ତୁ ସେଇ ନୀଳନୟନା

ତୁ ସେଇ ନୀଳନୟନା

ମୁନ୍ ଟିଭି ପକ୍ଷରୁ ଘୋଷିତ ଦଶଟି ଓଡ଼ିଆ ଚଳଚ୍ଚିତ୍ର ମଧ୍ୟରୁ ପ୍ରଥମ ଚଳଚ୍ଚିତ୍ର ‘ତୁ ସେଇ ନୀଳନୟନା’ର ସୁଟିଂ ଭୁବନେଶ୍ୱର ଠାରେ ୨୭ ତାରିଖରୁ ଆରମ୍ଭ ଆରମ୍ଭ ହେଇଯାଇଛି। ପ୍ରଥମ ଦିନ ସୁଟିଂ ଅଭିନେତ୍ରୀ ଲିପିକା ଓ ଅଭିନେତା ପିଣ୍ଟୁ ନନ୍ଦଙ୍କ ଏକ ଦୃଶ୍ୟରୁ ଆରମ୍ଭ ହୋଇଥିଲା। ଚଳଚ୍ଚିତ୍ରର ପ୍ରଯୋଜନା କରୁଛନ୍ତି ସଚ୍ଚିକାନ୍ତ ଜେନା ଏବଂ ବିନି ପଟ୍ଟନାୟକ। ନିର୍ଦ୍ଦେଶନା ଦେଉଛନ୍ତି ତ୍ରିପତି ସାହୁ। ଏଥିରେ ପ୍ରେମ୍‌ ଆନନ୍ଦ ସଂଗୀତ ନିର୍ଦେଶନା ଦେଇଥିବା ବେଳେ ସଂଳାପ ଲେଖିଛନ୍ତି ରଜନୀ ରଞ୍ଜନ।

ଚଳଚ୍ଚିତ୍ରର ନାୟକ ସାଜିଛନ୍ତି ସମ୍ବିତ ଏବଂ ତାଙ୍କ ବିପକ୍ଷର ନାୟକ ସାଜିଛନ୍ତି ଲିପିକା। ପ୍ରଡକ୍ସନ୍ ହାଉସ୍‌ର ଆଉ ଏକ ନୂଆ ଚଳଚ୍ଚିତ୍ରର ନାମ ଘୋ‌ଷଣା କରାଯାଇଛି। ଏହାର ଶୀର୍ଷକ ରହିଛି ‘ଲଭ୍‌ ଇମ୍ପସିବଲ’। ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଛନ୍ତି ନବାଗତ ରୋହନ ଓ ପୁନମ। ଏଇ ଚଳଚ୍ଚିତ୍ରର ନିର୍ଦେଶନା ଦେବେ ତ୍ରିପତି ସାହୁ। ଭୁବନେଶ୍ବର ବ୍ୟତୀତ କଟକ ଓ ହାଇଦ୍ରାବାଦରେ ସୁଟିଂ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe