ବିବାହ ବନ୍ଧନରେ ଆବଦ୍ଧ ହେବେ ରିଚା ଚଢ଼ା-ଅଲ୍ଲୀ ଫଜଲ! ଅପ୍ରେଲ ୧୫ରେ ଦେବେ ବିବାହ ଭୋଜି

ବିବାହ ବନ୍ଧନରେ ଆବଦ୍ଧ ହେବେ ରିଚା ଚଢ଼ା-ଅଲ୍ଲୀ ଫଜଲ! ଅପ୍ରେଲ ୧୫ରେ ଦେବେ ବିବାହ ଭୋଜି

oneindia.com

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଆଲିଆ-ଭଟ୍ଟ ଏବଂ ଅଭିନେତା ରଣବୀର କପୁରଙ୍କ ବିବାହକୁ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ ଏବେ ଆଉ ଜଣେ କଳାକାର ଯୋଡ଼ିଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଅଭିନେତ୍ରୀ ରିଚା ଚଢ଼ା ଓ ଅଭିନେତା ଅଲ୍ଲୀ ଫଜଲ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ଚର୍ଚ୍ଚା ଜୋର ଧରିଛି। ଦୁହେଁ ଦିଲ୍ଲୀରେ ଅଦାଲତରେ ବିବାହ କରିବା ସହ ଅପ୍ରେଲ ୧୫ରେ ବିବାହ ଭ‌ୋଜି ଦେବେ। ବିବାହ ଭୋଜିରେ କେବଳ ପରିବାର ଓ ଏବଂ କିଛି ସଂପର୍କୀୟ ସାମିଲ ହେବ ବୋଲି ସୂଚନା ମିଳିଛି।

ऋचा ने उड़ाया था खुद का मजाक oneindia.com

ମିଳିଥିବା ସୂଚନା ମୁତାବକ, ବିବାହ ପରେ ଦୁହେଁ ୩ଟି ସହରରେ ବିବାହ ଭୋଜି ରଖିବେ। ଦିଲ୍ଲୀ, ଲକ୍ଷ୍ନୌ ସମେତ ମୁମ୍ବାଇରେ ମଧ୍ୟ ଦୁହେଁ ବିବାହ ଭୋଜି ଦେବେ। ଦୁହିଁଙ୍କ ପରିବାର ଲୋକେ ଦିଲ୍ଲୀ ଏବଂ ଲକ୍ଷ୍ନୌରେ ରହୁଥିବାରୁ ଏହି ଦୁଇ ସହରରେ ବିବାହ ଭୋଜି ହେବ। ଏହା ପରେ ବଲିଉଡ୍ ପାଇଁ ଦୁହେଁ ମୁମ୍ବାଇରେ ଭୋଜି ରଖିବେ। ଦୁହେଁ ୨୦୧୫ରୁ ପରସ୍ପରକୁ ଡେଟ୍ କରୁଥିବା ବେଳେ ବିବାହକୁ ନେଇ ହେଉଥିବା ଚର୍ଚ୍ଚା ଉପରେ ଦୁହିଁଙ୍କ ପକ୍ଷରୁ କୌଣସି ସ୍ପଷ୍ଟିକରଣ ମିଳିପାରି ନାହିଁ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe