ଏଥର ପୂଜା ବଜାରର କେଉଁ ଯୋଡି ହେଲେ ନମ୍ବର ଓ୍ଵାନ୍‌?

Advertisment
ଏଥର ପୂଜା ବଜାରର କେଉଁ ଯୋଡି ହେଲେ ନମ୍ବର ଓ୍ଵାନ୍‌?

ଏଥର ପୂଜା ବଜାରରେ ଅନୁଭବଙ୍କ ଅଭିନୀତ ‘କାବୁଲା ବାରବୁଲା-ସର୍ଚ୍ଚିଂ ଫର୍‌ ଲୈଲା’ସାଙ୍ଗକୁ ଅରିନ୍ଦମ୍‌ଙ୍କ ଅଭିନୀତ ‘ଶିବା ନଟ୍‌ ଆଉଟ୍‌’ର ଜୋରଦାର୍‌ ଟକ୍‌କର ହୋଇଥିଲା। ଅପର ପକ୍ଷରେ ଷ୍ଟାର୍‌ସନ୍‌ ବାବୁସାନ୍‌ଙ୍କ ଅଭିନୀତ ‘ହିରୋ ନମ୍ବର ଓ୍ଵାନ୍‌’ବି ଆସିଥିଲା।
ଅନୁଭବଙ୍କ ନାୟିକା ଭୂମିକାରେ ଏଲିନା ଥିବାବେଳେ ଅରିନ୍ଦମ୍‌ଙ୍କ ବିପକ୍ଷରେ ଅଛନ୍ତି ଅର୍ଚ୍ଚିତା। ଅପରପକ୍ଷରେ ବାବୁସାନ୍‌ଙ୍କ ଯୋଡ଼ିଦାର୍‌ ବନିଛନ୍ତି ଭୂମିକା ଦାସ।

ବାବୁସାନ୍‌-ଭୂମିକା:-ଷ୍ଟାରସନ୍‌ - ବାବୁସାନ୍‌ଙ୍କୁ ଚଳିତ ବର୍ଷ ‘ ସିଷ୍ଟର ଶ୍ରିଦେବୀ’ ସିନେମାରେ ନବାଗତା ଶିବାନୀଙ୍କ ବିପକ୍ଷରେ ଦେଖିବାକୁ ପାଇଥିଲେ ଦର୍ଶକ । ଏବେ ଜଣେ ଟିନ୍‌ ଏଜର୍‌ ହିରୋଇନ୍‌ଙ୍କୁ ମିଳିଥିଲା ବାବୁସାନଙ୍କ ସାଥ୍‌ । ସେ ହେଲେ ଭୂମିକା । ଭୂମିକାଙ୍କୁ ଦର୍ଶକ ପୂର୍ବରୁ ତରଙ୍ଗ ସିନେ ପ୍ରଡକ୍ସନର ‘ ତୁ ମୋ’ ଲଭଷ୍ଟୋରି’ରେ ଦେଖି ସାରିଥିଲେ । ଏବେ ବାବୁସାନ୍‌ ଓ ଭୂମିକାଙ୍କୁ ଯେଉଁ ସିନେମାରେ ଦର୍ଶକ ଭେଟିଛନ୍ତି ତାହା ହେଲା ପୂଜା ବଜାରର ଛବି ‘ହିରୋ ନମ୍ବର ଓ୍ଵାନ୍‌’ । ପ୍ରାପ୍ତ ସୂଚନା ଅନୁଯାୟୀ ବାବୁସାନ୍‌-ଭୂମିକାଙ୍କ ଯୋଡିକୁ ସର୍ବାଧିକ ଭଲପାଇବା ମିଳିଛି। କାରଣ ଏହି ଯୋଡିଙ୍କର ସିନେମା‘ହିରୋ ନମ୍ବର ଓ୍ଵାନ୍‌’ ବକ୍ସ ଅଫିସରେ ଧମାଲ୍‌ କରିଛି।
ଏହି ଫିଲ୍ମରେ ବାବୁସାନ୍‌ ସାଜିଛନ୍ତି ଜଣେ ଆଇନଜୀବୀ ଆଉ ଭୂମିକାଙ୍କ ଭୂମିକାଟି ହେଉଛି ଜଣେ ରିପୋର୍ଟର । ଅର୍ଥାତ୍‌ ‘ ହିରୋ ନମ୍ବର ଓ୍ଵାନ୍‌’ର କାହାଣୀରେ ଜଣେ ଓକିଲଙ୍କ ସହ ସାମ୍ବାଦିକାଙ୍କ ରୋମାନ୍ସ ଦେଖିବାକୁ ପାଇଛନ୍ତି ସିନେପ୍ରେମୀ। ଅବଶ୍ୟ ଏହା ଏକ ରୋମାଣ୍ଟିକ୍‌ କମେଡି । ବାବୁସାନ୍‌-ଭୂମିକାଙ୍କ ଅଭିନୀତ ଏହି ଫିଲ୍ମର ନିର୍ଦ୍ଦେଶକ ହେଲେ ତାପସ ସରଘରିଆ।

publive-image

ଅନୁଭବ-ଏଲିନା:- ଓଲିଉଡର ଲୋକପ୍ରିୟ ନାୟକ ଅନୁଭବ ଓ ଜଣାଶୁଣା ନାୟିକା ଏଲିନା ପୁଣି ଏକାଠି ଆସିଥିଲେ ପୂଜା ବଜାରର ସିନେମା ‘ କାବୁଲା ବାରବୁଲା’, ସର୍ଚ୍ଚିଂ ଫର୍‌ ଲୈଲା’ରେ ।
ଅନୁଭବ-ଏଲିନା ଯୋଡିଙ୍କୁ ଦର୍ଶକ ଆଗରୁ ‘ଜଗା ହାତରେ ପଘା’ ଓ ‘ ଅଭୟ-ଏ କମନ୍‌ ମ୍ୟାନ୍‌’ରେ ଦେଖିବାକୁ ପାଇଛନ୍ତି । ‘କାବୁଲା ବାରବୁଲା’ରେ ତୃତୀୟ ଥର ପାଇଁ ଏହି ଯୋଡ଼ି ପରଦାକୁ ଆସିଥିଲେ । ତୃତୀୟ ଥର ଏହି ଯୋଡ଼ି ଲକି ହୋଇଛନ୍ତି ,କାରଣ ଏହାକୁ ମଧ୍ୟ ମିଳିଛି ସଫଳତା। ଅନୁଭବ-ଏଲିନାଙ୍କ ଯୋଡି ଏଥର ପୂଜା ବଜାରର ଦ୍ୱିତୀୟ ମନ ପସନ୍ଦ ଯୋଡିଭାବେ ବିବେଚିତ ହୋଇଛନ୍ତି ।

ଅରିନ୍ଦମ-ଅର୍ଚ୍ଚିତା- ଓଲିଉଡର ରିଅଲ୍‌ ହିଟ୍‌ ପେଆର୍‌ ହେଲେ ଅରିନ୍ଦମ୍‌ ଓ ଅର୍ଚ୍ଚିତା । ଏଭଳି କହିବାର ତାତ୍ପର୍ଯ୍ୟ ହେଲା ଅତୀତରେ ଏ ଦୁହେଁ ଯେଉଁ ସିନେମାରେ ବି ଏକାଠି କାମ କରିଛନ୍ତି ତା’କୁ ବ୍ୟାବସାୟିକ ସଫଳତା ମିଳିଛି । ଅରିନ୍ଦମ୍‌-ଅର୍ଚ୍ଚିତା ଯୋଡିକୁ ଦର୍ଶକ ପ୍ରଥମେ ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ‘ତେ’ ପାଇଁ ନେବି ମୁଁ ଶହେ ଜନମ’ ଏବଂ ପରେ ‘ ମୁଁ ସପନର ସୌଦାଗାର’ ରେ ଦେଖିବାକୁ ପାଇଥିଲେ । ତା’ପରେ ଏହି ଯୋଡ଼ି ‘ ରଜା ଝିଅ ସଙ୍ଗେ ହେଇଗଲା ଭାବ’ରେ ନଜର ଆସିଥିଲେ ।

publive-image

ଏଥର ପୂଜା ବଜାରକୁ ଯେଉଁ ଫିଲ୍ମ ଜରିଆରେ ଅରିନ୍ଦମ୍‌-ଅର୍ଚ୍ଚିତା ଯୋଡ଼ି ପରଦାକୁ ଫେରିଥିଲେ, ତାହା ହେଲା ‘ ଶିବା ନଟ୍‌ ଆଉଟ୍‌’ । ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଏହି ଯୋଡ଼ି ବକ୍ସ ଅଫିସରେ ପୁଣି କମାଲ୍‌ ଦେଖାଇଛନ୍ତି ,କାରଣ ଏହା ଏଥର ବି ସଫଳତା ହାସଲ କରିଛି। ତେବେ ପୂଜା ବଜାରର ଅନ୍ୟ ଦୁଇ ଯୋଡିଙ୍କ ତୁଳନାରେ ଏହା ଟିକେ ପଛରେ ରହିଥିବା କୁହାଯାଉଛି। ଏ ଦୃଷ୍ଟିରୁ ଅରିନ୍ଦମ୍‌-ଅର୍ଚ୍ଚିତାଙ୍କ ଯୋଡିକୁ ତୃତୀୟ ହିଟ୍‌ ଯୋଡିଭାବେ ଏଥର ବିବେଚିତ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe