ଏହି ଓଲିଉଡ ଖଳନାୟକ ମନୋଜ ମିଶ୍ର ବନିଲେ ରାଘବ, ଜାଣନ୍ତୁ କ’ଣ ଘଟୁଛି

Advertisment
ଏହି ଓଲିଉଡ ଖଳନାୟକ ମନୋଜ ମିଶ୍ର ବନିଲେ ରାଘବ, ଜାଣନ୍ତୁ କ’ଣ ଘଟୁଛି

ଭୁବନେଶ୍ୱର: ଓଡ଼ିଆ ସିନେ ଜଗତର ଜଣାଶୁଣା ଖଳନାୟକ ମନୋଜ ମିଶ୍ର ରବି କିନ୍ନାଗୀଙ୍କ ନିର୍ଦ୍ଦେଶିତ ‘ସୁନା ଶଂଙ୍ଖାଳି’ରୁ ଓଲିଉଡ଼୍‍ରେ କ୍ୟାରିଅର୍‌ ଆରମ୍ଭ କରିଥିଲେ। ପ୍ରଥମ ଓଡ଼ିଆ ଚଳଚ୍ଚିତ୍ରରେ ଦର୍ଶକ ତାଙ୍କୁ ଭେଟିଥିଲେ ଖଳ ଚରିତ୍ରରେ।
ତେବେ ମନୋଜ ମିଶ୍ର ଦର୍ଶକଙ୍କ ନିକଟତର ହୋଇଥିଲେ ଚକ୍ରଧର ସାହୁଙ୍କ ନିର୍ଦ୍ଦେଶିତ ‘ତୁମକୁ ପାରୁନି ଭୁଲି’ରେ।ଏଥିରେ ତାଙ୍କର ଖଳନାୟିକୀ ଦର୍ଶକଙ୍କର ଅଧିକ ପସନ୍ଦ ହୋଇଥିଲା। ଏଥିରେ ତାଙ୍କ ଅଭିନୀତ ଚରିତ୍ରର ନାଆଁ ହେଲା ମୁନ୍ନା।
ଏହାପରେ ମନୋଜ ମିଶ୍ର ୩୦ରୁ ଅଧିକ ଓଡ଼ିଆ ଛବିରେ ଅଭିନୟ କରିସାରିଲେଣି। ଏବେ ମୁକ୍ତି ପ୍ରତୀକ୍ଷାରେ ରହିଛି ମନୋଜଙ୍କ ଅଭିନୀତ ଏକ ନୂଆ ଓଡ଼ିଆ ସିନେମା। ଏହାର ଶୀର୍ଷକ ହେଲା‘ପାଗଳ ମୁଁ ତୋ’ ପାଇଁ।
ଏହି ସିନେମାରେ ମନୋଜଙ୍କ ଅଭିନୀତ ଚରିତ୍ରର ନାଆଁ ହେଲା ରାଘବ। କାହାଣୀ ଅନୁଯାୟୀ,ସେ ଜଣେ ଖଳ ପ୍ରକୃତିର ଲୋକ। ସେ ନାୟିକାର ବଡ଼ ଭାଇ। ନିଜ ଭଉଣୀକୁ ସୁରକ୍ଷା ଦେବାପାଇଁ ସେ କି କି କାରନାମା କରନ୍ତି ତାହା ଦେଖିବାକୁ ମିଳିବ ଏନ୍‌.ପାଢ଼ୀଙ୍କ ନିର୍ଦ୍ଦେଶିତ ‘ପାଗଳ ମୁଁ ତୋ’ ପାଇଁ’ରେ।
ଆଉ ଏକ ଉଲ୍ଲେଖନୀୟ କଥା ହେଲା ଯେ,ଏହି ସିନେମାରେ ପ୍ରଥମେ ନାକାରାତ୍ମକ ଭୂମିକାରେ ନଜର ଆସିବେ ମନୋଜ। ହେଲେ ପରେ ତାଙ୍କ ଚରିତ୍ରଟି ସକାରାତ୍ମକରେ ପରିଣତ ହୋଇଯାଉଛି।

publive-image
ଏ ବି ଭିଜୁଆଲ୍‌ ପ୍ରଡ଼କସନ୍‌ ପ୍ରାଇଭେଟ୍‌ ନିର୍ମିତ ଏହି ସିନେମାର ପ୍ରଯୋଜକ ହେଲେ ସୁଧାଂଶୁ ଜେନା। ଏଥିରେ ଅଙ୍କିତ କୁମାର,ଲଭ୍‌ଲି ଲିଲି,ଅନୀତା ଦାସ,ବିଜୁ ବଡ଼ଜେନା,ଜୀବନ ପଣ୍ଡା ଓ ଡ଼ .ଅନନ୍ତ ଆଚାର୍ଯ୍ୟ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe