ସବୁ ନାୟକଙ୍କ ସହ ଥରଟିଏ ସୁଯୋଗ ପାଇଛନ୍ତି ଏହି ଓଲିଉଡ ନାୟିକା !

Advertisment
ସବୁ ନାୟକଙ୍କ ସହ ଥରଟିଏ ସୁଯୋଗ ପାଇଛନ୍ତି ଏହି ଓଲିଉଡ ନାୟିକା !

ଭୁବନେଶ୍ୱର:ଓଲିଉଡରେ ଏମିତ ଜଣେ ନାୟିକା ଅଛନ୍ତି ଯାହାଙ୍କୁ ପ୍ରତ୍ୟେକ ସିନେମାରେ ଭିନ୍ନ ଭିନ୍ନ ନାୟକଙ୍କ ବିପକ୍ଷରେ ଦେଖିବାକୁ ପାଇଛନ୍ତି ଦର୍ଶକ । ଅର୍ଥାତ୍‌ ତାଙ୍କୁ ଏ ସବୁ ନାୟକଙ୍କ ନାୟିକା ହେବାର ଥରୁଟିଏ ସୁଯୋଗ ମିଳିଛି । ଏହି ନାୟିକା ଜଣକ ହେଲେ ରାଲି ନନ୍ଦ। ସେ ତାଙ୍କ ଅଭିନୀତ ପ୍ରଥମ ସିନେମା କଳିଙ୍ଗପୁତ୍ରରେ ଆକାଶଙ୍କ ବିପକ୍ଷରେ ନାୟିକା ସାଜିଥିଲେ। ଏହାର ପ୍ରଯୋଜନା କରିଥିଲେ ଦେବାନନ୍ଦ ପଣ୍ଡା ଏବଂ ନିର୍ଦ୍ଦେଶନା ଦେଇଥିଲେ ବରଦା ପ୍ରସନ୍ନ ତ୍ରିପାଠୀ। ଏହି ସିନେମାରେ ବଳିଷ୍ଠ ଅଭିନୟ କରିବାପରେ ରାଲି ଖୁବ୍‌ ଚର୍ଚ୍ଚିତା ହେଲେ ।

ଏହାପରେ ବୁଦ୍ଧାଦିତ୍ୟଙ୍କ ଅପୋଜିଟରେ କାମ କରିଥିଲେ ରାଲି ଦିଲୀପ ପଣ୍ଡାଙ୍କ ନିର୍ଦ୍ଦେଶିତ ‘ତୁ ଥିଲେ ଡର କାହାକୁ’ରେ। ଏହା ଅବଶ୍ୟ ଭିନ୍ନ କଥା ଯେ ‘ତୁ ଥିଲେ ଡର କାହାକୁ’ରେ ଓଲିଉଡର ଲୋକପ୍ରିୟ ନାୟିକା ବର୍ଷ ପ୍ରିୟଦର୍ଶିନୀ ବି ଥିଲେ ଲିଡ ରୋଲରେ। କହିବା ବାହୁଲ୍ୟ ଯେ ଏହା ସୁପରହିଟ୍‌ ହୋଇଥିଲା। ଠିକ୍‌ ସେହିପରି ସେ ନବାଗତ ବବଲୁଙ୍କ ବିପକ୍ଷରେ ‘ଓଁ ନମଃ ଶିବାୟ’ରେ ବି ଥର ଲାଗି କାମ କରିଥିଲେ। ଏହା ମଧ୍ୟ ନାୟକ ବବଲୁଙ୍କ ପ୍ରଥମ ଓ ଶେଷ ସିନେମା । ଏହି ସିନେମାର ନିର୍ଦ୍ଦେଶନା ଦେଇଥିଲେ ରବୀନ୍ଦ୍ର ପ୍ରଧାନ। ।

publive-image

ଏହାପରେ ରାଲି ନନ୍ଦ ଓଲିଉଡର ଅନ୍ୟତମ ଜଣାଶୁଣା ନାୟକ ଚନ୍ଦନଙ୍କ ସହ ଟଙ୍କା ତତେ ସଲାମ୍‌ରେ ନାୟିକା ଭୂମିକାରେ ନଜର ଆସିଥିଲେ। ଠିକ୍‌ ସେହିପରି ବରଦା ପ୍ରସନ୍ନ ତ୍ରିପାଠୀଙ୍କ ନିର୍ଦ୍ଦେଶିତ ଦ୍ୱିତୀୟ ସିନେମା ‘ସୁପରଷ୍ଟାର୍‌-ଏ ଡ୍ରିମ’ରେ ପୁଣି ଜଣେ ନବାଗତ ଅଂଶୁମାନଙ୍କ ବିପକ୍ଷରେ ନାୟିକା ସାଜିଥିଲେ ରାଲି ନନ୍ଦ। ଏହା ବି ତାଙ୍କର ଅଂଶୁମାନଙ୍କ ସହ ପ୍ରଥମ ଓ ଶେଷ ସିନେମା । ଅପରପକ୍ଷରେ ତାଙ୍କୁ‘ ମା ଖୋଜେ ମମତା’ରେ ବବି ମିଶ୍ରଙ୍କ ନାୟିକା ହେବାର ସୁଯୋଗ ମିଳିଥିଲା। କହିବା ବାହୁଲ୍ୟ ଯେ ସେ ଏହି ନାୟକମାନଙ୍କ ସହ ଥରଟିଏ କାମ କରିବାର ସୁଯୋଗ ପାଇଥିଲେ।ରାଲିଙ୍କୁ ଆଉ ଜଣେ ଲୋକପ୍ରିୟ ନାୟକ ସୁନୀଲ କୁମାରଙ୍କ ସହ ବି ଥରଟିଏ କାମ କରିବାର ସୁଯୋଗ ମିଳିଛି। ଏଠାରେ ଯେଉଁ ସିନେମା କଥା କୁହାଯାଉଛି ତାହା ହେଲା‘ଅଭିମାନୀ ପ୍ରିୟା ମୋର’। ଏଥିରେ ଆଉ ଜଣେ ନାୟିକା ବି ଥିଲେ। ‘ଅଭିମାନୀ ପ୍ରିୟା ମୋର’ର ନିର୍ଦ୍ଦେଶକ ଥିଲେ ରାଜୀବ ମହାନ୍ତି। I

publive-image

ଠିକ୍‌ ସେହିପରି ଅଜୟ ମହାନ୍ତିଙ୍କ ପ୍ରଯୋଜିତ ତଥା ପଙ୍କଜ ପାଣିଙ୍କ ନିର୍ଦ୍ଦେଶିତ ‘ ନଈ ସେପାର କନକ ଗୋରୀ’ରେ ବି ନବାଗତ ପାର୍ଥସାରଥୀଙ୍କ ବିପକ୍ଷରେ ନାୟିକା ସାଜିଥିଲେ ରାଲି।ଏହି ସିନେମାର ନିର୍ଦ୍ଦେଶନା ଦେଇଥିଲେ ଠିକ୍‌ ସେହିପରି ରାଲି ଅନୁଭବଙ୍କ ଭଉଣୀ ଭୂମିକାରେ ବି କେବଳ ଗୋଟିଏ ସିନେମା ‘ଆକାଶେ କି ରଙ୍ଗ ଲାଗିଲା’ରେ ନଜର ଆସିଥିଲେ ରାଲି ନନ୍ଦ। ଏହି ସିନେମାର ନିର୍ଦ୍ଦେଶନା ଦେଇଥିଲେ ଏସ କେ ମୁରଲୀଧରନ୍‌। ରାଲି କେବଳ ଜଣେ ନିର୍ଦ୍ଦେଶକ ବରଦା ପ୍ରସନ୍ନ ତ୍ରିପାଠୀଙ୍କ ସହ ଦୁଇ ଥର କାମ କରିଛନ୍ତି। ଅନ୍ୟମାନଙ୍କ ସହ ଥରଟିଏ କାମ କରିଥିଲେ ରାଲି ନନ୍ଦ। ସେ ବିବାହପରେ ଓଲିଉଡରୁ ଏକ ପ୍ରକାର ଦୂରେଇ ଯାଇଛନ୍ତି ବୋଲି କହିଲେ ଭୁଲ ହେବ ନାହିଁ। ସେ ପୁଣି ଅଭିନୟ କ୍ଷେତ୍ରକୁ ଫେରିବେ କି ନା ତାହା ବି ସ୍ପଷ୍ଟ ଜଣାପଡ଼ୁନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe