ଓଲିଉଡର ଏହି ଲୋକପ୍ରିୟ ନାୟିକା ଦୁଇଜଣ ନବାଗତଙ୍କ ସହ ରୋମାନସ୍‌ କରିଛନ୍ତି

Advertisment
ଓଲିଉଡର ଏହି ଲୋକପ୍ରିୟ ନାୟିକା ଦୁଇଜଣ ନବାଗତଙ୍କ ସହ ରୋମାନସ୍‌ କରିଛନ୍ତି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ନାୟିକା ରୀୟା ଦେ ‘ପ୍ରେମ ଅଢେଇ ଅକ୍ଷର’ ସିନେମା ଜରିଆରେ ଡେବ୍ୟୁ କରିଥିଲେ ଓଲିଉଡ ଇଣ୍ଡଷ୍ଟ୍ରିରେ। ଏଥିରେ ତାଙ୍କର ହିରୋ ଥିଲେ ଆଜିକାର ସୁପରଷ୍ଟାର୍‌ ବାବୁସାନ୍‌। ଏହାପରେ ଟପ୍‌ ହିରୋଇନ୍‌ ରୀୟା, ଅମ୍ଳାପ, ଆକାଶ, ସିଦ୍ଦାନ୍ତ, ଅଭିଷେକ ଓ ସବ୍ୟସାଚୀ ଙ୍କ ଭଳି ପ୍ରତିଷ୍ଠିତ ନାୟକଙ୍କ ସହ ସ୍କ୍ରିନ-ସେଆର୍‌ କରିଛନ୍ତି।
ଓଲିଉଡର ଟପ୍‌ ହିରୋଇନ୍‌ ରୀୟା ଦେ ତାଙ୍କର ଦୀର୍ଘ ୮ ବର୍ଷର କ୍ୟାରିଅର୍‌ରେ ମାତ୍ର ଦୁଇ ଜଣ ନ୍ୟୁକମରଙ୍କର ନାୟିକା ବନିଛନ୍ତି। ରୀୟାଙ୍କର ଏ ଦୁଇ ନୂଆ ନାୟକ ଥିଲେ ଅମନ୍‌ ଓ ମୁନ୍ନା। ଶ୍ରୀଧର ମାର୍ଥାଙ୍କ ପ୍ରଯୋଜିତ ତଥା ଶୈଳେନ୍ଦ୍ର ପରିଡ଼ାଙ୍କ ନିର୍ଦ୍ଦେଶିତ ସିନେମା‘କଥା ଦେଲି ମଥା ଛୁଇଁ’ ରେ ଓଲିଉଡର ଟପ୍‌ ହିରୋଇନ୍‌ ରୀୟାଙ୍କ ବିପକ୍ଷରେ ନାୟିକା ସାଜିଥିଲେ ନବାଗତ ଅମନ୍‌ ।

publive-image
ଠିକ୍‌ ସେହିପରି ଅଶୋକ କୁମାର ଦାଶଙ୍କ ପ୍ରଯୋଜନା ଓ ଶ୍ରୀତମ୍‌ ଦାସଙ୍କ ନିର୍ଦ୍ଦେଶନାରେ ତିଆରି ସିନେମା‘ଦିଓ୍ଵାନା ହେଲି ତୋ’ ପାଇଁ’ ଓଲିଉଡର ହଟ୍‌ ହିରୋଇନ୍‌ ରୀୟା ନଜର ଆସିଥିଲେ। ଏଥିରେ ତାଙ୍କ ସହ ନାୟକ ଭାବେ ଓଲିଉଡରେ ଡେବ୍ୟୁ କରିଛନ୍ତି ମୁନ୍ନା। ଉଭୟ ନବାଗତଙ୍କ ସହ ରୀୟାଙ୍କୁ ଦର୍ଶକ ପସନ୍ଦ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe