ପରଦା ଉପରେ ଏହି ଓଲିଉଡ  ନିର୍ଦ୍ଦେଶକ 

ପରଦା ଉପରେ ଏହି ଓଲିଉଡ  ନିର୍ଦ୍ଦେଶକ 

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ନିର୍ଦ୍ଦେଶକ ସଂଗ୍ରାମ ବିଶ୍ୱାଳ ଜଣେ ସଫଳ ଅଭିନେତା ହେବା ଲକ୍ଷ୍ୟରେ ଏବେ ଥିବା ଭଳି ଲାଗୁଛି। କାରଣ ଏବେ ସେ ଅଭିନୟରେ ଅଧିକ ସକ୍ରିୟ ଅଛନ୍ତି । ତେବେ ସଂଗ୍ରାମ ବିଶ୍ୱାଳ ‘ରଖିଲେ ଶିବ ମାରିବ କିଏ’ ଜରିଆରେ ନିର୍ଦ୍ଦେଶନା କ୍ଷେତ୍ରକୁ ଆସିଥିଲେ। ଏହାପରେ ସେ ସକଳ ତୀର୍ଥ ତୋ’ ଚରଣେ,ରାକ୍ଷୀ ଭିଜିଗଲା ଆଖି ଲୁହରେ,ରାମ ଲକ୍ଷ୍ମଣ,ମହାସଂଗ୍ରାମ,ଧର୍ମନିକିତି,ବିଧାତା ,ତୋ’ ଆଖି ମୋ ଆଇନା ,ଆଇ ଲଭ୍‌ ମାଇଁ ଇଣ୍ଡିଆ ଏବଂ ଲାଲ ଟୁକଟୁକ୍‌ ସାଧବବୋହୁ ଆଦି ସିନେମାର ନିର୍ଦ୍ଦେଶନାଦେଇଛନ୍ତି। ହେଲେ ସଂଗ୍ରାମ ବିଶ୍ୱାଳ ଙ୍କ ନିର୍ଦ୍ଦେଶିତ କୌଣସି ସିନେମା ପ୍ରାୟ ୧୧ ବର୍ଷ ହେଲା ପରଦାକୁ ଆସିନାହିଁ।

publive-image

ଏବେ ସେ ଅଭିନୟରେ ମନୋନିବେଶ କରିଛନ୍ତି। ହଁ ସଂଗ୍ରାମଙ୍କୁ ଗତ ବର୍ଷ ଦର୍ଶକ ଏମିତି ବି ହୋଇପାରେ ସିନେମାରେ ଅଭିନେତା ରୂପେ ଦେଖିବାକୁ ପାଇଥିଲେ ।  ଏବେ ସେ ପୁଣି  ଏକ ନୂଆ ସିନେମା ‘ରାମ ନାମ୍‌ ସତ୍ୟ ହେ’ରେ ଖଳନାୟକ ଭୂମିକାରେ ଅଭିନୟ କରୁଛନ୍ତି। ଏହାର ନିର୍ଦ୍ଦେଶକ ହେଲେ ଜିତୁ ରାଉତ,ଯିଏ କି ପୂର୍ବରୁ ରୁଦ୍ର ଟାଇଟଲରେ ଏକ ସିନେମା ନିର୍ମାଣ କରିଛନ୍ତି। ଏହି ସିନେମାରେ ସଂଗ୍ରାମ ବିଶ୍ୱାଳଙ୍କୁ ଜଣେ ଦୁର୍ନୀତିଗ୍ରସ୍ତ ମନ୍ତ୍ରୀ ଭୂମିକାରେ ଦେଖିବାକୁ ମିଳିବ। ନବାଗତ ସାଜନ୍‌,ନାୟକ ଭୂମିକାରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe