍‌ର ପରମାନେଣ୍ଟ୍‌ କଂପୋଜର୍‌ ସ୍ୱରୂପ ନାୟକ। ସେ ବି କାହାଣୀ ଓ ଗୀତର ସିକ୍ୱେନ୍‌ସ ସଂପର୍କରେ ଜାଣିଥାନ୍ତି। ସ୍ୱରୂପ ବସନ୍ତ ନାୟକଙ୍କୁ କହିଥିଲେ ଏହି ଫିଲ୍ମର ଶୀର୍ଷକ ‘କଳଙ୍କିତ ନାୟକ’ ରଖାଯାଉ। ଏହି ଟାଇଟଲ୍‌ ରଖିବାକୁ ସମସ୍ତେ ଅରାଜି ହେଲେ। ସେମାନେ କହିଲେ ଟାଇଟଲ୍‌ଟା ସାହିତ୍ୟିକ ହୋଇଯିବ।

publive-image

ଡ଼ ସୁବୋଧ ପଟ୍ଟନାୟକ

ଏହା ଭିତରେ କିଛି ଦିନ ବିତିଗଲା। ଦିନେ ବସନ୍ତ ନାୟକଙ୍କ ଘରେ ଡାଇନିଂ ଟେବୁଲରେ ବସି ହର ପଟ୍ଟନାୟକ,ଡ଼ ସୁବୋଧ ପଟ୍ଟନାୟକ ଏବଂ ସ୍ୱରୂପ ନାୟକ ଖାଉଥିବା ବେଳେ ହଠାତ୍ ସ୍ୱରୂପ  କହିଥିଲେ ‘ଆଇ ଲଭ ୟୁ’।କେହି କିଛି ବୁଝିପାରିନଥିଲେ। କିଛି କ୍ଷଣ ପରେ ସ୍ୱରୂପ କହିଥିଲେ ଯେ ଫିଲ୍ମର ଟାଇଟଲ୍‌ ‘ଆଇ ଲଭ ୟୁ’ ରଖାଯାଉ। ଏହି ଟାଇଟଲ୍‌କୁ ସମସ୍ତେ ସହଜରେ ଗ୍ରହଣ କରିପାରି ନଥିଲେ। ସେମାନଙ୍କର ମତ ଥିଲା ଯେ ଏଇଟା ଇଂରାଜି  ଟାଇଟଲ ହୋଇଯିବ,ଲୋକେ ହୁଏତ ଗ୍ରହଣ କରିନପାରନ୍ତି। କିନ୍ତୁ ସୋ’ମ୍ୟାନ୍‌ ବସନ୍ତ ନାୟକଙ୍କୁ ଫିଲ୍ମର ଟାଇଲ୍‌ଟା ମନକୁ ପାଇଥାଏ।

publive-image

ସ୍ୱରୂପ ନାୟକ

ଏହାପରେ ଦିନେ ସ୍ୱରୂପ ନାୟକ ଫିଲ୍ମର ଟାଇଟଲ୍‌ ଗୀତର ମୁଖୁଡ଼ା ଶୁଣାଇଥିଲେ ବସନ୍ତ ନାୟକଙ୍କୁ। ତାହା ହେଲା -‘ତୁ କହିଲେ ମୁଁ କହିବି, ମୁଁ କହିଲେ ତୁ ଆଇ ଲଭ ୟୁ’। ଏହି ମୁଖୁଡାଟା ସୋ’ମ୍ୟାନ୍‌ଙ୍କୁ ଏତେ ଭଲ ଲାଗିଥିଲା ଯେ ସେ ସେହି ମୁହୂର୍ତ୍ତରେ ଠିକ୍‌ କରିଥିଲେ ଫିଲ୍ମର ଟାଇଟଲ୍‌ ହିଁ ରହିବ ‘ଆଇ ଲଭ ୟୁ’। ବାସ୍‌ ତା’ପରେ ଓଲିଉଡରେ ଚର୍ଚ୍ଚା ଆରମ୍ଭ ହେଲା ଯେ ବସନ୍ତ ନାୟକ ପ୍ରଥମ ଥର ପାଇଁ ଏକ ଇଂରାଜି ଟାଇଟଲ୍‌ ‘ଆଇ ଲଭ ୟୁ’ରେ ଏକ ଫିଲ୍ମ ତିଆରି କରୁଛନ୍ତି, ଆଉ ଏଥିରେ ଆଲବମ୍‌ ହିରୋ ଅନୁଭବ ମହାନ୍ତିଙ୍କୁ ଇଣ୍ଟ୍ରୋଡ୍ୟୁସ୍‌ କରାଯାଉଛି।

publive-image

ବିନୟ ନାୟକ

‘ଆଇ ଲଭ ୟୁ’ର ପ୍ରଯୋଜକ ହେଲେ ସଂଜୟ ନାୟକ(ଟୁଟୁ) । ଏହାର କାହାଣୀ ପ୍ରଯୋଜକ ବିନୟ ନାୟକ(ମଣ୍ଟୁ)। ଏହାର ମୁଖ୍ୟ କଳାକାରମାନେ ହେଲେ ଅନୁଭବ ,ନମ୍ରତା,ବିଜୟ ମହାନ୍ତି,ତନ୍ଦ୍ରା ,ଅନୀତା ଦାସ ଓ ହର ପଟ୍ଟନାୟକ ପ୍ରମୁଖ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe