Advertisment

ଓଲିଉଡରେ ଏକା ନାମରେ ଅଛନ୍ତି ଏ ଦୁଇ ଅଭିନେତ୍ରୀ

Advertisment
ଓଲିଉଡରେ ଏକା ନାମରେ ଅଛନ୍ତି ଏ ଦୁଇ ଅଭିନେତ୍ରୀ

ଭୁବନେଶ୍ୱର: ଓଲିଲଡ଼୍‍ରେ ଏକ ନାମରେ କେତେଜଣ ଅଭିନେତ୍ରୀ ଅଛନ୍ତି।ସେମାନଙ୍କର ନାମ ସମାନ କିନ୍ତୁ ସାଂଗିଆ ଅଲଗା।କିନ୍ତୁ ଉଭୟେ ଅଭିନୟ କ୍ଷେତ୍ରରେ ବେଶ୍‌ ନାଆଁ କରିଛନ୍ତି। ଆସନ୍ତୁ ସେମିତି ଦୁଇ ଅଭିନେତ୍ରୀଙ୍କ ସଂପର୍କରେ ଜାଣିବା....

ନିକିତା:- ଏହି ନାମରେ ଦୁଇ ଜଣ ନାୟିକା ଅଛନ୍ତି।ଏମାନଙ୍କୁ ବଡ଼ ନିକିତା ଜଣଙ୍କ ଉଭୟ ବଡ଼ ପରଦା ଓ ଛୋଟ ପରଦାରେ ସକ୍ରିୟ ଅଛନ୍ତି।ସେ ସଞ୍ଜୟ ନାୟକଙ୍କ ଫିଲ୍ମ ‘ତୁ ମୋ ଆଖିର ତାରା’ରେ ପ୍ରଥମେ ଅଭିନୟ କରିଥିଲେ।ଅବଶ୍ୟ ସେଥିରେ ତାଙ୍କର ଭୂମିକାଟି ସଂକ୍ଷିପ୍ତ ଥିଲା।ହେଲେ ପରେ ନିକିତାଙ୍କୁ ‘ଚୋରି ଚୋରି’,‘ମିତ ବସିଚି ମୁଁ ଭୂତ ସାଥିରେ’ଓ‘ଗୁଣ୍ଡା’ ଆଦି ସିନେମାରେ ଦେଖିବାକୁ ମିଳିଛି।ତାଙ୍କ ଅଭିନୀତ ଏକ ଓଡ଼ିଆ ଛବି ‘ମଥାରେ ଦେଇ ପାଟ ଓଢ଼ଣୀ’ ଅନେକ ଦିନ ହେବ ମୁକ୍ତି ପ୍ରତୀକ୍ଷାରେ ରହିଛି।
ସାନ ନିକିତା ଜଣକ ହେଲେ ରିଲିଜ୍‌ ଅପେକ୍ଷାରେ ଥିବା ଓଡ଼ିଆ ଛବି ‘ଯୋଗୀ’ର ନବାଗତା ନାୟିକା।ତାଙ୍କ ପୁରା ନାମ ହେଲା ନିକିତା ମିଶ୍ର।ସେ ଶିଶୁ କଳାକାର ଭାବେ ବଡ଼ ପରଦା ଓ ଛୋଟ ପରଦାରେ କାମ କରିଛନ୍ତି। କିନ୍ତୁ ବଡ଼ ପରଦାରେ ଏଇ ନିକଟରେ ଶ୍ରୀଧର ମାର୍ଥାଙ୍କ ପ୍ରଯୋଜିତ ତଥା ନିରଞ୍ଜନ ବେହେରାଙ୍କ ନିର୍ଦ୍ଦେଶିତ‘ଯୋଗୀ’ରେ ଡ଼େବ୍ୟୁ କରିଛନ୍ତି ନିକିତା।

publive-image
ନିହାରିକା:-ଓଲିଉଡ଼୍‍ର ଜଣେ ବରିଷ୍ଠ ଅଭିନେତ୍ରୀ ହେଲେ ନିହାରିକା ସାହୁ,ଯିଏକି ‘ଗପ ହେଲେ ବି ସତ’,‘ସୁନା ସଂସାର’,‘କାବେରୀ’,‘ପକା କମ୍ବଳ ପୋତ ଛତା’,‘ଆଇ ଲଭ ୟୁ’,‘ଲକ୍ଷେ ଶିବ ପୂଜି ପାଇଚି ପୁଅ’ଓ‘ଆମ ଘର ଆମ ସଂସାର’ସମେତ ବହୁ ଓଡ଼ିଆ ସିନେମାରେ ସହ ନାୟିକା ଓ ଚରିତ୍ର ଅଭିନେତ୍ରୀ ଭାବେ ଅଭିନୟ କରିଛନ୍ତି।
ଅପରପକ୍ଷରେ ଅନ୍ୟ ନିହାରିକାଙ୍କ ପ୍ରକୃତ ନାମ ନିହାରିକା ଦାଶ।ସେ ଏଯାବତ୍‌ କେବଳ ଗୋଟିଏ ସିନେମା‘ତୁ କହିବୁ ନା ମୁଁ’ରେ ନାୟିକା ଭୂମିକାରେ ଅଭିନୟ କରିଛନ୍ତି। ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ଏହି ଓଡ଼ିଆ ଛବିରେ ତାଙ୍କୁ ଅମ୍ଳାନଙ୍କ ବିପକ୍ଷରେ ଦେଖିବାକୁ ମିଳିଥିଲା।ଏହାପରେ ତାଙ୍କୁ ଅନ୍ୟ କୌଣସି ଓଡ଼ିଆ ଛବିରେ ଦେଖିବାକୁ ପାଇନାହାନ୍ତି ଦର୍ଶକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe