ଏହି ନାୟିକାଙ୍କର ପ୍ରଥମ ଓଡ଼ିଆ ସିନେମା ବନ୍ଦ ହେଲା , ଏବେ ଅପେକ୍ଷା କରିଛନ୍ତି ଦ୍ୱିତୀୟଟିକୁ

Advertisment
ଏହି ନାୟିକାଙ୍କର ପ୍ରଥମ ଓଡ଼ିଆ ସିନେମା ବନ୍ଦ ହେଲା , ଏବେ ଅପେକ୍ଷା କରିଛନ୍ତି ଦ୍ୱିତୀୟଟିକୁ

ଭୁବନେଶ୍ୱର: ଓଲିଉଡକୁ ପ୍ରତିବର୍ଷ କେତେକ ବଙ୍ଗୀୟ ନାୟିକା ଆସନ୍ତି। ଏ ବର୍ଷ ଜଣେ ବଙ୍ଗୀୟ ନାୟିକାଙ୍କୁ ପରଦାରେ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି । ସେ ପ୍ରଥମେ ଓଡ଼ିଶା ଆସିଥିଲେ ନିର୍ଦେଶକ ଅମୀୟ ସ୍ୱାଇଁଙ୍କ ‘ଏ ମନ ଖୋଜେ ତତେ’ରେ ନାୟିକା ଭୂମିକାରେ ଅଭିନୟ କରିବାକୁ। ସେ ଫିଲ୍ମଟି ମହୁରତ ପରେ ବନ୍ଦ ହୋଇଗଲା, ହେଲେ ଏହି ବଙ୍ଗୀୟ ନାୟିକାଙ୍କୁ ମିଳିଗଲା ଆଉ ଏକ ଓଡ଼ିଆ ସିନେମା। ଏହି ସିନେମା ହେଲା ‘ବାଜି ବାଜି ବାବାଜି ’। ସଂଗ୍ରାମ ମହାନ୍ତି ନିର୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ନାୟିକା ଭୂମିକା ନିଭାଇଥିବା ଅଭିନେତ୍ରୀ ଜଣକ ହେଲେ ରତସୀ ଦତ୍ତ।

ତାଙ୍କୁ ‘ ବାଜି ବାଜି ବାବାଜି ’ରେ ଜଣେ ମେଡିକାଲ୍‌ ଛାତ୍ରୀ ଚରିତ୍ରରେ ଦେଖିବାକୁ ପାଇବେ ଦର୍ଶକ। ଏହି ଫିଲ୍ମରେ ନିଜର ଭୂମିକାକୁ ନେଇ ବେଶ୍‌ ଉତ୍ସାହିତ ଥିବା ରତସୀ କହନ୍ତି, ‘ ମିଟୁ ମିଥୁନ ଦା’ ମେତେ ଯେତେବେଳେ ଏହି ଫିଲ୍ମର ଅଫର୍‌ ଦେଲେ, ସେତେବେଳେ ମୁଁ ଖୁସୀ ହୋଇଥିଲି, ଆଉ ଏଥିରେ ମୁଁ ମନପସନ୍ଦ ଚରିତ୍ରଟିଏ ପାଇଛି।‘ ବାଜି ବାଜି ବାବାଜି ’ର ରିଲିଜକୁ ମୁଁ ଅପେକ୍ଷା କରିଛି।’

publive-image

ଏହି ଓଡ଼ିଆ ସିନେମାରେ ଦିବଙ୍ଗତ ଅଭିନେତା ମୀନକେତନ ନଜର ଆସିବେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ। ଏହା ଛଡ଼ା ମିଟୁ ମିଥୁନ, ବାଦଲ ମହାନ୍ତି ଓ ରକ୍‌ ପାତ୍ର ପ୍ରମୁଖଏହି ସିନେମାର ମୁଖ୍ୟ କଳାକାର। ଟି ସୌରୀ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe