ଓଲିଉଡର ପୂଜାବଜାର ଏକଦମ୍‌ ସରଗରମ!

Advertisment
ଓଲିଉଡର ପୂଜାବଜାର ଏକଦମ୍‌ ସରଗରମ!

ଏଥର ପୂଜାବଜାରକୁ ଆସିଛି ତିନିଟି ଓଡ଼ିଆ ଛବି।ଏଥର ବି ପାରଂପାରିକ ପ୍ରତିଦ୍ୱନ୍ଦୀମାନେ ସାମ୍ନା ସାମ୍ନି ହେଉଛନ୍ତି।ଯେଉଁ ତିନିଜଣ ନାୟକ ମାନଙ୍କ ମଧ୍ୟରେ ଅଧିକାଂଶ ସମୟରେ ଟକ୍‌କର ହେଉଛି,ଓଲିଉଡ଼୍‍ର ସେହି ତିନି ଟପ୍‌ ନାୟକ ଏଥର ବି ଆମ୍‌ନେ ସାମ୍‌ନେ ହେଉଛନ୍ତି।
ଏହି ତିନି ନାୟକ ହେଲେ ଅନୁଭବ,ଅରିନ୍ଦମ୍‌ ଏବଂ ବାବୁସାନ୍‌।ଏଥର ପୂଜାବଜାରରେ ଅନୁଭବଙ୍କ ଅଭିନୀତ ‘କାବୁଲା ବାରବୁଲା-ସର୍ଚ୍ଚିଂ ଫର୍‌ ଲୈଲା’ସାଙ୍ଗକୁ ଅରିନ୍ଦମ୍‌ଙ୍କ ଅଭିନୀତ ‘ଶିବା ନଟ୍‌ ଆଉଟ୍‌’ର ଜୋରଦାର୍‌ ଟକ୍‌କର ହୋଇଛି।ଅପରପକ୍ଷରେ ଷ୍ଟାର୍‌ସନ୍‌ ବାବୁସାନ୍‌ଙ୍କ ଅଭିନୀତ ‘ହିରୋ ନମ୍ବର ଓ୍ଵାନ୍‌’ବି ଆସିଛି।ଏଥିମଧ୍ୟରୁ ପ୍ରଥମ ଓ ଶେଷ ହେଉଛି ରୋମାଣ୍ଟିକ୍‌ କମେଡ଼ି,କିନ୍ତୁ ଅନ୍ୟଟି ଆକ୍‌ସନ୍‌ ମୁଭି।
ଅନୁଭବଙ୍କ ନାୟିକା ଭୂମିକାରେ ଏଲିନା ଥିବାବେଳେ ଅରିନ୍ଦମ୍‌ଙ୍କ ବିପକ୍ଷରେ ଅଛନ୍ତି ଅର୍ଚ୍ଚିତା। ଅପରପକ୍ଷରେ ବାବୁସାନ୍‌ଙ୍କ ଯୋଡ଼ିଦାର୍‌ ବନିଛନ୍ତି ଭୂମିକା ଦାସ।
ବାବୁସାନ୍‌-ଭୂମିକା:-ଷ୍ଟାରସନ୍‌ - ବାବୁସାନ୍‌ଙ୍କୁ ଚଳିତ ବର୍ଷ ‘ ସିଷ୍ଟର ଶ୍ରିଦେବୀ’ ସିନେମାରେ ନବାଗତା ଶିବାନୀଙ୍କ ବିପକ୍ଷରେ ଦେଖିବାକୁ ପାଇଥିଲେ ଦର୍ଶକ । ଏବେ ଜଣେ ଟିନ୍‌ଏଜର୍‌ ହିରୋଇନ୍‌ଙ୍କୁ ମିଳିଛି ବାବୁସାନଙ୍କ ସାଥ୍‌ । ସେ ହେଲେ ଭୂମିକା । ଭୂମିକାଙ୍କୁ ଦର୍ଶକ ପୂର୍ବରୁ ତରଙ୍ଗ ସିନେ ପ୍ରଡକ୍ସନର ‘ ତୁ ମୋ’ ଲଭଷ୍ଟୋରି’ରେ ଦେଖି ସାରିଛନ୍ତି । ଏବେ ବାବୁସାନ୍‌ ଓ ଭୂମିକାଙ୍କୁ ଯେଉଁ ସିନେମାରେ ଦର୍ଶକ ଭେଟିଛନ୍ତି ତାହା ହେଲା ପୂଜା ବଜାରର ଛବି ‘ ହିରୋ ନମ୍ବର ଓ୍ଵାନ୍‌ ’ ।
ଏହି ଫିଲ୍ମରେ ବାବୁସାନ୍‌ ସାଜିଛନ୍ତି ଜଣେ ଆଇନଜୀବୀ ଆଉ ଭୂମିକାଙ୍କ ଭୂମିକାଟି ହେଉଛି ଜଣେ ରିପୋର୍ଟର । ଅର୍ଥାତ୍‌ ‘ ହିରୋ ନମ୍ବର ଓ୍ଵାନ୍‌’ର କାହାଣୀରେ ଜଣେ ଓକିଲଙ୍କ ସହ ସାମ୍ବାଦିକାଙ୍କ ରୋମାନ୍ସ ରହିଛି । ଅବଶ୍ୟ ଏହା ଏକ ରୋମାଣ୍ଟିକ୍‌ କମେଡି । ବାବୁସାନ୍‌-ଭୂମିକାଙ୍କ ଅଭିନୀତ ଏହି ଫିଲ୍ମର ନିର୍ଦ୍ଦେଶକ ହେଲେ ତାପସ ସରଘରିଆ।
ଅନୁଭବ-ଏଲିନା:- ଓଲିଉଡର ଲୋକପ୍ରିୟ ନାୟକ ଅନୁଭବ ଓ ଜଣାଶୁଣା ନାୟିକା ଏଲିନା ପୁଣି ଏକାଠି ଆସିଛନ୍ତି ପୂଜାବଜାରରର ସିନେମା ‘ କାବୁଲା ବାରବୁଲା’, ସର୍ଚ୍ଚିଂ ଫର୍‌ ଲୈଲାରେ’ । କାହାଣୀ ଅନୁଯାୟୀ କାବୁଲା ଜଣେ ଅଶିକ୍ଷିତ ଯୁବକ, କିନ୍ତୁ ଏଲିନା ଉଚ୍ଚଶିକ୍ଷିତା । ଏଭଳି ଦୁଇ ବିପରୀତ ଧର୍ମୀ ଯୁବକ-ଯୁବତୀଙ୍କ ପ୍ରେମ କାହାଣୀରେ କମେଡି ଖୁନ୍ଦି ଦେଇଛନ୍ତି ନିର୍ଦ୍ଦେଶକ ରମେଶ ରାଉତ ।
ଅନୁଭବ-ଏଲିନା ଯୋଡିଙ୍କୁ ଦର୍ଶକ ଆଗରୁ ଜଗା ହାତରେ ପଘା ଓ ‘ ଅଭୟ-ଏ କମନ୍‌ ମ୍ୟାନ୍‌’ରେ ଦେଖିବାକୁ ପାଇଛନ୍ତି । ‘ କାବୁଲା ବାରବୁଲା’ରେ ତୃତୀୟ ଥର ପାଇଁ ଏହି ଯୋଡ଼ି ପରଦାକୁ ଆସୁଛନ୍ତି । ତୃତୀୟ ଥର ଏହି ଯୋଡ଼ି ଲକି ହେଉଛନ୍ତି କି ନା , ତାହା ଦେଖିବାକୁ ଅପେକ୍ଷା ।
ଅରିନ୍ଦମ-ଅର୍ଚ୍ଚିତା- ଓଲିଉଡର ରିଅଲ୍‌ ହିଟ୍‌ ପେଆର୍‌ ହେଲେ ଅରିନ୍ଦମ୍‌ ଓ ଅର୍ଚ୍ଚିତା । ଏଭଳି କହିବାର ତାତ୍ପର୍ଯ୍ୟ ହେଲା ଅତୀତରେ ଏ ଦୁହେଁ ଯେଉଁ ସିନେମାରେ ବି ଏକାଠି କାମ କରିଛନ୍ତି ତା’କୁ ବ୍ୟାବସାୟିକ ସଫଳତା ମିଳିଛି । ଅରିନ୍ଦମ୍‌-ଅର୍ଚ୍ଚିତା ଯୋଡିକୁ ଦର୍ଶକ ପ୍ରଥମେ ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ‘ତେ’ ପାଇଁ ନେବି ମୁଁ ଶହେ ଜନମ’ ଏବଂ ପରେ ‘ ମୁଁ ସପନର ସୌଦାଗାର’ ରେ ଦେଖିବାକୁ ପାଇଥିଲେ । ତା’ପରେ ଏହି ଯୋଡ଼ି ‘ ରଜା ଝିଅ ସଙ୍ଗେ ହେଇଗଲା ଭାବ’ରେ ନଜର ଆସିଥିଲେ । ଏଥର ପୂଜାବଜାରକୁ ଯେଉଁ ଫିଲ୍ମ ଜରିଆରେ ଅରିନ୍ଦମ୍‌-ଅର୍ଚ୍ଚିତା ଯୋଡ଼ି ପରଦାକୁ ଫେରିଛନ୍ତି, ତାହା ହେଲା ‘ ଶିବା ନଟ୍‌ ଆଉଟ୍‌’ । ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଏହି ଯୋଡ଼ି ବକ୍ସ ଅଫିସରେ ପୁଣି କମାଲ୍‌ ଦେଖାଉଛନ୍ତି କି ନା, ତାହା ଦେଖିବାକୁ ବାକି ରହିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe