ଓଲିଉଡ଼୍‍ ପାଇଁ ନୈରାଶ୍ୟଜନକ ପ୍ରଥମ ମାସ!

Advertisment
ଓଲିଉଡ଼୍‍ ପାଇଁ ନୈରାଶ୍ୟଜନକ ପ୍ରଥମ ମାସ!

ଭୁବନେଶ୍ୱର : ବିଗତ ବର୍ଷ ତୁଳନାରେ ଏ ବର୍ଷର ଆରମ୍ଭ ଓଲିଉଡ଼୍‍ ପାଇଁ ନୈରାଶ୍ୟଜନକ ମନେ ହୁଏ।ଏହାର ପ୍ରଥମ କାରଣ ହେଲା ୨୦୧୮ର ପ୍ରଥମ ମାସ ଜାନୁଆରିରେ ରିଲିଜ୍‌ ହୋଇଥିବା ଓଡ଼ିଆ ସିନେମା ସଂଖ୍ୟା ମାତ୍ର ଦୁଇରେ ସୀମିତ ରହିଲା।
୨୦୧୮ ଜାନୁଆରି ମାସରେ ଯେଉଁ ଦୁଇଟି ସିନେମା ମୁକ୍ତିଲାଭ କରିଛି,ତାହା ହେଲା ‘ଓନ୍‌ଲି ପ୍ୟାର୍‌’ ଓ ‘ହାପି ଲକି’। ଏଥିମଧ୍ୟରୁ ସୁନୀଲ କୁମାର ଦାସଙ୍କ ‘ଓନ୍‌ଲି ପ୍ୟାର୍‌’ ଓ ‘ହାପି ଲକି’। ଏଥିମଧ୍ୟରୁ ସୁନୀଲ କୁମାର ଦାସଙ୍କ ପ୍ରଯୋଜିତ ତଥା ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ‘ଓନ୍‌ଲି ପ୍ୟାର୍‌’ ଗତ ଜାନୁଆରି ୧୩ ତାରିଖରେ ମୁକ୍ତିଲାଭ କରିଥିଲା।ଏହି ଫିଲ୍ମରେ ବାବୁସାନ୍‌,ସୁପ୍ରିୟା,ମିହିର ଦାସ,ଓ ଅପରାଜିତା ମହାନ୍ତି ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ବିଗ୍‌ବଜେଟ୍‌ରେ ନିର୍ମିତ ଏହି ସିନେମାକୁ ଆଶାନୁରୂପ ବ୍ୟାବସାୟିକ ସଫଳତା ନ ମିଳିବା ବି ନୈରାଶର ଅନ୍ୟତମ କାରଣ ବୋଲି କୁହା ଯାଇପାରେ!

publive-image
ଜାନୁଆରି ମାସର ଦ୍ୱତୀୟ ସିନେମା ‘ହାପି ଲକି’ ଅପେକ୍ଷାକୃତ ଏକ କମ୍‌ ବଜେଟ୍‌ର ଛବି।ଏହା ଗତ ମାସ ୨୧ ତାରିଖରେ ରିଲିଜ୍‌ ହୋଇଥିଲା। ତରଙ୍ଗ ସିନେ ପ୍ରଡ଼କ୍‌ସନ୍ସ ପ୍ରଯୋଜିତ ତଥା ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସମ୍ବିତ୍‌,ସସ୍ମିତା,ଜ୍ୟୋତି ଓ ଏଲିନା ଲିଡ଼ ରୋଲରେ ଥିଲେ। ଏହି ସିନେମାକୁ ବି ବିଶେଷ ବ୍ୟାବସାୟିକ ସଫଳତା ମିଳି ନ ଥିବା କୁହାଯାଉଛି।

ଗତ ବର୍ଷ ଜାନୁଆରିରେ ୪ଟି ଓଡ଼ିଆ ଛବି ରିଲିଜ୍‌ ହୋଇଥିବାବେଳେ ଏବର୍ଷ ମାତ୍ର ୨। ଏଣେ ଫିଲ୍ମ ଗୁଡ଼ିକ ଦର୍ଶକଙ୍କୁୁ ଆକର୍ଷିତ କରି ପାରିନଥିବା ବି ଅନ୍ୟ କାରଣ। ଦେଖାଯାଉ ଏ ଯେଉଁ ମାନ୍ଦାବସ୍ଥା ଲାଗି ରହିଛି ଓଲିଉଡ଼୍‍ରେ ତାହା ଫେବୃଆରି ମାସରେ ଦୂର ହେଉଛି କି ନା!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe