ମୋ ପତ୍ନୀ ରୁପାଲିଙ୍କୁ ୫୦; ମୋ‌ତେ ୬୦ ନୁହେଁ, ୫୭ ବର୍ଷ; ୟୁଟ୍ୟୁବ୍‌ରେ ଭିଡିଓ ସେୟାର କଲେ ଅଭିନେତା

Advertisment
ମୋ ପତ୍ନୀ ରୁପାଲିଙ୍କୁ ୫୦; ମୋ‌ତେ ୬୦ ନୁହେଁ, ୫୭ ବର୍ଷ; ୟୁଟ୍ୟୁବ୍‌ରେ ଭିଡିଓ ସେୟାର କଲେ ଅଭିନେତା

ମୁମ୍ବାଇ:  ଅଭିନେତା ଆଶିଷ ବିଦ୍ୟାର୍ଥୀ ଆସାମର ରୁପାଲି ବରୁଆଙ୍କ  ସହ ମେ ୨୫ ତାରିଖ, ଗୁରୁବାର ଦିନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଆଶିଷ ବିଦ୍ୟାର୍ଥୀ ୬୦ ବର୍ଷ ବୟସରେ ବିବାହ କରିବା ପରେ ତାଙ୍କୁ ସୋସିଆଲ୍‌ ମିଡିଆରେ ଖୁବ୍‌ ସମାଲୋଚନା କରାଯାଉଛି। ବହୁ ସମାଲୋଚନାକୁ ସାମ୍ନା କରିବା ପ‌ରେ ଏବେ ଏକ ୟୁଟ୍ୟୁବ୍‌ ଭିଡିଓ ଜରିଆରେ ନିଜର ପକ୍ଷ ରଖିଛନ୍ତି ଆଶିଷ।

ସେ ତାଙ୍କ ପ୍ରଥମ ପତ୍ନୀ ରାଜୋଶିଙ୍କ ସହ ସଂପର୍କ ଆରମ୍ଭରୁ ନେଇ ବିଚ୍ଛେଦ, ତାଙ୍କ ପୁଅ, ଦ୍ବିତୀୟ ପତ୍ନୀ ରୁପାଲୀଙ୍କ ସହ ସଂପର୍କର ଆରମ୍ଭ ଆଦି ସମସ୍ତ ବିଷୟରେ ଭିଡିଓରେ ପ୍ରକାଶ କରିଛନ୍ତି। ତେବେ ମୋ ପତ୍ନୀ ରୁପାଲିଙ୍କୁ ୫୦ ଓ ମୋତେ ୫୭, ୬୦ ନୁହେଁ ବୋଲି କହି ସ୍ମିତ ହସୁଥିବା ଭିଡିଓରେ ଦେଖା ଦେଇଛି। ସମସ୍ତେ ଭିନ୍ନ ସାମାଜିକ ଚଳନିରୁ ଆସିଥାନ୍ତି, ସମସ୍ତଙ୍କ ଆର୍ଥିକ ଓ ମାନସିକ ସ୍ଥିତି ଭିନ୍ନ, ସମସ୍ତଙ୍କ ଜୀବନଶୈଳୀ ଭିନ୍ନ। ହେଲେ ସମସ୍ତେ ବାସ୍‌ ଗୋଟାଏ ଜିନିଷ ଚାହାନ୍ତି, ତାହା ହେଉଛି ଖୁସି। ମୋ ପ୍ରଥମ ପତ୍ନୀଙ୍କଠାରୁ ଛାଡ଼ପତ୍ର ପରେ ମୁଁ ବି ଜଣଙ୍କ ସହ ବାକି ଜୀବନଟା କାଟିବାକୁ ଚାହିଁଲି। ଏଥିରେ କିଛି ଭୁଲ୍‌ ନାହିଁ, ବୟସ କେବେ ବି ଗୁରୁତ୍ବ ରଖେ ନାହିଁ ବୋଲି ସେ ତାଙ୍କ ଭିଡିଓରେ କହିଛନ୍ତି।

ଆଶିଷ ଏକଥା ବି କହିଛନ୍ତି ଯେ ସେ ତାଙ୍କ ପ୍ରଥମ ପତ୍ନୀ ରାଜୋଶିଙ୍କଠାରୁ ବିନା ଝଗଡ଼ାରେ ଅଲଗା ହୋଇଛନ୍ତି। ସେ ଦୁହିଁଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଥିଲା। ଯେପରି ସେମାନେ ଶାନ୍ତିର ସହ ବିବାହ ନିଷ୍ପତ୍ତି ନେଇଥିଲେ, ସେହିପରି ହିଁ ସେମାନେ ଶାନ୍ତିର ସହ ଅଲଗା ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe