କେବିସି ପ୍ରଶ୍ନ ନେଇ ମହାନାୟକ ଅମିତାଭ ବଚ୍ଚନଙ୍କ ନାମରେ ମାମଲା ରୁଜୁ କଲେ ବିଜେପି ବିଧାୟକ

Advertisment
କେବିସି ପ୍ରଶ୍ନ ନେଇ  ମହାନାୟକ ଅମିତାଭ ବଚ୍ଚନଙ୍କ ନାମରେ ମାମଲା ରୁଜୁ କଲେ ବିଜେପି ବିଧାୟକ

ଲାତୁର: ମହାନାୟକ ଅଭିତାଭ ବଚ୍ଚନଙ୍କ ବିରୋଧରେ ଭାରତୀୟ ଜନତା ପାର୍ଟିର ଜନୈକ ବିଧାୟକ ଅଭିମନ୍ୟୁ ପୱାର ମାମଲା ରୁଜୁ କରିଛନ୍ତି। ପାୱାର ଅମିତାଭ ବଚ୍ଚନଙ୍କ ବିରୋଧରେ ହିନ୍ଦୁ ଧାର୍ମିକ ଭାବନାକୁ ଆଘାତ ଦେବା ଅଭିଯୋଗ ଆଣି ମହାରାଷ୍ଟ୍ରର ଲାଟୁରରେ ମାମଲା ରୁଜୁ କରିଛନ୍ତି।

ଲାଟୁର ପୁଲିସକୁ ଦେଇଥିବା ଲଖିତ ଅଭିଯୋଗରେ ଅମିମନ୍ୟୁ ପାୱର କହିଛନ୍ତି, ସୋନି ଟିଭିରେ ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ‘କୌନ ବନେଗା କରୋଡ ପତି’(କେବିସି)ରେ ଅମିତାଭ ବଚ୍ଚନଙ୍କ ଗୋଟିଏ ପ୍ରଶ୍ନ ତାଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି। ବିଗ ବି ‘କୌନ ବନଗୋ କରୋଡପତି’ କାର୍ଯ୍ୟକ୍ରମ‌ରେ ୧୯୯୭ ମସିହା ଡିସେମ୍ବର ୨୫ ତାରିଖରେ ଭୀମରାଓ ଆମ୍ବେଦକର ଓ ତାଙ୍କ ସମର୍ଥକ ଏଥିମଧ୍ୟରୁ କେଉଁ ଧର୍ମଗ୍ରନ୍ଥକୁ ଜଳାଇଥିଲେ ବୋଲି ପ୍ରଶ୍ନ କରିଥିଲେ। ଏହାର ବିକଳ୍ପରେ ଦିଆଯାଇଥିଲା ୧. ବିଷ୍ଣୁପୁରାଣ, ୨. ଶ୍ରୀମଦ ଭଗବଦ ଗୀତା, ୩. ରୁକବେଦ, ୪. ମନୁସ୍ମୃତି।

ଭାରତୀୟ ଜନତା ପାର୍ଟି ବିଧାୟକଙ୍କ ମୁତାବକ, ପ୍ରଶ୍ନ ସହିତ ଜଡିତ ଥିବା ଏହି ଚାରିଟି ବିକଳ୍ପ ହିନ୍ଦୁ ଧର୍ମ ସହିତ ଜଡ଼ିତ ଗ୍ରନ୍ଥ ଥିଲା। ଯଦି ଏଭଳି ପ୍ରଶ୍ନ ପଚାରିଲେ ତେବେ ସେ ଅଲଗା ଅଲଗା ଧର୍ମ ଗ୍ରନ୍ଥ ନାମର ଉତ୍ତର ବିକଳ୍ପରେ ସାମିଲ କରି ପାରି ଥାଆନ୍ତେ। କିନ୍ତୁ ଏଥିରେ କେବଳ ହିନ୍ଦୁ ଧର୍ମର ଧର୍ମ ଗ୍ରନ୍ଥକୁ ଉଲ୍ଲେଖ କରାଯାଇଥିଲା।

kbc manusmriti question, amitabh bachchan manusmriti question KBC, Amitabh bachchan police action, b

ଅମିତାଭ ବଚ୍ଚନ ଏପରି କରି ହିନ୍ଦୁ ଧର୍ମଗ୍ରନ୍ଥର ଅପମାନ କରିଛନ୍ତି। ହିନ୍ଦୁ ଓ ବୌଦ୍ଧ ଧର୍ମର ଲୋକମାନଙ୍କ ମଧ୍ୟରେ ଫାଟ ସୃଷ୍ଟି କରିବା ପାଇଁ ଅମିତାଭ ବଚ୍ଚନ ଓ ସୋନି ଟିଭି ଉଦ୍ୟମ କରିଛନ୍ତି। ବିଜେପିର ବରିଷ୍ଠ ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କ ଅତି ନିକଟତମ ଭାବେ ପରିଚିତ ଅଭିମନ୍ୟୁ ପୱାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe