ଭୁବନେଶ୍ୱର: ଅନେକ ଦିନ ପରେ ଦୁଇ ଜଣ ନାୟିକାଙ୍କ ଭିତରେ କଡ଼ା ଟକ୍କର ହେବାକୁ ଯାଉଛି। ହଁ ଏ ଦୁଇ ନାୟିକାଙ୍କ ଭିତରୁ ଜଣେ ବେଶ୍ ପୁରୁଣା। ଓଲିଉଡରେ ବିଗତ ୨୦ ବର୍ଷ ହେବ ଜଣେ ଓଲିଉଡର ନାୟିକାଭାବେ ନିଜର ପ୍ରତିଭାବଳରେ ପ୍ରତିଷ୍ଠା ଅର୍ଜନ କରିଛନ୍ତି।
ଅପରପକ୍ଷରେ ଆର ଜଣକ ନାୟିକା ଭାବେ ଗତ ବର୍ଷ ଓଡ଼ିଆ ସିନେ ଜଗତରେ ପ୍ରବେଶ କରିଥିଲେ। ମାତ୍ର ବର୍ଷକ ଭିତରେ ସେ ଦର୍ଶକଙ୍କ ହୃଦୟରେ ଏମିତି ଘର କରିଛନ୍ତି ଯେ, ଦର୍ଶକ ତାଙ୍କୁ ପରଦାରେ ଦେଖିବାକୁ ଉତ୍କଣ୍ଠିତ ଅଛନ୍ତି।
ଏଠାରେ ଯେଉଁ ଦୁଇ ନାୟିକାଙ୍କ କଥା କୁହାଯାଉଛି, ସେମାନେ ହେଲେ ଅନୁ ଚୌଧୁରୀ ଓ ଭୂମିକା ଦାଶ। ଏ ଦୁହିଁଙ୍କୁ ପରଦାରେ ପ୍ରଥମ ଥର ପାଇଁ ଦର୍ଶକ ଏକାଠି ଦେଖିବାକୁ ପାଇବେ ଏକ ନୂଆ ଓଡ଼ିଆ ଚଳଚ୍ଚିତ୍ରରେ। ଏହି ଓଡ଼ିଆ ଚଳଚ୍ଚିତ୍ରର ଶୀର୍ଷକ ହେଲା ‘ନାୟକର ନାଁ ଦେବଦାସ’।
ମୃତ୍ୟୁଞ୍ଜୟ ସାହୁ (ବାପି)ଙ୍କ ନିର୍ଦ୍ଦେଶିତ ‘ନାୟକର ନାାଁ ଦେବଦାସ’ରେ ଉଭୟ ଅନୁ ଓ ଭୂମିକାଙ୍କ ଚରିତ୍ର ବେଶ୍ ଦମ୍ଦାର। ଏଥିରେ ନାୟିକା ଭୂମିକାଙ୍କ ଚରିତ୍ରଟି ହେଲା ପାରୋ। ପାରୋ ହେଉଛନ୍ତି ଦେବଦାସଙ୍କ ପତ୍ନୀ। ଅପରପକ୍ଷରେ ଅନୁଙ୍କୁ ଦର୍ଶକ ଏହି ବ୍ୟୟବହୁଳ ଚଳଚ୍ଚିତ୍ରରେ ଭେଟିବେ ଚନ୍ଦ୍ରମୁଖୀ ଚରିତ୍ରରେ। ଉଭୟଙ୍କୁ ଦର୍ଶକ ଗୋଟିଏ ସିନେମାରେ ଦେଖି ଦର୍ଶକ ଯେତିକି ଖୁସି, ଠିକ୍ ସେତିକି ତୁଳନା ବି କରିବେ। କାହାର ଅଭିନୟ କେମିତି ବୋଲି ବିଚାର କରିବେ।
Follow Us