ଏଡିଟିଂ ଟେବୁଲରେ ଓଡ଼ିଆ ସିନେମା ‘ଯୋଗୀ’

Advertisment
ଏଡିଟିଂ ଟେବୁଲରେ ଓଡ଼ିଆ ସିନେମା ‘ଯୋଗୀ’

ଭୁବନେଶ୍ୱର: ଶ୍ରୀଧର ମାର୍ଥାଙ୍କ ପ୍ରଯୋଜିତ ତଥା ନିରଞ୍ଜନ ବେହେରାଙ୍କ ନିର୍ଦ୍ଦେଶିତ ନୂଆ ଓଡ଼ିଆ ସିନେମା ‘ଯୋଗୀ’ର କାମ ଏବେ ଏଡିଟିଂ ଟେବୁଲରେ ପହଞ୍ଚିଛି। ଏହାର ଏଡିଟିଂ କାମ ସଂପ୍ରତି ପ୍ରସାଦ ଷ୍ଟୁଡିଓରେ ଚାଲିଛି । ଏଠାରେ ସୂଚନାଯୋଗ୍ୟ ଯେ ଏଥିରେ ହର ରଥ, ବିଜୟ ମହାନ୍ତି, ସ୍ମିତା ମହାନ୍ତି, ଚକ୍ରଧର ଜେନା, ଶ୍ୟାମଳେନ୍ଦୁ,ଅରବିନ୍ଦ, ଜୟୀ, ମନୋଜ ମିଶ୍ର ନବାଗତ ଆଯ୍ୟର୍ନ୍‌ , ନିକିତା ପ୍ରମୁଖ ମୁଖ୍ୟ ଅଭିନୟ କରିଛନ୍ତି।

ଏହାର ସୁଟିଂ ପ୍ରାୟତଃ ଶେଷ ହୋଇଥିବା ପ୍ରଯୋଜକ ସୂଚନା ଦେଇଛନ୍ତି। ଏହି ସିନେମାକୁ ଆଗାମୀ ଡିସେମ୍ବର ମାସରେ ରିଲିଜ୍‌ କରିବାଲାଗି ଯୋଜନାରେ ଅଛନ୍ତି ପ୍ରଯୋଜକ।‘ଯୋଗୀ’ର ସଂଳାପ ଲେଖିଛନ୍ତି ଡ଼ ରଜନୀରଞ୍ଜନ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଦୀପକ କୁମାର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe