ଏଥର ରଜ ବଜାରରେ ନଜର ଆସିବେନି ଲୋକପ୍ରିୟ ନାୟକ ବାବୁସାନ୍

Advertisment
ଏଥର ରଜ ବଜାରରେ ନଜର ଆସିବେନି ଲୋକପ୍ରିୟ ନାୟକ ବାବୁସାନ୍

ଭୁବନେଶ୍ବର: ୨୦୨୩ ରଜ ବଜାରରେ ତିନିଟି ଓଡ଼ିଆ ସିନେମା ରିଲିଜ୍ ହେଉଛି। ଏ ବର୍ଷ ରଜ ବଜାରର ତିନି ଓଡ଼ିଆ ସିନେମା ହେଲା ‘ଲାଗିଲା ରଙ୍ଗ ଗୋଲାପି ଗୋଲାପି’, ‘ଗୁଡୁ ଗ୍ୟାଙ୍ଗଷ୍ଟାର୍‘  ଓ ‘ଲଭ୍ ଇନ୍ ଲଣ୍ଡନ୍’।   ଏହି ସବୁ ଛବିରେ ଅମ୍ଳାନ, ଅନୁଭବ, ସିଦ୍ଧାନ୍ତ ଓ ଶୈଳେନ୍ଦ୍ର ନଜର ଆସିବେ। ହେଲେ ଏଥର କେତେକ ନାୟକଙ୍କୁ ବଡ଼ ପରଦାରେ ଦେଖିବାକୁ ମିଳିବ ନାହିଁ। ଏମାନଙ୍କ ଭିତରୁ ଜଣେ ହେଲେ ଓଲିଉଡର ଲୋକପ୍ରିୟ ନାୟକ ବାବୁସାନ୍। ଗତ ବର୍ଷ ରଜ ଅବସରରେ ତାଙ୍କ ଅଭିନୀତ ‘ପ୍ରେମମ୍’ ମୁକ୍ତିଲାଭ କରିଥିଲା। ପୂର୍ବରୁ ଅଧିକାଂଶ ବର୍ଷ ରଜରେ ତାଙ୍କର ଓଡ଼ିଆ ଛବି ରିଲଜ୍ ହୋଇଥାଏ। ହେଲେ ଏଥର ସେଭଳି ଘଟୁନାହିଁ। ଠିକ୍ ସେହିପରି ଅରିନ୍ଦମଙ୍କର ମଧ୍ୟ ଏଥରର ରଜ ବଜାରରେ କୌଣସି ଓଡ଼ିଆ ଫିଲ୍ମ ମୁକ୍ତିଲାଭ କରୁନାହିଁ।

ଏ ବର୍ଷର ରଜ ବଜାରରେ ଅନୁପସ୍ଥିତ ନାୟକ ତାଲିକାରେ ବି ଅଛନ୍ତି  ବୁଦ୍ଧାଦିତ୍ୟ ମହାନ୍ତି । ସେ ଚଳିତ ରଜରେ  କୌଣସି ଓଡ଼ିଆ ସିନେମାରେ ନଜର ଆସୁନାହାନ୍ତି। ଏଣେ ଅନ୍ୟତମ ଲୋକପ୍ରିୟ ନାୟକ  ଆକାଶଙ୍କର ବି ଏବର୍ଷ ରଜରେ କୌଣସି ଓଡ଼ିଆ ସିନେମା ମୁକ୍ତିଲାଭ କରୁନାହିଁ। ଠିକ୍ ସେହିପରି ଅନେକ ଥର ରଜ ବଜାରରେ ହଙ୍ଗାମା କରିଥିବା ନାୟକ ସବ୍ୟସାଚୀଙ୍କର ବି କୌଣସି ଫିଲ୍ମ ପରଦାକୁ ଆସୁନାହିଁ।

ଏହି ଆଗ ଧାଡ଼ିର ନାୟକଙ୍କ ଛଡ଼ା ଏ ବର୍ଷ ରଜର ଅନୁପସ୍ଥିତ ତାଲିକାରେ ଥିବା ଅନ୍ୟ ନାୟକମାନେ ହେଲେ ସମ୍ବିତ, ଜ୍ୟୋତି, ଦୀପକ, ଚନ୍ଦନ, ସ୍ବରାଜ ପ୍ରମୁଖ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe